ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମୋ ଇସ୍ତଫା କଥା ଗୁଜବ, ଆହୁରି ୫ ବର୍ଷ ଚାଲିବ ଆମ ସରକାର’, ହିମାଚଳ ସିଏମ୍ ସୁଖୁଙ୍କ ସ୍ପଷ୍ଟୋକ୍ତି

ଶିମଲା,୨୮।୨:  ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜର ଇସ୍ତଫା ଖବରକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ସେ ଏହାକୁ ମିଥ୍ୟା ଓ ଗୁଜବ ବୋଲି କହିଛନ୍ତି। ସୁଖୁ କହିଛନ୍ତି, ମୁଁ ଇସ୍ତଫା ଦେଇନି। ଆମର ସରକାର ସ୍ଥିର ଓ ପୁରା ୫ ବର୍ଷ ପର୍ଯ୍ୟନ୍ତ କାମ କରିବ। ତେବେ ଏହା ପୂର୍ବରୁ ଖବର ଆସିଥିଲା ପାର୍ଟିରେ ଜାରି ସଙ୍କଟ ଭିତରେ ସିଏମ୍ ସୁଖୁ ଇସ୍ତଫା ଦେଇଛନ୍ତି। ହିମାଚଳରେ କଂଗ୍ରେସ ସରକାର ଭିତରେ ଖୁବ୍ ଅସ୍ଥିରତା ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂହଙ୍କ ପୁଅ ତଥା ହିମାଚଳ ସରକାରର କ୍ୟାବିନେଟ୍ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ କାନ୍ଦି କାନ୍ଦି ଦଳରୁ ବୁଧବାର ଇସ୍ତଫା ଦେଇଛନ୍ତି। ବିକ୍ରମାଦିତ୍ୟ ସିଂହ ଅଭିଯୋଗ କରିଥିଲେ ଯେ, ପାର୍ଟିରେ ବିଧାୟକଙ୍କ କଥା ଶୁଣାଯାଉ ନାହିଁ।

କଂଗ୍ରେସ ମହାସଚିବ ଜୟରାମ ରମେଶ ହିମାଚଳ ପ୍ରଦେଶର ଘଟଣାକ୍ରମ ଉପରେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ପର୍ଯ୍ୟବେକ୍ଷକଙ୍କୁ ସବୁ ବିଧାୟକଙ୍କ ସହିତ କଥା ହୋଇ ଶୀଘ୍ର ରିପୋର୍ଟ ଦେବାକୁ କହିଛନ୍ତି। କଂଗ୍ରେସର ଶୀର୍ଷ ନେତା ହିମାଚଳ ପ୍ରଦେଶ ସରକାରଙ୍କ ଉପରେ ଆସିଥିବା ସଙ୍କଟ ଭିତରେ ବୁଧବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଓ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଦଳର ବିଧାୟକଙ୍କ ସହିତ କଥା ହୋଇ ସମାଧାନର ବାଟ ବାହାର କରିବା ପାଇଁ ଶିମଲା ପଠାଯାଇଛି। 

ଉଲ୍ଲେଖନୀୟ ଯେ, ବିଜେପି ପ୍ରାର୍ଥୀ ହର୍ଷ ମହାଜନ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଙ୍ଘଭିଙ୍କୁ ହରାଇ ରାଜ୍ୟସଭା ଆସନରୁ ବିଜୟୀ ହୋଇଥିଲେ। ଏହାପରେ ଏହି ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳୁଛି। କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କୁ ୩୪ ଭୋଟି ମିଳିଛି, ଯାହାଫଳରେ ସଙ୍କେତ ମିଳି ଯାଇଛି ଯେ, କଂଗ୍ରେସର ୬ ବିଧାୟକ ପାର୍ଟି ବିରୋଧରେ ମତଦାନ କରିଛନ୍ତି। ଏହାପରେ ଡ୍ର ଜରିଆରେ ପରିଣାମ ଘୋଷଣା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.