ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇସିସି ପକ୍ଷରୁ ଟି-ଟ୍ୱେଣ୍ଟି ମାନ୍ୟତା ତାଲିକା ଘୋଷଣା: ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ଭାବେ ବିଶ୍ୱକପ୍‌ ଖେଳିବ ଭାରତ

ଦୁବାଇ,୩୦/୦୫: ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପୂର୍ବରୁ ଆଇସିସି ଘୋଷଣା କରିଛି ଟି-ଟ୍ୱେଣ୍ଟି ମାନ୍ୟତା ତାଲିକା। ଭାରତ ମୋଟ୍‌ ୨୬୪ରେଟିଂ ପଏଣ୍ଟ ସହ ପୂର୍ବବତ୍‌ ଶୀର୍ଷ ସ୍ଥାନ ବଜାୟ ରଖିଛି । ୨ଥର ଚାମ୍ପିଅନ୍‌ ୱେଷ୍ଟ ଇଣ୍ଡିଜ୍‌ ଚତୁର୍ଥ ସ୍ଥାନକୁ  ଉନ୍ନୀତ ହୋଇଛି । ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ୍‌ କରିବା ଫଳରେ ୱେଷ୍ଟ ଇଣ୍ଡିଜ୍‌ର ମାନ୍ୟତାରେ ଉନ୍ନତି ହୋଇଛି ।  ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ  ରହିଥିବାବେଳେ ଡିଫେଣ୍ଡିଂ  ଚାମ୍ପିଅନ୍‌ ଇଂଲଣ୍ଡ ତୃତୀୟ ସ୍ଥାନ  ବଜାୟ ରଖିଛି । ନ୍ୟୁଜିଲାଣ୍ଡ  ପଞ୍ଚମ, ପାକିସ୍ତାନ ଷଷ୍ଠ ସ୍ଥାନରେ ରହିଥିବାବେଳେ  ଦକ୍ଷିଣ ଆଫ୍ରିକା ସପ୍ତମ ସ୍ଥାନକୁ ଖସିଛି ।  

ବ୍ୟାଟିଂ ମାନ୍ୟତାରେ ଭାରତର ସୂର୍ଯ୍ୟକୁମାର  ଯାଦବ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ୱେଷ୍ଟ  ଇଣ୍ଡିଜ୍‌ର ବ୍ରାଣ୍ଡନ କିଙ୍ଗ୍‌ ଲମ୍ବା ଲମ୍ଫ ମାରିଛନ୍ତି । ତାଙ୍କ  ମାନ୍ୟତାରେ ୫ଟି ସ୍ଥାନ ଉନ୍ନତି ହୋଇଛି । ସେ  ବର୍ତ୍ତମାନ ଅଷ୍ଟମ ସ୍ଥାନ ଦଖଲ କରିଛନ୍ତି । ସେହିପରି  ଇଂଲଣ୍ଡର ଜୋସ ବଟଲର ସପ୍ତମକୁ ଉଠିଛନ୍ତି ।  ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ୩ଟି  ମ୍ୟାଚ୍‌ରୁ ମୋଟ୍‌ ୧୫୯ ରନ୍‌ ସଂଗ୍ରହ କରିଥିଲେ ।  ଶ୍ରେଷ୍ଠ ୧୦ରେ ଅନ୍ୟ ଭାରତୀୟଙ୍କ ମଧ୍ୟରେ  ଯଶସ୍ୱୀ ଜୈସ୍ୱାଲେ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି । 

ବୋଲିଂ ମାନ୍ୟତାରେ ଇଂଲଣ୍ଡର ଆଦିଲ  ରସିଦ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ  ଭାରତର ଅକ୍ଷର ପଟେଲ ତୃତୀୟ ଓ ରବି  ବିଷ୍ଣୋଇ ପଞ୍ଚମକୁ ଉନ୍ନୀତ ହୋଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.