ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ସିମି’ ଉପରେ ବଢିଲା ଆଉ ୫ ବର୍ଷର କଟକଣା, କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ,୨୯।୧:କେନ୍ଦ୍ର ଗୃହ ମନ୍ତ୍ରଣାଳୟ 'ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ (ସିମି)' ଉପରେ କଟକଣାକୁ ପାଞ୍ଚ ବର୍ଷ ବଢାଇ ଦେଇଛନ୍ତି। ସୋମବାର  ‘ଏକ୍ସ’ (ଟ୍ବିଟର) ରେ ଏକ ପୋଷ୍ଟ ମାଧ୍ୟମରେ ଏହି ନିଷେଧାଦେଶକୁ ବଢାଇ ଦିଆଯାଇଥିବା ସମ୍ପର୍କିତ ନିର୍ଦେଶ ସମ୍ପର୍କରେ ଗୃହମନ୍ତ୍ରଣାଳୟ ସୂଚନା ଦେଇଛି।

ଗୃହ ମନ୍ତ୍ରଣାଳୟ ଏହି ପୋଷ୍ଟରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ଆଭିମୁଖ୍ୟ ଅନୁଯାୟୀ 'ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ' (ସିମି) କୁ ଆସନ୍ତା ପାଞ୍ଚ ବର୍ଷ ପାଇଁ UAPA ଅଧୀନରେ ଏକ ବେଆଇନ ସଂଗଠନ ଭାବେ ଘୋଷଣା କରାଯାଇଛି। ଶେଷ ଥର ପାଇଁ ୨୦୧୯ ଜାନୁଆରି ୩୧ ତାରିଖରେ ଗେଜେଟ ନୋଟିଫିକେସନ୍ ନଂ ଏସ୍ ଓ ୫୬୪(ଇ) ଜରିଆରେ ସିମି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ବିରୋଧରେ ସିମି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ସିମି ଉପରେ ଲଗାଯାଇଥିବା ନିଷେଧାଦେଶ ବିରୋଧରେ ହୋଇଥିବା ଆବେଦନର ତୁରନ୍ତ ଶୁଣାଣି କରିବାକୁ କୋର୍ଟ ମନା କରିଦେଇଥିଲେ।

କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ ଭାରତର ସାର୍ବଭୌମତ୍ୱ, ସୁରକ୍ଷା ତଥା ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା, ଆତଙ୍କବାଦକୁ ପ୍ରୋତ୍ସାହିତ କରିବା, ଶାନ୍ତି ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାକୁ ସିମି ଚେଷ୍ଟା କରୁଛି। ଗତ ବର୍ଷ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦଖ କରି ‘ସିମି’ ଉପରେ କଟକଣା ଲାଗୁ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଥିଲା ସିମି ଭାରତୀୟ ରାଷ୍ଟ୍ରବାଦ ବିରୋଧରେ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.