ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେନ୍ଦ୍ର କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ୨୫% ବୃଦ୍ଧି, ୨୦୨୪ ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ

ନୂଆଦିଲ୍ଲୀ,୦୧/୦୬: କେନ୍ଦ୍ର ସରକାର ନିକଟରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪% ବୃଦ୍ଧି  କରିଥିଲେ । ଫଳରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦% ରେ ପହଞ୍ଚି ଯାଇଥିଲା । ମହଙ୍ଗା ଭତ୍ତା ବୃଦ୍ଧିର ସକାରାତ୍ମକ ପ୍ରଭାବ ଅବସରପ୍ରାପ୍ତ ଗ୍ରାଚୁଇଟି  ସମେତ ଏକାଧିକ ଭତ୍ତା ଉପରେ ପଡ଼ିଛି । ମହଙ୍ଗା  ଭତ୍ତା ବୃଦ୍ଧି ଯାଗୁ କେନ୍ଦ୍ରୀୟ କର୍ମଚାରୀମାନେ ଲାଭବାନ  ହୋଇଛନ୍ତି ।

୨୦୨୪ ମେ'  ୩୦ରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, କେନ୍ଦ୍ର  ସରକାର ସପ୍ତମ ବେତନ କମିଶନଙ୍କ ସୁପାରିସକୁ ଲାଗୁ  କରିବା ନିଷ୍ପତ୍ତି ନେଇଥିବାରୁ ଅବସରପ୍ରାପ୍ତ ଗ୍ରାଚୁଇଟି ଓ  ମୃତ୍ୟୁକାଳୀନ ଗ୍ରାଚୁଇଟିର ସୀମା ମଧ୍ୟ ବୃଦ୍ଧି ପାଇଛି । ଫଳରେ  ଅବସରପ୍ରାପ୍ତ ଗ୍ରାଚୁଇଟି ଓ ମୃତ୍ୟୁକାଳୀନ ଗ୍ରାଚୁଇଟିର ସୀମା ୨୫% ବୃଦ୍ଧି ପାଇଛି । ପୂର୍ବରୁ ଏପରି କ୍ଷେତ୍ରରେ ୨୦ ଲକ୍ଷ  ଟଙ୍କା ମିଳୁଥିବା ବେଳେ ଏବେ ୨୫ ଲକ୍ଷ ଟଙ୍କା ମିଳିବ । ଏହା  ପିଛିଲା ଭାବେ ୨୦୨୪ ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.