ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାର୍ଚ୍ଚ ୧୦ ଯାଏ ବଢ଼ିଲା ଇଗ୍ନୋ ନାମଲେଖା ଅବଧି, ସମସ୍ତ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ

ଭୁବନେଶ୍ୱର,୦୨/୦୩: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର  ନାମଲେଖା ଅବଧି ଚଳିତ ମାସ ୧୦ ତାରିଖକୁ  ବୃଦ୍ଧି ହୋଇଛି । ପିଲାଙ୍କ ଆବଶ୍ୟକତାକୁ  ଦୃଷ୍ଟିରେ ରଖି ଇଗ୍ନୋ କର୍ତ୍ତୃପକ୍ଷ ଜାନୁଆରୀ  ୨୦୨୪ ଶିକ୍ଷାବର୍ଷ ପାଇଁ ନାମଲେଖା  ଅବଧିକୁ ବୃଦ୍ଧି କରିଛନ୍ତି । ଆଗ୍ରହୀ ଶିକ୍ଷାର୍ଥୀ  ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାଇବା  ପାଇଁ ଇଗ୍ନୋର ୱେବସାଇଟ୍‌ www.ignouadmission.samarth.edu.in କୁ ଅନୁସରଣ କରିପାରିବେ ।  

ଚଳିତବର୍ଷ ନୂତନ ପାଠ୍ୟକ୍ରମ ଖୋଲିଛି ।  ନୂତନ ଶିକ୍ଷାନୀତି ଅନୁଯାୟୀ ଜଣେ ଚାହିଁଲେ  ୨ଟି ବିଷୟରେ ଡିଗ୍ରୀ ହାସଲ୍‌ କରିପାରିବେ ।  ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଇଗ୍ନୋର  ୱେବ୍‌ସାଇଟ୍‌ରେ ପ୍ରଦାନ କରାଯାଇଛି ।  ଅନ୍ୟ ସମସ୍ତ ସୂଚନା ପାଇଁ ଭୁବନେଶ୍ୱର  ଆଞ୍ଚଳିକ କେନ୍ଦ୍ରର ଫୋନ୍‌ ନମ୍ବର ୦୬୭୪- ୨୩୦୧୩୪୮, ୨୯୭୧୦୭୧ରେ ଯୋଗାଯୋଗ  କରିବାକୁ ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ  ଡ. ସୁରେଶ କୁମାର ତ୍ରିପାଠୀ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.