ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୭୫ବର୍ଷର ବାପାଙ୍କ ଲାଗି ଝିଅ ବାଛିଲେ ୬୦ବର୍ଷର କନ୍ୟା, ଚର୍ଚ୍ଚାରେ ଆସିଲା ଏହି ବିବାହ

ମାହିସାଗର, ୧୫/୫ : ଗୁଜୁରାଟର ମାହିସାଗର ଜିଲ୍ଲାରେ ବିବାହର ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ମହିସାଗର ଜିଲ୍ଲାର ଖାନପୁର ତାଲୁକାସ୍ଥିତ ଅମେଠୀ ଗାଁରେ ରହୁଥିବା ୭୫ବର୍ଷୀୟ ସାୟବା ଭାଇ ଡାମୋରର ୬୦ବର୍ଷୀୟ କଙ୍କୁ ବେନ ପରମାରଙ୍କ ସହ ବିବାହ ହୋଇଛି । କ୍ଷେତରେ କାମ କରି ନିଜ ଗୁଜୁରାଣ ମେଣ୍ଟାଉଥିବା ସାଇବା ଭାଇ ଡାମୋରଙ୍କ ବିବାହ ତାଙ୍କ ଝିଅ ସାମାଜିକ ରିତିନୀତିରେ କରାଇଛନ୍ତି ।

ଅମେଠୀ ଗାଁରେ ରହୁଥିବା ୭୫ବର୍ଷୀୟ ସାଇବା ଭାଇ ଡାମୋରଙ୍କ ବିବାହ ଗାଁରେ ରହୁଥିବା ୬୦ବର୍ଷୀୟ କଙ୍କୁ ବେନଙ୍କ ସହ କରାଯାଇଛି । ସାଇବା ଭାଇ ଡାମୋରଙ୍କ ପ୍ରଥମ ସ୍ତ୍ରୀଙ୍କ ୨୦୨୦ରେ ନିଧନ ହୋଇଥିଲା । ସେହିଭଳି ୬୦ବର୍ଷର କଙ୍କୁ ବେନଙ୍କ ସ୍ବାମୀଙ୍କ ବି ନିଧନ ହୋଇସାରିଛି ।

ସାଇବା ଭାଇ ଡାମୋର ଏବଂ କଙ୍କୁ ପ୍ରଥମରୁ ଜଣେ ଅନ୍ୟ ଜଣଙ୍କୁ ଜାଣିଥିଲେ ଏବଂ ଏହା ତାଙ୍କର ଦ୍ବିତୀୟ ବିବାହ ଅଟେ । ସାଇବା ଭାଇଙ୍କ ଏକ ମାତ୍ର ଝିଅ ଥିଲା । ଯାହାଙ୍କ ବିବାହ ହୋଇସାରିଛି । ଏଭଳିସ୍ଥଳେ ବାପାଙ୍କ ସେବା କରିବାକୁ ପରିବାରରେ କେହି ନ ଥିଲେ । ଏହି କାରଣରୁ ସାଇବା ଭାଇଙ୍କ ଝିଅ ଏବଂ ଜ୍ବାଇଁ ନିଜେ ନିଜ ବାପାଙ୍କ ଦ୍ବିତୀୟ ବିବାହ କରିଲେ ।

ସାଇବା ଭାଇ ଡାମୋର ନିଜ ଦ୍ବିତୀୟ ବିବାହ‌ରେ ଏତେ ଖୁସି ଦେଖାଦେଇଛନ୍ତି କି ଡିଜେର ତାଳେ ତାଳେ ଖୁବ୍ ନାଚିଥିଲେ । ଦୁଇ ବରିଷ୍ଠଙ୍କ ବିବାହରେ ପୂରା ଗାଁ ସାମିଲ ହୋଇଥିଲା । ବିବାହରେ ଗାଁର ମହିଳାଙ୍କ ସହିତ ପ୍ରତ୍ୟେକ ବୟସର ଲୋକ ନାଚିବାର ଦେଖାଯାଇଥିଲା । ୭୫ବର୍ଷର ସାଇବା ଭାଇ ଡାମୋର ଏବଂ ୬୦ବର୍ଷର କଙ୍କୁ ବେନଙ୍କ ବିବାହର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.