ଅହମ୍ମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ୟ କାର୍ଯ୍ୟକାଳ ପୂର୍ବ ୧୦୦ ଦିନର ହିସାବ କିତାବ ଜନତାଙ୍କ ସାମନାରେ ରଖିଛନ୍ତି। କହିଛନ୍ତି, ଏହି ସମୟରେ ତାଙ୍କର ଖୁବ୍ ଉପହାସ କରାଯାଇଛି। ଅନେକ ଅପମାନିତ କରାଯାଇଛି। ପିଏମ୍ ମୋଦି କହିଛନ୍ତି, ସେ ନିଜର ଲକ୍ଷ୍ୟକୁ ହାସଲ କରିବାକୁ ଲଗାତାର କାମ କରୁଥିଲେ ଏବଂ ଏହି କାରଣରୁ ଚୁପଚାପ୍ ସବୁ ସହି ଯାଉ ଥିଲେ। ମୋଦି ଅହମ୍ମଦାବାଦରେ ବିଭିନ୍ନ ବିକାଶ ମୂଳକ ଯୋଜନା ଗୁଡ଼ିକର ଶୁଭାରମ୍ଭ ଏବଂ ଲୋକାର୍ପଣର ଆୟୋଜିତ କାର୍ଯ୍ୟକ୍ରମରେ ଏହି କଥା କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , ୬୦ ବର୍ଷ ପରେ ଦେଶର ଜନତା ଏକ ନୂଆ ଇତିହାସ ରଚିଛନ୍ତି। ଗୋଟିଏ ସରକାରକୁ ଲଗାତାର ୩ୟ ଥର ଦେଶର ସେବା କରିବାର ସୁଯୋଗ ଦେଇଛନ୍ତି। ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ ବହୁତ ବଡ଼ ଘଟଣା। ସେ କହିଛନ୍ତି, ନିର୍ବାଚନ ସମୟରେ ମୁଁ ଗ୍ୟାରେଣ୍ଟ ଦେଇଥିଲି ଯେ , ୩ ଟର୍ମ ପୂର୍ବରୁ ୧୦୦ ଦିନ ପାଇଁ ଅଭୂତପୂର୍ବ ନିଷ୍ପତ୍ତି ନିଆ ଯିବ। ଗତ ୧୦୦ଦିନରେ ମୁଁ ଦିନ ଦେଖିନି କି ରାତି ଦେଖିନି। ୧୦୦ ଦିନର ଏଜେଣ୍ଡାକୁ ପୂରା କରିବା ପାଇଁ ପୂରା ଶକ୍ତି ଲଗେଇ ଦେଲି। ଦେଶ ହେଉବା ବିଦେଶ, ଯେଉଁଠି ବି ଯିଏ ପ୍ରୟାସ କରୁଥିଲେ , ସେ କଲେ। କାହାର କୌଣସି ଚେଷ୍ଟାକୁ ବାକି ଛାଡ଼ି ନାହିଁ।
ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ଉପରେ ମଜାକ ଉଡ଼ାଇବାର ଅଭିଯୋଗ ଲଗେଇ କହିଛନ୍ତି , ସେ ନିଜ କାମରେ ଲାଗି ପଡ଼ି ଛନ୍ତି ଏବଂ ଏଥିପାଇଁ ମୁଁ ନିରବ ରହିଲି। ଆପଣ ଦେଖିଥିବେ ଗତ ୧୦୦ ଦିନ ଭିତରେ ବିଭିନ୍ନ ପ୍ରକାରର କଥା କୁହାଗଲା। ମୋର ମଜାକ୍ କରାଗଲା। ବିଭିନ୍ନ ପ୍ରକାରର ତର୍କ ବିତର୍କ କରାଗଲା। ସେସବୁର ମଜା ନେଲେ। ଲୋକେ ବି ଚିନ୍ତାରେ ଥିଲେ କି ମୋଦି ଚୁପ୍ କାହିଁକି । ଏତେ ମଜାକ ହେଉଛି , ଏତେ ଅପମାନ କରାଯାଉଛି।
ମୋଦି ଆହୁରି କହିଛନ୍ତି , ମୋର ଗୁଜରାଟର ଭାଇ-ଭଉଣୀମାନେ ଏ ସର୍ଦ୍ଦାର ପଟେଲଙ୍କ ଭୂମିରେ ଜନ୍ମ ହୋଇଥିବା ପୁଅ। ସବୁ ମଜାକ୍ , ଉପହାସ, ସବୁ ଅପମାନକୁ ସହି ଗୋଟିଏ ଶପଥ ନେଇ ୧୦୦ ଦିନ ମୁଁ ଆପଣଙ୍କ କଲ୍ୟାଣ ପାଇଁ ନୀତି ଗଠନ କରିବା ଓ ନିର୍ଣ୍ଣୟ ନେବାରେ ଲାଗି ରହିଲି। ସ୍ଥିର କରିଥିଲି, ଯାହାକୁ ଯେତେ ଉପହାସ କରିବାର କଥା କର , ମଜା ନିଅ । ମୁଁ ସ୍ଥିର କରିଥିଲି ଯେ, ଗୋଟିଏ ବି ଜବାବ ଦେବି ନାହିଁ। ଯେଉଁ ରାସ୍ତାରେ ମୋତେ ଦେଶର କଲ୍ୟାଣ ପାଇଁ ଚାଲିବାର ଅଛି, ଯେତେ ବି ହସ ମଜାକ କରାଯାଉ ପଛେ, ମୁଁ ନିଜ ରାସ୍ତାରୁ ହଟିବି ନାହିଁ । ମୋତେ ଖୁସି ଲାଗୁଛି ଯେ , ସବୁ ଅପମାନକୁ ପଛରେ ପକାଇ ୧୦୦ ଦିନରେ ଦେଶର ସବୁ ପରିବାର , ସବୁ ବର୍ଗର କଲ୍ୟାଣର ଗ୍ୟାରେଣ୍ଟି ପକ୍କା କଲି। ଏହି ୧୦୦ ଦିନରେ ୧୫ ଲକ୍ଷ କୋଟିରୁ ଅଧିକ ଯୋଜନା ଉପରେ କାମ ଆରମ୍ଭ ହୋଇଛି।