ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ପିଆରଏମ୍‌ ମେଡିକାଲ କଲେଜ ନିଜେ ଅସୁସ୍ଥ, ରୋଗୀ ଚିକିତ୍ସା ଏବଂ ପାଠ ପଢ଼ା ବାଧାପ୍ରାପ୍ତ

ବାରିପଦା, ୨୬/୦୬ : ପିଆରଏମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବେ ନିଜେ ଅସୁସ୍ଥ । ରୋଗୀସେବାଠୁ ଆରମ୍ଭ କରି ଡାକ୍ତରୀ ଛାତ୍ରଙ୍କ ପାଠପଢାରେ ଅବ୍ୟବସ୍ଥା ଦେଖାଦେଇଛି । ଆସନ୍ତା ସେପ୍ଟେମ୍ବର ମାସରେ ଏହି ମେଡିକାଲ କଲେଜକୁ ସାତ ବର୍ଷ ପୂରିବାକୁ ଯାଉଥିଲା ବେଳେ ଉନ୍ନତ ରୋଗୀସେବା ଯୋଗାଇବାରେ ମେଡିକାଲ କଲେଜ ସଂପୂର୍ଣ୍ଣ ଫେଲ୍‌ ମାରିଛି । ଏପଟେ ଦୀର୍ଘ ସାଢ଼େ ପାଞ୍ଚ ବର୍ଷ ଧରି ବିଭିନ୍ନ ବିଭାଗର ପ୍ରଫେସର ଛୁଟିରେ । ମାତ୍ର ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ।  

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଅବିରତ ସଂଗ୍ରାମ ପରେ ଜିଲ୍ଲାବାସୀ ମେଡିକାଲ କଲେଜଟିଏ ହାସଲ କରିବାକୁ ସମର୍ଥ ହୋଇଥିଲେ ସୁଦ୍ଧା ଏ ଯାବତ୍‌ ଏହି ମେଡିକାଲ କଲେଜ ହସ୍ପିଟାଲ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜରେ ପରିଣତ ହୋଇପାରିନି  । ଆଜକୁ ପ୍ରାୟ ୭ବର୍ଷ ତଳେ ଗତ ୨୦୧୭ ସେପ୍ଟେମ୍ବର ମାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଏହି ମେଡିକାଲ କଲେଜର ଶୁଭ ଉଦଘାଟନ ହୋଇଥିଲା । ବେଶ ଜାକଜମକରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ମେଡିକାଲ କଲେଜକୁ ଏକ ବିଶ୍ୱସ୍ତରୀୟ ମେଡିକାଲ କଲେଜ ହସ୍ପିଟାଲରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇ ସ୍ୱପ୍ନ ଦେଖାଇଥିଲେ । ମାତ୍ର ଆଜିଯାଏଁ ତାହା କେବଳ ଭାଷଣ ଓ ପ୍ରତିଶ୍ରୁତିରେ ରହିଯାଇଛି । ଏଠାରେ ରୋଗୀସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ।

ଏହି ମେଡିକାଲ କଲେଜରେ ମୋଟ ୨୩ଟି ବିଭାଗ ରହିଛି । ସେଥିରେ ଅନୁମୋଦିତ ପଦବି ସଂଖ୍ୟା ୨୦୧ ଥିବା ବେଳେ ୪୬ଟି ପଦବି ଖାଲି ପଡିଛି । ଯାହାକି ୨୨.୮% । ସେପଟେ ମାତ୍ର ୨୭.୮ ପ୍ରତିଶତ ନିୟମିତ ଅର୍ଥାତ ୫୬ଜଣ ଥିବାବେଳେ ଅନ୍ୟମାନେ କିଏ ଡେପୁଟେସନରେ ଅଛନ୍ତି ତ’ କିଏ ଠିକା(କଣ୍ଟ୍ରାକଚ୍ୟୁଆଲ)ରେ । ଅନୁସନ୍ଧାନରୁ ଜଣା ପଡିଛି ଯେ, ଆନାଟୋମି ବିଭାଗର ଆସୋସିଏଟ ପ୍ରଫେସର ଡା ରଞ୍ଜନ କୁମାର ଦାସ ଗତ ୨୦୧୮ ମସିହା ଜାନୁଆରୀରୁ ଅର୍ଥାତ ଦୀର୍ଘ ସାଢେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଛୁଟିରେ ଅଛନ୍ତି ।ସେପଟେ ପାଥୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡା ମଞ୍ଜୁଶ୍ରୀ ନାୟକ ଗତ ୨୦୧୮ ମସିହା ନଭେମ୍ବର ମାସରୁ ଅର୍ଥାତ ସିଏ ମଧ୍ୟ ପାଞ୍ଚବର୍ଷରୁ ଅଧିକ ସମୟ ଧରି ଛୁଟିରେ ରହିଥିବା ବେଳେ ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । କିମ୍ବା ଏଠାରେ ତାଙ୍କ ବଦଳରେ ଆଉ କାହାକୁ ନିଯୁକ୍ତି ମଧ୍ୟ କରୁ ନାହାନ୍ତି । ଫଳରେ ପିଆରଏମ୍‌ ମେଡିକାଲ କଲେଜରେ ସ୍ୱାସ୍ଥ୍ୟସେବା ଠୁ ଆରମ୍ଭ କରି ଡାକ୍ତରୀ ଛାତ୍ରଙ୍କ ପାଠ ପଢା ବ୍ୟାହତ ହେଉଛି ।ସେପଟେ ରେଡିଓଲୋଜି ବିଭାଗରେ ବର୍ତ୍ତମାନ ଜଣେ ମାତ୍ର ଆସିଷ୍ଟାଣ୍ଡ ପ୍ରଫେସର (ଆଡହକ) ଅଛନ୍ତି।

ଏହି ବିଭାଗରେ ଅନୁମୋଦିତ ପଦବି ଅନୁଯାୟୀ ଜଣେ ପ୍ରଫେସର ଜଣେ ଆସିଷ୍ଟାଣ୍ଡ ପ୍ରଫେସର, ଜଣେ ଆସିଷ୍ଟାଣ୍ଡ ଓ ଦୁଇଜଣ ସିନିୟର ରେସିଡେଣ୍ଟ ରହିବା କଥା । ମାତ୍ର ସର୍ବମୋଟ ଜଣେ ଆସିଷ୍ଟାଣ୍ଡ ପ୍ରଫେସର (ଆଡହକ) ଦିନେଶ କିସ୍କୁ ବର୍ତ୍ତମାନ ଦାୟିତ୍ୱରେ ଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ପ୍ରତ୍ୟେକ ନାଗରିକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସରକାରଙ୍କ ଉତ୍ତରଦାୟିତ୍ୱ ଥିବା ବେଳେ ପିଆରଏମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ରୋଗୀସେବା ଏକ ଫାର୍ସରେ ପରିଣତ ହୋଇଛି ।ଏହି ହସ୍ପିଟାଲ ଉପରେ ଆସ୍ଥା ରଖି ରୋଗୀଟିଏ ନିଜର ଉପଚାର କରିବାକୁ ଧାଇଁ ଆସୁଥିଲେ ସୁଦ୍ଧା ଜିଲ୍ଲା ବାସୀ ଙ୍କ ଠାରୁ ଆରମ୍ଭ କରି ପଡୋଶୀ ଜିଲ୍ଲା ତଥା ପଡୋଶୀ ରାଜ୍ୟର ରୋଗୀଙ୍କୁ ଶେଷରେ ନିରାଶ ହେବାକୁ ପଡୁଥିବା ଭଳି ଚିତ୍ର ସାମ୍ନାକୁ ଆସୁଛି । ବହୁ ଆଡମ୍ବରେ ଲଘୁ କ୍ରିୟା ଭଳି ବାରିପଦାରେ ଥିବା ରାଜତନ୍ତ୍ର ଅମଳର ଜିଲ୍ଲା ହସ୍ପିଟାଲକୁ ୨୦୧୭ରେ ସରକାର କେବଳ ଫଳକ ବଦଳାଇ ମେଡିକାଲ କଲେଜରେ ରୂପାନ୍ତରୀତ କରିଥିବା ବେଳେ ଦୀର୍ଘ ୬ବର୍ଷ ପରେ ବି କିଭଳି ଚାଲିଛି ସ୍ୱାସ୍ଥ୍ୟସେବା ତାହା ସ୍ପଷ୍ଟ ଜଳ ଜଳ ଦେଖାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ମେଡିକାଲ କଲେଜରୁ ଦୁଇଟି ବ୍ୟାଚ ଛାତ୍ର ପରୀକ୍ଷା ଦେଇ ଚାଲି ଯାଇଥିବା ବେଳେ ୨୦୧୯-୨୦ବ୍ୟାଚର ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣସିଭ କରୁଛନ୍ତି  । ଏହା ବ୍ୟତୀତ ୪ଟି ବ୍ୟାଚ( ୨୦୨୦-୨୧, ୨୦୨୧,- ୨୨, ୨୦୨୨-୨୩ ଏବଂ ୨୦୨୩-୨୪)ର ଡାକ୍ତରୀ ଛାତ୍ର ଏଠାରେ ବର୍ତ୍ତମାନ ପାଠ ପଢୁଛନ୍ତି ।ନୂଆ ବିଭାଗ ଖୋଲିବା ଦୂରର କଥା ବର୍ତ୍ତମାନ ସୁଦ୍ଧା ସରକାର ଦେଇଥିବା ବିଭାଗ ଗୁଡିକ ନାହିଁ ନାହିଁରେ ଚାଲିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.