ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

୧୨ ସୁଖୋଇ ୩୦ଏମ୍‌କେଆଇ କ୍ରୟକୁ କେନ୍ଦ୍ରର ମଞ୍ଜୁରି, ସମସ୍ତ ବିମାନ ନିର୍ମାଣ କରିବ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌

ନୂଆଦିଲ୍ଲୀ,୧୬/୦୯: ଭାରତୀୟ ବାୟୁସେନାକୁ ଆହୁରି ମଜଭୁତ କରିବା  ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ୧୨ ସୁଖୋଇ ୩୦ଏମ୍‌କେଆଇ ଯୁଦ୍ଧବିମାନ କ୍ରୟକୁ  ମଞ୍ଜୁରି ଦେଇଛି । ଏହି ସମସ୍ତ ବିମାନକୁ ମେକ୍‌ ଇନ୍‌ ଇଣ୍ଡିଆ ପ୍ରୋଗ୍ରାମରେ  ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌) ଦ୍ୱାରା ନିର୍ମାଣ  କରାଯିବ । 

ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା  ଅନୁସାରେ, ୧୧ ହଜାର  କୋଟି  ଟଙ୍କାର  ଏହି ଯୋଜନାରେ ବିମାନ ଏବଂ ସମ୍ବନ୍ଧିତ ଅନ୍ୟ  ଉପକରଣ ନିର୍ମାଣ କରାଯିବ । ଭାରତରେ କୌଣସି ଯୁଦ୍ଧବିମାନ ନିର୍ମାଣ ଦୃଷ୍ଟିରୁ  ଏହା ଏକ ବଡ଼ ପଦକ୍ଷେପ ହେବ । ବିମାନରେ ଆବଶ୍ୟକତା ଅନୁସାରେ ବିଭିନ୍ନ  ଉପକରଣ, ଅସ୍ତ୍ରଶସ୍ତ୍ର, ସେନ୍ସର ଆଦି ଖଞ୍ଜାଯିବ । ଏଥିରେ ରହିବାକୁ ଥିବା  ଯନ୍ତ୍ରାଂଶର ପ୍ରାୟ ୬୦% ସ୍ୱଦେଶୀ ହେବ । ଏହି ସୁଖୋଇ ୩୦ଏମ୍‌କେଆଇ ବିମାନ  ଗତ କିଛି ବର୍ଷରେ ଦୁର୍ଘଟଣାର ଶିକାର ହୋଇଥିବା ୧୨ ଯୁଦ୍ଧବିମାନର  ସ୍ଥାନ ନେବ । ଏହା ଏକ ମଲ୍ଟିରୋଲ କମ୍ବାଟ୍‌ ଏୟାରକ୍ରାଫ୍ଟ । ଏହା ଆକାଶ  ମାର୍ଗରୁ ଭୂମି ଏବଂ ଆକାଶରୁ ଆକାଶ ମାର୍ଗକୁ ଗୋଟିଏ ସମୟରେ ଟାର୍ଗେଟ  କରି ଯୁଦ୍ଧ ଲଢ଼ିପାରିବ । ପ୍ରତିରକ୍ଷା ଅଧିଗ୍ରହଣ କାଉନ୍‌ସିଲ (ଡିଏସି) ପ୍ରାୟ  ୪୫ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କିଣା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ଦେଇଛି । 

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଡିଏସି ଭାରତୀୟ  ନୌସେନା ପାଇଁ ଆଗାମୀ ପିଢ଼ିର ସର୍ବେକ୍ଷଣ ଜାହାଜ କ୍ରୟ ନିମନ୍ତେ ବି ମଞ୍ଜୁରି  ଦେଇଛି, ଯାହା କି ହାଇଡ୍ରୋଗ୍ରାଫି୍‌ ଅପରେଶନ ପରିଚାଳନାରେ ଦକ୍ଷ ।

Copyright © 2022 - Summa Real Media Private Limited. All Rights Reserved.