ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣେ ପୋର୍ସ କାର ଦୁର୍ଘଟଣା ମାମଲା: ହସ୍ପିଟାଲର ଡିନ୍‌ଙ୍କ ବଡ଼ ଖୁଲାସା, ମନ୍ତ୍ରୀଙ୍କ ବିରୋଧରେ ଆଣିଲେ ସଙ୍ଗୀନ୍‌ ଅଭିଯୋଗ

Image Courtesy: ndtv

ପୁଣେ: ପୁଣେ ପୋର୍ସ କାର ଦୁର୍ଘଟଣା ମାମଲାରେ ସସୁନ ହସ୍ପିଟାଲର ଡିନ୍ ବଡ଼ ଖୁଲାସା କରିଛନ୍ତି । ଏହି ମାମଲାରେ ରାଜନେତାଙ୍କ ହସ୍ତକ୍ଷେପ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।ଅଭିଯୁକ୍ତ ନାବାଳକର ରକ୍ତ ନମୁନା ବଦଳାଇଥିବା ଅଭିଯୁକ୍ତ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟର ଏକ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫରେନ୍ସିକ୍‌ ବିଭାଗର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା ।ଡିନ୍‌ ବିନାୟକ କାଲେ  ଅଭିଯୋଗ କରିଛନ୍ତି ଯେ, ବିଧାୟକ ସୁନୀଲ ଟିଙ୍ଗରେ ଦୁର୍ଘଟଣା ପରେ ୟେରଓ୍ବାଡା ହସ୍ପିଟାଲରେ ପହଞ୍ଚି ମାମଲାରେ ହସ୍ତକ୍ଷେପ କରିଥିଲେ ।

ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ବିନାୟକ କାଲେ କହିଛନ୍ତି ଯେ, ମହାରାଷ୍ଟ୍ରର ମେଡିକାଲ ଏଜୁକେସନ୍‌ ମନ୍ତ୍ରୀ ହସନ ମୁସ୍ରିଫ ଏବଂ ସୁନୀଲ ଟିଙ୍ଗରେ ଡାକ୍ତର ଅଜୟ ତାଓ୍ବଡେଙ୍କ  ସସୁନ ହସ୍ପିଟାଲର ଫରେନ୍ସିକ ବିଭାଗର ମୁଖ୍ୟ କରାଇବାକୁ ପତ୍ର ଲେଖିଥିଲେ ।ମୁସ୍ରିଫ ଏବଂ ଟିଙ୍ଗରେ ଉଭୟ ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପି ଦଳର ନେତା । ବିଜେପି ଏବଂ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ମେଣ୍ଟ ସରକାରରେ ଅଜିତ ପାଓ୍ବାରଙ୍କ ଏନସିପି ସାମିଲ ରହିଛି ।ସେପଟେ ଏହି ସାମ୍ବାଦିକ ସମ୍ମିଳନୀ ପରେ ବିନାୟକ କାଲେଙ୍କୁ ମହାରାଷ୍ଟ୍ର ସରକାର ଜବରଦସ୍ତି ଛୁଟିରେ ପଠାଇ ଦେଇଛନ୍ତି । ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା ଅଭିଯୋଗରେ ତାଙ୍କୁ ଛୁଟିରେ ପଠାଇ ଦିଆଯାଇଛି ବୋଲି ଜଣାପଡ଼ିଛି । 

 ପୋର୍ସ ଦୁର୍ଘଟଣା ମାମଲାରେ ଡାକ୍ତର ତାଓ୍ବଡେ ଏବଂ ସସୁନ ହସ୍ପିଟାଲ ମୁଖ୍ୟ ମେଡିକାଲ ଅଧିକାରୀ  ଶ୍ରୀହରି ହରନୋର ପୁଣେ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ଅଭିଯୁକ୍ତ ନାବାଳକର ରକ୍ତ ନମୁନା ପରିବର୍ତ୍ତନ କରିଥିବାର ଅଭିଯୋଗରେ ଏମାନଙ୍କୁ ସୋମବାର ଗିରଫ କରାଯାଇଛି ।ସେପଟେ ନାବାଳକ ମଦ୍ୟପାନ କରିଥିବାର ପ୍ରମାଣ ନଷ୍ଟ କରିବାକୁ ଯାଇ ରକ୍ତ ନମୁନା ପରିବର୍ତ୍ତନ କରାଯାଇଥିଲା । ଅଭିଯୁକ୍ତର ସମ୍ପର୍କୀୟଙ୍କ ପାଖରୁ ଏଥିପାଇଁ ୩ ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଥିଲା । ଏଥିରେ ମଧ୍ୟସ୍ଥି ସାଜିଥିବା ଜଣେ ପିଅନ ଅତୁଲ ଘାଟକାମ୍ବଲେଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ମାମଲାରେ ତାଓ୍ବଡେ ଏବଂ ଅତୁଲଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଶ୍ରହରୀ ହରନୋରଙ୍କୁ ବହିଷ୍କାର କରାଯାଇଛି ବୋଲି  ଡିନ୍‌ ବିନାୟକ କାଲେ କହିଛନ୍ତି । ଏହା ସହ ରାଜ୍ୟସ୍ତରୀୟ କମିଟି ଗଠନ କରି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । 

 ଅନ୍ୟପଟେ ମାମଲାରେ ସଂପୃକ୍ତ ଥିବା କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବନି ବୋଲି ମଙ୍ଗଳବାର କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସନ୍ଦେ । ସୂଚନାଯୋଗ୍ୟ, ମେ’ ୧୯ରେ ଜଣେ ୧୭ ବର୍ଷୀୟ ନାବାଳକ ନିଶାଗ୍ରସ୍ତ ଅବସ୍ଥାରେ କାର ଚଳାଇ ଯାଉଥିବା ବେଳେ ଦୁଇ ଜଣ ଇଞ୍ଜିନିୟରଙ୍କୁ ଧକ୍କା ଦେଇଥିଲେ ।ଏହି ଦୁର୍ଘଟଣା ଦୁଇ ୨୪ ବର୍ଷୀୟ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମୟରେ ଅଢ଼େଇ କୋଟି ଟଙ୍କାର ପୋର୍ସ କାର ୧୫୦ କିଲୋମିଟର ବେଗରେ ଗତି କରୁଥିଲା । ଆଉ ଏହାକୁ ମଦ୍ୟପାନ କରି ଚଳାଉଥିଲେ ଜଣେ ୧୭ ବର୍ଷୀୟ ବାଳକ । ଏହି ମାମଲାରେ ଅଭିଯୁକ୍ତ ନାବାଳକଙ୍କ ବାପା ଏବଂ ଜେଜେବାପାଙ୍କୁ  ମଧ୍ୟ ଗିରଫ କରିଛି ପୋଲିସ ।  

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.