ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଏହି ରାଜ୍ୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ AIDS ଆତଙ୍କ : ୮୨୮ ଷ୍ଟୁଡେଣ୍ଟ ଏଚଆଇଭି ପଜିଟିଭ୍, ୪୭ ମୃତ

ନୂଆଦିଲ୍ଲୀ – ତ୍ରିପୁରାର ସ୍କୁଲ୍‌ରେ ଛାତ୍ରଛାତ୍ରଙ୍କୁ ଏଡ୍ସ ରୋଗ ହେବାର ଗୁରୁତର ମାମଲା ସାମନାକୁ ଆସିଛି। ତ୍ରିପୁରା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟି ( ଟିଏସଏସଇଏସ)ର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ , ତ୍ରିପୁରାରେ ଏଚଆଇଭିରେ ୪୭ ଲୋକଙ୍କ ମୃତ୍ୟୁ ହୋଇ ସାରିଛି ଏବଂ ୮୨୮ ଜଣ ଛାତ୍ର ଏଚଆଇଭି ପଜିଟିଭ୍‌ ଥିବା ଜଣାପଡ଼ିଛି। ଟିଏସଏସଇଏସର ଜଏଣ୍ଟ ଡାଇରେକ୍ଟରଙ୍କ କହିବାନୁସାରେ, ସ୍କୁଲ୍‌ ଛାତ୍ର ମାଦକ ଦ୍ରବ୍ୟର ପ୍ରଚୁର ମାତ୍ରାରେ ସେବନ କରୁଛନ୍ତି।

ଏଚଆଇଭିର ଏହି ତଥ୍ୟକୁ ନେଇ ଟିଏସଏସଇଏସର ଅଧିକାରୀ କହିଛନ୍ତି କି,  ଆମେ ଏବେସୁଦ୍ଧା ୮୨୮ ଜଣ ଛାତ୍ରଛାତ୍ରୀଙ୍କୁ ଏଚଆଇଭି ପଜିଟିଭ୍‌ରେ ରେଜିଷ୍ଟର କରିଛୁ। ଏଥିରୁ ୫୭୨ ଜଣ ଛାତ୍ରଛାତ୍ରୀ ଏବେ ବି ଜୀବିତ ଅଛନ୍ତି ଏବଂ ଏହି ବିପଜ୍ଜନକ ସଂକ୍ରମଣ କାରଣରୁ ୪୭ ଜଣ ଲୋକ ନିଜର ଜୀବନ ହରାଇ  ସାରିଛନ୍ତି। ଅନେକ ଛାତ୍ରଛାତ୍ରୀ ସାରା ଦେଶର ପ୍ରତିଷ୍ଠିତ ସଂସ୍ଥା ଗୁଡ଼ିକରେ ଉଚ୍ଚ ଶିକ୍ଷା ପାଇଁ ତ୍ରିପୁରାରୁ ବାହାରକୁ ଚାଲି ଯାଇଛନ୍ତି। ତ୍ରିପୁର ଏଡ୍ସ ନିୟନ୍ତ୍ରଣ ସୋସାଇଟି ୨୨୦ଟି ସ୍କୁଲ ଓ ୨୪ଟି କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଏମିତି ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିଛନ୍ତି , ଯେଉଁମାନେ ଇଞ୍ଜେକ୍ସନ ଭଳି ଔଷଧ ନେଉଛନ୍ତି। ଖାଲି ଏତିକି ନୁହେଁ , ସଦ୍ୟ ତଥ୍ୟରୁ ଜଣାପଡ଼ିଛି କି ପାଖାପାଖି ପ୍ରତିଦିନ ଏଚଆଇଭିର ୫ରୁ ୭ଟି ନୂଆ ମାମଲା ସାମନାକୁ ଆସୁଛି। 

ତ୍ରୁପୁରା ଜର୍ଣ୍ଣାଲିଷ୍ଟ ୟୁନିୟନ ,ୱେବ୍‌ ମିଡ଼ିଆ ଫୋରମ୍‌ ଓ ଟିଏସଏସିଏମ୍‌ ଦ୍ୱାରା ଆୟୋଜିତ ମିଡ଼ିଆ କାର୍ଯ୍ୟଶାଳାରେ ଟିଏମଏସିଏସର ଯୁଗ୍ମ ନିର୍ଦ୍ଦେଶକ ସୁଭ୍ରଜିତ ଭଟ୍ଟାଚାର୍ଯ୍ୟ ତ୍ରିପୁରାରେ ଏଚଆଇଭିର ସ୍ଥିତିର ବିସ୍ତୃତ ବିବରଣୀ ପ୍ରସ୍ତୁତ କରିଛନ୍ତି । ଅଧିକାରୀ କହିଛନ୍ତି କି , ଏବେସୁଦ୍ଧା ୨୨୦ ଟି ସ୍କୁଲ ଓ ୨୪ ଟି କଲେଜ୍‌ ଓ ବିଶ୍ୱବିଦ୍ୟାଳୟ ଚିହ୍ନଟ କରାଯାଇଛି। ଯେଉଁଠି ଷ୍ଟୁଡେଣ୍ଟସ ମାଦବ ଦ୍ରବ୍ୟର ଉପଯୋଗ କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.