ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଦୁର୍ଘଟଣା ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ବାବା ନାରାୟଣ ସାକାର ହରି, କହିଲେ...

ନୂଆଦିଲ୍ଲୀ: ମଙ୍ଗଳବାର ଉତ୍ତରପ୍ରଦେଶର ହାଥରସରେ ସତସଙ୍ଗ ସମୟରେ ଘଟିଥିବା ଦଳାଚକଟାର ମୁଖ୍ୟ ଖଳନାୟକ ତଥା ୧୨୨ ଜଣ ମୃତକଙ୍କ ପାଇଁ ଦାୟୀ କରାଯାଉଥିବା ନାରାୟଣ ସାକାର ହରି ତାଙ୍କର ପ୍ରାଥମିକ ପ୍ରତିକ୍ରିୟା ଦେଇଛନ୍ତି । ଏକ ଚିଠି ଜାରି କରି ନିଜର ପ୍ରଥମ ବିବୃତ୍ତି ସେ ଦେଇଛନ୍ତି । ଇଂରାଜୀରେ ଜାରି କରିଥିବା ଏହି ଚିଠିରେ ବାବା କହିଛନ୍ତି ଯେ, ଆମେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛୁ ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ଏହି ବିବୃତ୍ତିରେ ବାବା କହିଛନ୍ତି ଯେ, ଆମ ପକ୍ଷରୁ ଡକ୍ଟର ଏ.ପି ସିଂ ସିନିୟର ଆଡଭୋକେଟ, ସୁପ୍ରିମକୋର୍ଟଙ୍କୁ ଅନୁମତି ଦିଆଯାଇଛି ଯାହା ଦ୍ବାରା ସାମଗାମ ବା ସତସଙ୍ଗ ପରେ କିଛି ବିରୋଧୀ ଉପାଦାନ ଦ୍ୱାରା ଧାଁ ଦୌଡ ସୃଷ୍ଟି କରିବା ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।

ଏସବୁ ମଧ୍ୟରେ ଦାବି କରାଯାଉଛି ଯେ, ବାବାଙ୍କ ସୁରକ୍ଷା ପାଇଁ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ତାଙ୍କ ନାମ ପାଇଁ ଏକ କୋଡ୍ ୱାର୍ଡ ଦିଆଯାଇଥିଲା । ଗୋଲାପୀ ରଙ୍ଗର ପୋଷାକ ସେବାଧାରୀ ମାନଙ୍କୁ ନାରାୟଣ ସେନା ନାମରେ ଜଣାଶୁଣା । କନଭେନ ସହିତ ଆସିଥିବା ବ୍ଲାକ କମାଣ୍ଡୋ ମାନଙ୍କୁ ଗରୁନ୍ ଯୋଦ୍ଧା କୁହାଯାଉଥିଲା ଏବଂ ମୁଣ୍ଡରେ ଟୋପି ପିନ୍ଧୁଥିବା ଏବଂ ବ୍ରାଉନ୍ ଡ୍ରେସ ପିନ୍ଧୁଥିବା ସୁରକ୍ଷାକର୍ମୀଙ୍କୁ ହରି ବାହକ ନାମ ଦିଆଯାଇଥିଲା । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.