ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ଅଫିସ୍‌ରେ ଚୁମ୍ଵନ ଯୋଗୁଁ ତଡ଼ା ଖାଇଲେ

ନୂଆଦିଲ୍ଲୀ, ୧୨/୦୯ : ଚୀନ୍‌ରେ ଦୁଇ କର୍ମଚାରୀ ବିବାହତ୍ତୋର ସଂପର୍କ ରଖିବା ସହିତ ଅଫିସ୍‌ରେ ପରସ୍ପରକୁ ଖୋଲାଖୋଲି ଭାବେ ଚୁମ୍ବନ ଦେବା ଯୋଗୁ ଚାକିରିରୁ ତଡ଼ା ଖାଇଛନ୍ତି । ସେମାନେ ଏହାପରେ କଂପାନି ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । 

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ ମୁତାବକ, ଦକ୍ଷିଣପଶ୍ଚିମ ଚୀନ୍‌ର ସିଚୁଆନ୍‌ ପ୍ରୋଭିଏନ୍ସରେ ଥିବା ଏକ ଫାର୍ମାସ୍ୟୁଟିକାଲ୍‌ କଂପାନିରେ ସମାନ ବିଭାଗରେ କାମ କରୁଥିଲେ ଲିଉ ଓ ଚେନ୍‌ । ଲିଉଙ୍କର ପତ୍ନୀ ମାର୍ଚ୍ଚ ୨୦୨୦ରେ ସେମାନଙ୍କର ବିବାହତ୍ତୋର ସଂପର୍କ ନେଇ କଂପାନି କର୍ତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ କରିବାରୁ ସମସ୍ତେ ଏହା ଜାଣିବାକୁ ପାଇଥିଲେ । ଏହା ସତ୍ତ୍ଵେ ସେମାନଙ୍କର ସ୍ୱଭାବରେ କୌଣସି ପରିବର୍ତ୍ତନ ହୋଇନଥିଲା । ସେମାନେ ଅଫିସ୍‌ରେ ପରସ୍ପରକୁ ଚୁମ୍ବନ ଦେଉଥିବା ଅବସ୍ଥାରେ ଧରାପଡି଼ଲେ। ଏହାପରେ କଂପାନିର ଜଣେ କର୍ମଚାରୀଙ୍କର ଚେନ୍‌ଙ୍କ ସହିତ ଏ ନେଇ ଯୁକ୍ତିତର୍କ ହେଲା । ପରଦିନ ୭ ଜଣ କର୍ମଚାରୀ ମିଶି ଜେନେରାଲ୍‌ ମ୍ୟାନେଜରଙ୍କୁ ଲିଖିତ ଭାବେ ଅଭିଯୋଗ କଲେ । ଫଳରେ କଂପାନି ଦୁହିଁଙ୍କୁ ଚାକିରିରୁ ବିଦା କଲା । ଚାକିରିରୁ ବିଦା ହେବା ପରେ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଥିରେ ଚେନ୍‌ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିବାବେଳେ ଅପେକ୍ଷାକୃତ ବରିଷ୍ଠ ପଦରେ ଥିବା ଲିଉ ୨୭ ଲକ୍ଷ ଦାବି କରିଥିଲେ । ତେବେ କୋର୍ଟରେ କଂପାନି ପକ୍ଷରୁ ଦର୍ଶାଯାଇଥିଲା ଯେ, ଦୁଇ କର୍ମଚାରୀଙ୍କ ବ୍ୟବହାର ନୈତିକତାର ଉଲ୍ଲଂଘନ କରୁଛି । ଏହା କଂପାନିର ଭାବମୂର୍ତ୍ତିକୁ ପ୍ରଭାବିତ କରୁଥିବାବେଳେ ନକରାତ୍ମକ ପ୍ରଭାବ ମଧ୍ୟ ପକାଇଥିଲା। କୋର୍ଟ ଏହାପରେ ଲିଉ ଓ ଚେନ୍‌ଙ୍କର ଆବେଦନକୁ ଖାରଜ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.