ଟ୍ରାକ୍ରେ ପଥର ଖସି ରାସ୍ତା ଅବରୋଧ ହେବାଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଆଜି ଉଭୟ ପଟର (ଇଏମ ୟୁ) ପାସେଞ୍ଜର ଟ୍ରେନ୍କୁ ବାତିଲ କରାଯାଇଛି । ସେହିପରି ବ୍ଲକର କିଛି ସ୍ଥାନରେ ରାସ୍ତା ଧୋଇ ହୋଇଯାଇ ଥିବାର ଖବର ମିଳିଛି । ଡଙ୍ଗା ସିଲ, ଟିକିରି, କାଶୀପୁରର କିଛି ଘରେ ବନ୍ୟା ଜଳ ପଶିଯିବାରୁ ଘରର ଜିନିଷ ପତ୍ର ନଷ୍ଟ ହୋଇ ଥିବା ଅଭିଯୋଗ ।
ପୂର୍ତ୍ତ ବିଭାଗ ଅଧୀନରେ ଥିବା ଟିକିରି ମୁଖ୍ୟ ରାସ୍ତାର ଡ୍ରେନ ଅବରୋଧ ଫଳରେ ରାସ୍ତା ପାଖରେ ଥିବା କିଛି ଦୋକାନ ଏବଂ ଘର ଭିତରେ ବର୍ଷା ପାଣି ପଶି ଥିବା ଜଣାଯାଇଛି । ହାଟପଦା ନିକଟସ୍ଥ ରାଇସ ମିଲ ସମ୍ମୁଖରେ ଡ୍ରେନ ଅବରୋଧରୁ ନିକଟରେ ଥିବା ଏକ ସନ୍ତୋସି କିରାନା ଦୋକାନ ଏବଂ ଘର ଭିତରେ ପାଣି ପଶିଥିଲା । ଫଳରେ ଜିନିଷପତ୍ର ନଷ୍ଟ ହୋଇଥିବା ଜଣାଯାଇଛି । ତୁରନ୍ତ ଡ୍ରେନ୍ ସଫେଇର ବ୍ୟବସ୍ଥା କରିବା ସହ ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି ।