ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ବକପ୍ ଫାଇନାଲରେ ଖରାପ ପିଚ୍‌ କାରଣରୁ ହାରିଲା ଟିମ୍ ଇଣ୍ଡିଆ ? ଆଇସିସିର ଆଭରେଜ୍ ରେଟିଂରେ ହେଲା ଖୁଲସା

ନୂଆଦିଲ୍ଲୀ,୮।୧୨: ଭାରତୀୟ ଟିମ୍‌କୁ ଓ୍ବାର୍ଲ୍ଡକପ୍‌ ୨୦୨୩ର ଫାଇନାଲ ହାରିବାର ପ୍ରାୟ ୧୯ ଦିନ ବିତିସାରିଛି। ଏବେ ଏକ ବଡ ରିପୋର୍ଟ ସାମନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଟିମ୍ ଇଣ୍ଡିଆ ଯେଉଁ ପିଚ୍‌ରେ ଅଷ୍ଟ୍ରେଲିଆ ବିରୋଧରେ ଫାଇନାଲ ମ୍ୟାଚ୍ ଖେଳିଥିଲା, ତାକୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌(ଆଇସିସି) ଆଭରେଜ୍‌ରେ ରେଟିଂ ଦେଇଛନ୍ତି। ଏହା ପୂର୍ବ ରିପୋର୍ଟରେ କୁହାଯାଇଥିଲା ଯେ, ହେଡ୍‌ କୋଚ୍‌ ରାହୁଲ ଦ୍ରାଭିଡ୍‌ ମଧ୍ୟ ପିଚ୍‌କୁ ଭାରତର ପରାଜୟର କାରଣ ବୋଲି କହିଥିଲେ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଆଇସିସି ଓ୍ବାର୍ଲ୍ଡକପ୍‌ର ୫ ମ୍ୟାଚ୍‌ର ପିଚ୍‌କୁ ଆଭରେଜ୍ ରେଟିଂ ଦେଇଛି, ଯେଉଁଥିରେ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଫାଇନାଲ ମ୍ୟାଚ୍ ମଧ୍ୟ ରହିଛି। ଭାରତ ଓ ଅଷ୍ଟ୍ରେଲିଆ ଭିତର ଟାଇଟଲ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ  ଖେଳାଯାଇଥିଲା, ଯେଉଁଥିରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୫୦ ଓରଭରରେ ୨୪୦ ରନ୍‌ର ସ୍କୋରରେ ଅଲ୍‌ଆଉଟ୍ ହୋଇଯାଇଥିଲା ଓ ଅଷ୍ଟ୍ରେଲିଆ ୪୩ ଓଭରରେ ଜିତି ଜିତିଥିଲା ବିଶ୍ବକପ୍। 

ହେଡ୍ କୋଚ୍ ରାହୁଲ ଦ୍ରାବିଡ୍ ମଧ୍ୟ ବିସିସିଆଇ ରିଭ୍ୟୁ ମିଟିଂରେ ପିଚ୍‌କୁ ଫାଇନାଲରେ ହାରିବା ପାଇଁ ଦାୟୀ କରିଥିଲେ। ରିପୋର୍ଟ ଅନୁସାରେ, ଦ୍ରାବିଡ୍ କହିଥିଲେ ଆମକୁ ଆଶା ମୁତାବକ ଟର୍ନ ନମିଳିବା କାରଣରୁ ଆମେ ହାରି ଯାଇଥିଲୁ। ଯଦି ସ୍ପିନର୍ସଙ୍କୁ ଟର୍ନ ମିଳେ, ତେବେ ଆମେ ଜିତି ଯାଇଥାନ୍ତୁ। ଆମେ ପୂର୍ବରୁ ୧୦ଟି ମ୍ୟଚ୍‌ ଏହି ରଣନୀତିରେ ଜିତିଥିଲୁ, କିନ୍ତୁ ଫାଇନାଲରେ କାମ‌ରେ ଆସିନଥିଲା। ସବୁଠାରୁ ବଡ଼ କଥା ହେଲା ଭାରତର ଟସ୍ ହାରିବା ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା। ୨୪୦ ରନ୍‌ରେ ଭାରତ ଅଲ୍ ଆଉଟ୍ ହୋଇଥିଲା। ଆଉ ଯେତେବେଳେ ଟିମ୍ ଇଣ୍ଡିଆ ବୋଲିଂ କରିଥିଲା ପଡିଆରେ କାକର ପଡି ସାରିଥିଲା। ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆ ପାଖରେ ଅଧିକ କିଛି କରିବାକୁ ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.