ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା

ଭୁବନେଶ୍ୱର,୦୮/୧୨: ଶିଳ୍ପାୟନ ଏବଂ ନିଯୁକ୍ତ ବଳରେ ମାଡ଼ି ଚାଲିବ ଓଡ଼ିଶା ।  ରାଜ୍ୟ ସରକାର ୧୯ଟି ଗେମ୍‌-ଚେଞ୍ଜିଂ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଏସବୁ ପ୍ରକଳ୍ପ ପାଇଁ ୪ ହଜାର ୮୦୪ କୋଟି ଟଙ୍କାର ନିବେଶ ହେବ । ୧୭ ହଜାର ୫୦୦ରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ।  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ୍‌ ୱିଣ୍ଡୋ ବୈଠକରେ ଏହି ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ।  

ପୋଷାକ ଏବଂ ବୟନ ଶିଳ୍ପ, ଇସ୍ପାତ ଡାଉନ୍‌ଷ୍ଟ୍ରିମ୍‌, ପେଣ୍ଟ୍‌(କେମିକାଲ), ପ୍ଲାଷ୍ଟିକ୍‌, ପ୍ୟାକେଜିଂ/ଧାତବ ଡାଉନ୍‌ଷ୍ଟ୍ରିମ୍‌, କେମିକାଲ, ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ର, ଇସ୍ପାତ(ଫେରୋଆଲଏଜ୍‌), ଆଇଟି ଭିତ୍ତିଭୂମି, ଆଗ୍ରୋ ପ୍ରୋସେସିଂ, ଅକ୍ଷୟ ଶକ୍ତି/ସର୍କୁଲାର ଇକୋନୋମି ଏବଂ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜି ଖଟାଇବେ ସଂପୃକ୍ତ କମ୍ପାନି । ୧୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି  ପ୍ରକଳ୍ପଗୁଡ଼ିକ ଓଡ଼ିଶା ପାଇଁ ଏକ ବ୍ୟାପକ ଶିଳ୍ପାୟନ ବିକାଶ ରଣନୀତିକୁ ପ୍ରଦର୍ଶିତ କରୁଛି ।

 ୱେଲ୍‌ସ୍ପନ୍‌ ଲିଭିଙ୍ଗ୍‌ ୨୦୦ କୋଟି  ନିବେଶରେ କେନ୍ଦ୍ରାପଡାରେ ଏକ ଟେକ୍‌ଷ୍ଟାଇଲ୍‌ ଫ୍ୟାସିଲିଟି ସ୍ଥାପନ କରିବ । ଏହା ମାଧ୍ୟମରେ ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରରେ ୨,୦୦୦ ନିଯୁକ୍ତି ସୃଷ୍ଟି ହେବ । ଯାଜପୁର କଳିଙ୍ଗନଗରଠାରେ ଟାଟା ଷ୍ଟିଲ୍‌ ଡାଉନ୍‌ଷ୍ଟ୍ରିମ୍‌ ଏକ ୧୦ ଲକ୍ଷ ଏମ୍‌ଟି ଷ୍ଟିଲ୍‌ ସର୍ଭିସ ସେଣ୍ଟର ସ୍ଥାପନ କରିବ । ଏଥିରେ କମ୍ପାନି ୭୩୫ କୋଟି ନିବେଶ କରିବ ।

ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ୍‌ ଫେରୋ ଆଲଏଜ୍‌ ଲିମିଟେଡ୍‌(ଇମ୍ଫା) ଯାଜପୁରରେ ୯୭୭ କୋଟି ଟଙ୍କା ନିବେଶରେ ୨ ଲକ୍ଷ ୨୦ ହଜାର ନିୟୂତ ଟନ୍‌ ଏମ୍‌ଟି ଫେରୋ କ୍ରୋମ୍‌ ଏବଂ ୨୦ ମେଗାୱାଟ ଡବ୍ଲ୍ୟୁଏଚ୍‌ଆର୍‌ବି ପାୱାର ପ୍ଲାଣ୍ଟ ସ୍ଥାପନ କରିବ । 

 ଜିନ୍ଦଲ ଷ୍ଟେନ୍‌ଲେସ୍‌ ୧୫୦ କୋଟି ଟଙ୍କା ନିବେଶରେ ଯାଜପୁରରେ ଜେଏସ୍‌ଏଲ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ ପାର୍କରେ ଏକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସର୍ଭିସ ସେଣ୍ଟର ସ୍ଥାପନ କରିବ । ସେହିଭଳି କ୍ରାକର୍ସ ଇଣ୍ଡିଆ ଆଲଏଜ୍‌ ୧୦୧ କୋଟି ଟଙ୍କା ନିବେଶରେ କେନ୍ଦୁଝରର ବଡ଼ବିଲରେ ଆନ୍‌ସିଲିଆରୀ ସୁବିଧା ସହ ଏକ ୫୨,୮୦୦ ଏମ୍‌ଟି ଷ୍ଟିଲ କାଷ୍ଟିଂ ମିଲ୍‌ ଏବଂ ରୋଲିଂ ମିଲ୍‌ ସ୍ଥାପନ କରିବ । 

ଅନୁମୋଦନ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏନ୍‌ଭିରୋକେୟାର ଇନ୍‌ଫ୍ରାସଲ୍ୟୁସନ୍‌ର ଏକ ପ୍ରକଳ୍ପ ରହିଛି । କମ୍ପାନି ୧୦୦ କୋଟି ନିବେଶରେ ସୁନ୍ଦରଗଡରେ ଏକ ମାଇଲ୍‌ଡ ଷ୍ଟିଲ ଷ୍ଟ୍ରିପ୍ସ ଏବଂ ପାଇପ୍‌ ଉତ୍ପାଦନ ୟୁନିଟ୍‌ କରିବ । 

ରୁଙ୍ଗ୍‌ଟା ପେଣ୍ଟ୍‌ସ ଢ଼େଙ୍କାନାଳରେ ପେଣ୍ଟ୍‌ସ ଏବଂ ଆନୁଷଙ୍ଗିକ ଉତ୍ପାଦ ପାଇଁ ଏକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ । ଏଥିପାଇଁ ୯୯୧ କୋଟି ଟଙ୍କା ନିବେଶ ହେବ । 

ମଡ୍ୟୁଲସ୍‌ ଓଲିଓକେମ୍‌ ଆଣ୍ଡ୍‌ ସର୍ଫାକ୍ଟାଣ୍ଟ୍‌ସ ୩୧୩ କୋଟି ଟଙ୍କା ନିବେଶରେ ବାଲେଶ୍ୱରର ବାଲିଆପାଳ ଶିଳ୍ପାଞ୍ଚଳରେ କେମିକାଲ ମାନୁଫ୍ୟାକ୍‌ଚରିଂ ୟୁନିଟ୍‌ କରିବ ।

ଟ୍ରାନ୍‌ସ୍ନୋଭା ଏକ୍ସପ୍ରେସ୍‌ ଇଣ୍ଡିଆ ୧୨୦ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ବଲ୍‌କ ଇଣ୍ଡଷ୍ଟ୍ରିଆଲ କେମିକାଲ ଷ୍ଟୋରେଜ୍‌, ରି-ପ୍ୟାକିଂ ଏବଂ ହ୍ୟାଣ୍ଡ୍‌ଲିଂ ଫ୍ୟାସିଲିଟି ସ୍ଥାପନ କରିବ ।

ଗ୍ରୋ ମାକ୍ସ ଇଣ୍ଡିଆ ଖୋର୍ଦ୍ଧାରେ ୫୪ କୋଟି ଟଙ୍କା ଖଟାଇ ପ୍ଲାଷ୍ଟିକ୍‌ ପେଲ୍ସ, ଲିଡ୍‌, ବଟଲ୍‌ ଏବଂ ଡ୍ରମ୍‌ ପାଇଁ ଏକ ଉତ୍ପାଦନ ୟୁନିଟ୍‌ କରିବ । ଅନୁପମ ପ୍ରଡକ୍ଟ୍‌ସ ଲିମିଟେଡ  ୫୧ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ଏମ୍ପ୍‌ଟି ମେଟାଲ ଟିନ୍‌ କଣ୍ଟେନର ପାଇଁ ଏକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ । 

ପ୍ଲାଷ୍ଟିକ୍‌ ଶିଳ୍ପରେ ରାଜଶ୍ରୀ ପଲିପ୍ୟାକ୍‌ ଲିମିଟେଡ୍‌ ଏବଂ କେଶବ ପ୍ଲାଷ୍ଟେକ୍‌ ଯଥାକ୍ରମେ ଖୋର୍ଦ୍ଧା ଏବଂ ସମ୍ବଲପୁରରେ ମିଳିତ ଭାବେ ୧୦୨ କୋଟି ପୁଞ୍ଜି ଖଟାଇବେ । 

ପିଏମ୍‌ ଗତିଶକ୍ତି ମଲ୍‌ଟି ମୋଡାଲ ଟର୍ମିନାଲ ସ୍କିମ୍‌ ଅଧୀନରେ ଧନ୍‌ସର ଗ୍ରୁପ୍‌ ସୁନ୍ଦରଗଡରେ ୧୯୦ କୋଟିରୋ ଘରୋଇ ଫ୍ରେଟ୍‌ ଟର୍ମିନାଲ କରିବ । କେନ୍ଦ୍ରାପଡାର ମହାକାଳପଡାରେ କୈବଲ୍ୟ ଲଜିଷ୍ଟିକ୍ସ ୧୧୦ କୋଟି ନିବେଶରେ ଏକ ମଲ୍‌ଟି ମୋଡାଲ ଇନ୍‌ଲାଣ୍ଡ କଣ୍ଟେନର ଡିପୋ କରିବ । ଭାଶ୍ୱାନି ଷ୍ଟିଲ୍‌ ନୁଆପଡାରେ ୨୩୭ କୋଟି ଟଙ୍କା ନିବେଶ କରିବ । ଜିଏଆଇଏ ନିଓ ଏନର୍ଜି କଟକର ଡମପଡ଼ାରେ ଏକ କମ୍ପ୍ରେସ୍‌ଡ ବାୟୋଗ୍ୟାସ ପ୍ଲାଣ୍ଟ କରିବ । ଏଥିରେ କମ୍ପାନି ୮୭ କୋଟି ଟଙ୍କା ନିବେଶ କରିବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.