ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଧିକ ପାଣି ପିଇଲେ କମ୍ ହୋଇଥାଏ କି କୋଲେଷ୍ଟ୍ରୋଲ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ସାଧାରଣତଃ କୋଲେଷ୍ଟ୍ରୋଲ ଦୁଇ ପ୍ରକାରର ହୋଇଥାଏ। ଗୁଡ୍ ଏବଂ ବ୍ୟାଡ୍ କୋଲେଷ୍ଟ୍ରୋଲ। ବ୍ୟାଡ୍ କୋଲେଷ୍ଟ୍ରୋଲ ବଢିବା ଦ୍ୱାରା ହାର୍ଟଆଟାକର ବିପଦ ବଢିଥାଏ। କମ୍ ପାଣି ପିଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରୋଲର ପରିମାଣ ବଢିଥାଏ। ଏହି ବ୍ୟାଡ୍ କୋଲେଷ୍ଟ୍ରୋଲ କାରଣରୁ ହୃଦରୋଗର ବିପଦ ବଢିଯାଇଥାଏ। ହୃଦୟକୁ ସୁସ୍ଥ ରଖିବାକୁ ହେଲେ  କୋଲେଷ୍ଟ୍ରୋଲଠାରୁ ଦୂରେଇ ରହିବାକୁ ହେବ। 

ଯଦି  ବ୍ୟାଡ୍ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରି ରଖିବାକୁ ଚାହୁଁଛନ୍ତି,ତେବେ ନିଜ ଲାଇଫଷ୍ଟାଇଲ, ଖାଦ୍ୟପେୟ ଏବଂ ଡାଏଟ୍କୁ ଭଲଭାବରେ ଅନୁସରଣ କରନ୍ତୁ। ଏଥିସହିତ ଶରୀରରେ ପାଣିର ଅଭାବକୁ କମ୍ କରିବା ପାଇଁ ଅଧିକ ପାଣି ପିଅନ୍ତୁ।  ଆମ ଶରୀର ୭୦ପ୍ରତିଶତ ପାଣିରେ ତିଆରି ହୋଇଛି। ଶରୀରକୁ ସୁସ୍ଥ ରଖିବାକୁ ଦିନସାରା ପାଣି ପିଅନ୍ତୁ। ଅନେକ ରିସର୍ଚ୍ଚରୁ ଜଣାପଡିଛି ଯେ ଶରୀରରେ ପାଣିର ଅଭାବ କାରଣରୁ କୋଲେଷ୍ଟ୍ରୋଲ ବହୁମାତ୍ରାରେ ପ୍ରଭାବିତ ହୁଏ।

ପାଣି ପିଇବା ଦ୍ୱାରା ଜମି ରହିଥିବା ମଇଳା ବାହାରିଯାଇଥାଏ। ଯଦି ଆପଣ କମ୍ ପାଣି ପିଉଛନ୍ତି, ତେବେ ଶରୀରରେ ଜମି ରହିଥିବା ମଇଳା ତୀବ୍ର ଗତିରେ ବ୍ୟାଡ୍ କୋଲେଷ୍ଟ୍ରୋଲକୁ ବଢାଇଥାଏ। ଯାହାଦ୍ୱାରା ହୃଦୟ ଜନିତ ରୋଗ ବଢିଥାଏ। ଡିହାଇଡ୍ରେସନ କାରଣରୁ ଯକୃତ ଅଧିକ କୋଲେଷ୍ଟ୍ରୋଲ ବନାଇଥାଏ। ଯଦି ଆପଣ ଅଧିକ ପାଣି ପିଉଛନ୍ତି, ତେବେ ହାଇ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇ ରହିବ। ଏହାଛଡା ରୋଗୀକୁ ଫାଇବର୍, ପ୍ରୋଟିନରେ ଭରପୁର ଡାଏଟ୍ ଗ୍ରହଣ କରିବା ଉଚିତ୍।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.