ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ହମାସ ଉପରେ ଇସ୍ରାଏଲ ବଡ ପ୍ରହାର: ଆଣ୍ଟି ଟ୍ୟାଙ୍କ ମିସାଇଲ ୟୁନିଟ୍ କମାଣ୍ଡର ନିହତ, ଡ୍ରୋନ୍ ପ୍ଲାଣ୍ଟ ଓ ଅସ୍ତ୍ର ଡିପୋ ଉପରେ ଦଖଲ

ନୂଆଦିଲ୍ଲୀ,୯।୧୧:  ଗାଜାପଟିର ଉତ୍ତର ଅଞ୍ଚଳକୁ ପ୍ରାୟ ଇସ୍ରାଏଲୀ ‌ସୈନିକ ସମ୍ପୂର୍ଣ୍ଣ ଭାବରେ ଦଖଲ କରିସାରିଛନ୍ତି। ଇସ୍ରାଏଲୀ ସୈନିକ ଗାଜାରେ ପହଁଞ୍ଚିବା ପୂର୍ବରୁ ବହୁ ସଂଖ୍ୟାରେ ପାଲେଷ୍ଟାଇନ୍ ଦକ୍ଷିଣ ଗାଜା ଆଡକୁ ଯାଇ ସାରିଥିଲେ। ଦିନ ଭିତରେ ୫୦ ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକ ଦକ୍ଷିଣ ଗାଜାକୁ ପଳାୟନ କରିଛନ୍ତି। ଇସ୍ରାଏଲ ଲଗାତାର ହମାସର ଆଡ୍ଡା ଉପରେ ଆକ୍ରମଣ କରୁଛି। ଏବେ ଇସ୍ରାଏଲର ଟାର୍ଗେଟରେ ହମାସର କିଛି କୁଖ୍ୟାତ ଓ ଟପ୍ ଲିଡର ଅଛନ୍ତି। ତାଙ୍କୁ ଏବେ ଟାର୍ଗେଟ କରାଯାଉଛି। ଏପର୍ଯ୍ୟନ୍ତ ହମାସର ୨୦ ରୁ ଅଧିକ ବଡ କମାଣ୍ଡ ଓ ୧୦୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି।

ଇସ୍ରାଏଲୀ ସେନା ହମାସର ଆଣ୍ଟି ଟ୍ୟାଙ୍କ ମିଜାଇଲ୍ ୟୁନିଟ୍‌ର ମୁଖ୍ୟଙ୍କୁ ମାରିବାରେ ସଫଳ ହୋଇଛନ୍ତି। ଆଇଡିଏଫ୍‌ ସୂଚନା ଦେଇଛି ଯେ, ସେଣ୍ଟ୍ରାଲ କ୍ୟାମ୍ପ ବ୍ରିଗେଡ ହମାସର ଆଣ୍ଟି ଟ୍ୟାକ୍‌ ମିଜାଇଲ୍‌ ୟୁନିଟ୍‌ର ମୁଖ୍ୟ ଇବ୍ରାହିମ୍‌ ଅବୁ ମଘାସିବକୁ ଆଇଏସ୍‌ଏ ଓ ଆଇଡିଏଫ୍ ଗୁଇନ୍ଦା ସୂଚନା ଆଧାରରେ ଏକ ଫାଇଟର ଜେଟ୍‌ ଆକ୍ରମଣରେ ମାରିବାରେ ସଫଳ ହୋଇଛି। ଏହା ସହିତ ଡ୍ରୋନ୍ ପ୍ଲାଣ୍ଟ ଓ ହତିଆରକୁ ଜବତ କରିଛି। 

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅବୁ ମଘାସିବ୍‌ ଇସ୍ରାଏଲୀ ନାଗରିକ ଓ ଆଇଡିଏଫ୍ ଉପରେ ବହୁ ଟ୍ୟାଙ୍କରୋଧି ଆକ୍ରମଣ ନିର୍ଦେଶ ଦେଛି। ସ୍ଥଳ ସେନାର ସହାୟତା ଅଂଶରେ ଇସ୍ରାଏଲୀ ନୌସେନା ଗାଜାରେ ଆଇଡିଏଫ୍‌ ସୈନିକଙ୍କ ଉପରେ ଆକ୍ରମଣ କରିବା ପାଇଁ ବ୍ୟବହାର କରାଯାଉଥିବା ହମାସର ଆଣ୍ଟି ଟ୍ୟାଙ୍କ ମିଶାଇଲ ଲଞ୍ଚିଂ ପୋଷ୍ଟ ଉପରେ ଆକ୍ରମଣ କରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.