ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଚୀନକୁ ସିକ୍ରେଟ୍‌ ଯାତ୍ରାରେ ବାହାରି ଗଲେ ନୱାଜ ସରିଫ, ସରକାର ବି ଜାଣି ପାରିଲେନି

ଇସଲାମାବାଦ – ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏକ ସିକ୍ରେଟ୍‌ ଯାତ୍ରାରେ ଚୀନରେ ଯାଇ ପହଞ୍ଚିଛନ୍ତି। କାହାକୁ ମଧ୍ୟ ଏ ବିଷୟରେ ଜଣା ନାହିଁ , ଏହି ଯାତ୍ରାର ଏଜେଣ୍ଡା କଣ ରହିଛି। ହେଲେ ତାଙ୍କର ଯାତ୍ରାକୁ ନେଇ ଅନେକ ପ୍ରକାରର ଅନୁମାନ କରାଯାଉଛି।
କହି ରଖୁଛୁ କି, ୭୪ ବର୍ଷିୟ ମୁସଲିମ୍‌ ଲିଗ୍‌ ନୱାଜ ଚିଫ୍‌ ନୱାଜ ସରିଫ୍‌ ୪ ବର୍ଷର ସ୍ୱନିର୍ବାସନରେ ୟୁକେରେ ରହିଥିଲେ। ଏହାପରେ ଚଳିତ ଥରର ସାଧାରଣ ନିର୍ବାଚନ ପୂର୍ବରୁ ସେ ପାକିସ୍ତାନ ଫେରିଛନ୍ତି। ପାକିସ୍ତାନରେ ନୂଆ ସରକାର ଗଠନ ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ।

ଉଲ୍ଲେଖନୀୟ ଯେ, ନୱାଜ ସରିଫଙ୍କର ଝିଅ ମରିୟମ ନୱାଜ ପାକିସ୍ତାନରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହି ଯାତ୍ରାରେ ନୱାଜଙ୍କ ସହ ବିଦେଶ ମନ୍ତ୍ରୀ ଇଶାକ୍‌ ଡାର ଓ ସରିଫଙ୍କ ନାତି ଜୁନୈଦ ସଫଦର ମଧ୍ୟ ଅଛନ୍ତି। ଏହି ଯାତ୍ରା ପାଖାପାଖି ଏକ ସପ୍ତାହର। ମିଡ଼ିଆ ରିପୋର୍ଟରେ କୁହାଯାଇଛି କି, ଏହା ନୱାଜ ସରିଫଙ୍କ ବ୍ୟକ୍ତିଗତ ଗସ୍ତ। ଏହି ଯାତ୍ରା ବେଳେ ସେ ନିଜ ସ୍ୱାସ୍ଥ୍ୟର ବି ଯାଞ୍ଚ କରିବେ।

ଡନ୍‌ ରିପୋର୍ଟରେ କୁହାଯାଇଛି କି, ସ୍ୱାସ୍ଥ୍ୟ କାରଣରୁ ସେ ଚୀନର ଗସ୍ତ କରୁଛନ୍ତି। ନଭେମ୍ୱର ୨୦୧୯ରେ ନୱାଜ ସରିଫଙ୍କୁ ସ୍ୱାସ୍ଥ୍ୟ କାରଣରୁ ବିଦେଶ ଗସ୍ତ କରିବାର ଅନୁମତି ଦିଆଯାଇ ଥିଲା। ସେପଟେ ଦ୍ୱିତୀୟ ଆକଳନ ଏହା କି ନୱାଜ ସରିଫ କୌଣସି ବିଶେଷ କାମରେ ଚୀନ ଯାତ୍ରାରେ ଅଛନ୍ତି। ଯାହା ବିଷୟରେ ବଡ଼ ବଡ଼ ପାର୍ଟି ନେତାଙ୍କୁ ମଧ୍ୟ ସୂଚନା ଦିଆଯାଇ ନାହିଁ। ଏହି ଗସ୍ତର ବିଷୟରେ ପାର୍ଟିର ନେତା ଓ ଏମିତି କି ସରକାରଙ୍କୁ ବି ଗୁପ୍ତ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.