ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଆଜିଠାରୁ ଖାଆାନ୍ତୁ ଏହି ଖାଦ୍ୟ, ନିୟନ୍ତ୍ରଣରେ ରହିବ ଉଚ୍ଚ ରକ୍ତଚାପ

Published By : Harapriya Sethi | July 7, 2024 9:01 AM

ସାଧାରଣତଃ ଅତ୍ୟଧିକ ଚିନ୍ତାରେ ରହୁଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ସଞ୍ଚାଳନର ଗତି ତୀବ୍ର ହୋଇଥାଏ ଏବଂ ଉଚ୍ଚ ରକ୍ତଚାପର ରୋଗ ହୋଇଥାଏ । 'ହେଲ୍ଥଲାଇନ'ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ଏକ ବିଲିୟନରୁ ଅଧିକ ଲୋକ ଉଚ୍ଚ ରକ୍ତଚାପରେ ପୀଡିତ । ଦୁଇ ପ୍ରକାରର ଉଚ୍ଚ ରକ୍ତଚାପ ରହିଛି । ସିଷ୍ଟୋଲିକ୍ ରକ୍ତଚାପ ସେଥିରୁ ଗୋଟିଏ ।  ଯଦି ଏହା ୧୩୦ଏମଏମ ଏଚଜି ଅତିକ୍ରମ କରେ, ତେବେ ମୃତ୍ୟୁ ହେବାର ଆଶଙ୍କା ବଢିଥାଏ ।

ଦ୍ୱିତୀୟଟିକୁ ଡାଇଷ୍ଟୋଲିକ୍ ରକ୍ତଚାପ କୁହାଯାଏ, ଯେଉଁଥିରେ ଏହା ୮୦ ମିମି ଏଚଜି ରୁ କମ ହୋଇଥିଲେ ମଧ୍ୟ ମୃତ୍ୟୁ ହେବାର ଆଶଙ୍କା ରହିଥାଏ । ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଲୋକମାନେ ପ୍ରାୟତ ଓୌଷଧ ବ୍ୟବହାର କରନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣ ଏହାକୁ ପ୍ରାକୃତିକ ଖାଦ୍ୟ ସାହାଯ୍ୟରେ ମଧ୍ୟ ନିୟନ୍ତ୍ରଣରେ ରଖିପାରିବେ ।

ଏହି ଫଳଗୁଡ଼ିକୁ ଖାଦ୍ୟର ଅନ୍ତର୍ଭୁକ୍ତ କରନ୍ତୁ-

ଯଦି ଆପଣ ଉଚ୍ଚ ରକ୍ତଚାପ ରୋଗୀ, ତେବେ ଆପଣ ନିଜ ଖାଦ୍ୟରେ ଲେମ୍ବୁ, କମଳା, ଅଙ୍ଗୁର ପରି ଫଳ ଅନ୍ତର୍ଭୁକ୍ତ କରି ରକ୍ତଚାପ ରୋଗକୁ ନିୟନ୍ତ୍ରଣରେ ରଖିପାରିବେ । ପନିପରିବା ଏବଂ ଫଳ ଅନେକ ଭିଟାମିନ୍ ଏବଂ ଖଣିଜ ପଦାର୍ଥରେ ଭରପୂର ଅଟେ । ଯାହା ହୃଦରୋଗକୁ ନିୟନ୍ତ୍ରଣ କରିବାରେ ହୋଇଥାନ୍ତି ।  ଅଧ୍ୟୟନ ଅନୁଯାୟୀ, କମଳା ଏବଂ ଅଙ୍ଗୁର ରସ ପିଇବା ଦ୍ୱାରା ମଧ୍ୟ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। 

ଓମେଗା ୩ ଫ୍ୟାଟି ଏସିଡ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ-

ଉଚ୍ଚ ରକ୍ତଚାପ ରୋଗୀମାନେ ସେମାନଙ୍କ ଖାଦ୍ୟରେ ଓମେଗା ୩ ଫ୍ୟାଟି ଏସିଡ୍ ଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଜରୁରୀ । ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ସାଲମନ ମାଛ ମଧ୍ୟ ଅତ୍ୟନ୍ତ ଉତ୍ତମ । ଏହା ଶରୀରର ଚର୍ବି ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରଖେ । ଏହା ରକ୍ତ କଣିକା ଉପରେ ପ୍ରଭାବ ପକାଇଥାଏ । 

କଖାରୁ ଖାଇବା ଜରୁରୀ-

କଖାରୁରେ ପ୍ରଚୁର ପରିମାଣର ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଅର୍ଜିନୀନ୍ ଏବଂ ଆମିନୋ ଏସିଡ୍ ଥାଏ ଯାହା ଶରୀର ପାଇଁ ବହୁତ ଭଲ । କଖାରୁ ମଞ୍ଜିରୁ ପ୍ରସ୍ତୁତ ପ୍ରାକୃତିକ ତେଲ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ । ଏହି ଅନୁସନ୍ଧାନ ୨୩ ମହିଳାଙ୍କ ଉପରେ କରାଯାଇଥିଲା । ଦୈନିକ ଅଳ୍ପ ମାତ୍ରାରେ କଖାରୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି  ଉକ୍ତ ଅନୁସନ୍ଧାନରୁ ଜଣାପଡିଛି । 

ଡାଲି ଏବଂ ଶଷ୍ୟ ଜାତୀୟ ଖାଦ୍ୟ-

ଡାଲି ଏବଂ ଶଷ୍ୟ ଜାତୀୟ ଖାଦ୍ୟରେ  ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ରହିଥାଏ ।  ଯାହା ରକ୍ତ ସଞ୍ଚାଳନ ପାଇଁ ବହୁତ ଭଲ । ଏଥିରେ ପ୍ରଚୁର ପରିମାଣରେ ଫାଇବର, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଥାଏ ଏବଂ ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଡାଲି ଏବଂ ଶଷ୍ୟ ଜାତୀୟ ଖାଇବା ଦ୍ୱାରା ରକ୍ତଚାପର ସମସ୍ୟା ସୃଷ୍ଟି ହୁଏ ନାହିଁ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.