ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ଲୁଣରେ ତିଆରି ହୋଇଛି ଏହି ହୋଟେଲ, କାନ୍ଥ ଚାଟି ଚେକ୍ କରନ୍ତି ଲୋକେ

ନୂଆଦିଲ୍ଲୀ ୧୧/୦୨: ଦକ୍ଷିଣ ଆମେରିକାର ଆଣ୍ଡିଜ୍‌ ପର୍ବତରେ ଶୋଭା ପାଉଛି ବିଶ୍ୱର ଅନ୍ୟତମ ସବୁଠୁ ଅଜବ ହୋଟେଲ । ବରଫ ହୋଟେଲ ଭଳି ଦିଶୁଥିଲେ ହେଁ, ଏହା ସମ୍ପୂର୍ଣ୍ଣ ରୂପେ ଲୁଣରେ ନିର୍ମିତ । ୧୨ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ବୋଲିଭିୟାର ଏହି ଲୁଣ ହୋଟେଲର ନାମ ‘ପାଲାସିଓ ଡି ସାଲ୍‌’ । ଏହାର ଚଟାଣଠୁ ଆରମ୍ଭ କରି କାନ୍ଥ, ଆସବାବପତ୍ର, ଛାତ ଓ କଳାକୃତି ସବୁକିଛି ଲୁଣି ନିର୍ମିତ । 

୧୯୯୮ ମସିହାରେ ହୋଟେଲ ବ୍ୟବସାୟୀ ଜୁଆନ କ୍ୱେସାଦା ଭାଲ୍‌ଦାଙ୍କ ଦ୍ୱାରା ଜନ୍ମ ନେଇଥିବା ଏହି ଲୁଣ ହୋଟେଲ ବିଚାର ପ୍ରଥମେ ଖୁବ୍‌ ଆଲୋଚନାର ବିଷୟ ହୋଇଥିଲା । ଏବେ ଜୁଆନଙ୍କ ଝିଅ ଲୁସିୟା କ୍ୱେସାଦା ହୋଟେଲର ପ୍ରବନ୍ଧନ ଦାୟିତ୍ୱରେ ଅଛନ୍ତି । ବାପା ଯେତେବେଳେ ତାଙ୍କୁ ଏହି ଅଜବ ହୋଟେଲ ବିଷୟରେ କହିଲେ, ଲୁସିୟାଙ୍କ ଜବାବ ଥିଲା ‘ତୁମେ କ’ଣ ପାଗଳ ହୋଇଯାଇଛ? ଲୁଣରେ ତୁମେ ହୋଟେଲ କେମିତି ନିର୍ମାଣ କରିବ? ସେଠାକୁ କେହି ବି ଯିବେ ନାହିଁ ।’ କିନ୍ତୁ ବାସ୍ତବତା ତାଙ୍କୁ ଭିନ୍ନ ପ୍ରମାଣିତ କଲା । 

ସ୍ଥାନୀୟ ଅଞ୍ଚଳର ବିଳାସପୂର୍ଣ୍ଣ ହୋଟେଲ ଭାବେ ପାଲାସିଓ ଡି ସାଲ ପ୍ରସିଦ୍ଧି ଅର୍ଜନ କଲା । ବର୍ଷ ତମାମ ବିଶ୍ୱର ପ୍ରତ୍ୟେକ କୋଣରୁ ଏହା ଅତିଥିଙ୍କ ଧ୍ୟାନ ଆକର୍ଷଣ କରୁଛି । ନିଆରା ଗମ୍ବୁଜ ଛାତଯୁକ୍ତ ଏହି ହୋଟେଲର ପ୍ରତ୍ୟେକ ବଖରା ଲୁଣ ଇଟାରେ ନିର୍ମିତ । ଏଠାରେ ରହଣିର ଅନନ୍ୟ ଅନୁଭବ ସତ୍ତେ୍ୱ କାନ୍ଥରୁ ପାଣି ଝରିବା ହୋଟେଲର ଢାଞ୍ଚାକୁ ବ୍ୟାପକ କ୍ଷତି ପହଞ୍ଚାଉଛି । ବର୍ଷା ଋତୁରେ ଆର୍ଦ୍ରତା ଯୋଗୁ ହୋଟେଲ ଢାଞ୍ଚାଗତ ପରିବର୍ତ୍ତନର ସମ୍ମୁଖୀନ ହୁଏ । ଏହାର କିଛି ଅଂଶ ଖରାପ ହୋଇଗଲାଣି । ବିଶ୍ୱର ଏହି ଅନନ୍ୟ ଧରୋହରକୁ ସାଇତି ରଖିବା ପାଇଁ ହୋଟେଲର ମରାମତି ଆବଶ୍ୟକ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.