ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମମତାଙ୍କ ଉପରେ ଭରସା ନାହିଁ’, ଟିଏମସି ସୁପ୍ରିମୋଙ୍କୁ ଅଧିର ରଞ୍ଜନଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୬।୫; ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲୋକସଭା ନିର୍ବାଚନ ପରେ ଇଣ୍ଡିଆ ବ୍ଲକକୁ ସମର୍ଥନ ଦେବାର ବୟାନ ଉପରେ କଂଗ୍ରେସ ନେତା ଅଧିର ରଞ୍ଜ ଚୌଧୁରୀଙ୍କ ପ୍ରତିକ୍ରିୟା ଆସିଛି। ଅଧିର କହିଛନ୍ତି, ମମତା ବାନାର୍ଜୀଙ୍କ ଉପରେ ମୋର ଭରସା ନାହିଁ। ସେ ଆଗ ମେଣ୍ଟ ଛାଡି ପଳାଇଥିଲେ, ଏତେ ଯେତେବେଳେ ଦେଖି‌ଲେ କଂଗ୍ରେସ କ୍ଷମତାକୁ ଆସୁଛି ଲାଇନ୍ ଲଗାଇବା ଆରମ୍ଭ କରିଦେଲେ। ଅଧିର କହିଛନ୍ତି, ଯଦି ବିଜେପି  ପକ୍ଷ  ଭାରି ରହିଥାନ୍ତା ତେବେ ସେପଟକୁ ‌ସେ ଯାଇଥାନ୍ତେ। ମୋତେ ତାଙ୍କ ଉପରେ ଟିକେ ବି ଭରସା ନାହିଁ, କାରଣ ସେ ମେଣ୍ଟ ଭାଙ୍ଗିଥିଲେ ଓ ଏହାକୁ ସମସ୍ତେ ଦେଖିଛନ୍ତି।’

ସେଭଳି ମମତା ବାନାର୍ଜୀଙ୍କ ବୟାନ ଉପରେ ବିଜେପି ମଧ୍ୟ କଟାକ୍ଷ କରିଛି। ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ଦିନରେ ସ୍ବପ୍ନ ଦେଖୁଛନ୍ତି, ଦେଖିବାକୁ ଦିଅନ୍ତୁ। ଏବେ ତ ସରକାର ବି ହୋଇନି। ଏବେଠୁ ଆଉଟ ସାଇଟ୍ ଆଉଟ୍ ସାଇଡ୍ କହୁଛନ୍ତି। ସେଭଳି ଜେଡିୟୁ ନେତା ଉମେଶ କୁଶଓ୍ବାହ କହିଛନ୍ତି ଇଣ୍ଡି ଆଲାୟନ୍ସ ହିଁ ନାହିଁ। ତାହା ତ ଶେଷ ହୋଇସାରିଛି। ଧରାତଳରେ କିଛି ନାହିଁ। ନିର୍ବାଚନ ଲଢିବା ପୂର୍ବରୁ ମେଣ୍ଟ ହାରିସାରିଛି। 

ଉଲ୍ଲେଖନୀୟ ଯେ, ନିକଟରେ ମମତା କହିଥିଲେ,ବିଜେପି ଦାବି କରୁଥିଲା ସେ ୪୦୦ ସିଟ୍ ଜିତିବ, କିନ୍ତୁ ଲୋକ କହୁଛନ୍ତି, ଏଭଳି ହେବନି। ପୁରା ଦେଶ ବୁଝିସାରିଛି ବିଜେପି ଚୋରରେ ଭର୍ତ୍ତି ହୋଇ ରହିଥିବା ଦଳ। ଆମେ (ଟିଏମ୍‌ସି) ସରକାର ଗଠନ କରିବା ପାଇଁ ରାଷ୍ଟ୍ରୀୟ ସ୍ତରରେ ବାହାରରୁ ଇଣ୍ଡିଆ ବ୍ଲକର ସମର୍ଥନ କରିବୁ ଓ ସବୁଆଡୁ ତାକୁ ସାହାଯ୍ୟ କରିବୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.