ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ନିଯୁକ୍ତି ଭିତ୍ତିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ବଢ଼ୁଛି ଆଗ୍ରହ, ବିଏଡ୍‌ ପାଇଁ ସିଟ୍‌ର ୩୮ ଗୁଣା ଆବେଦନ

ଭୁବନେଶ୍ୱର, ୧୨/୦୬ : ରାଜ୍ୟରେ ନିଯୁକ୍ତିଭିତ୍ତିକ ଶିକ୍ଷା ପ୍ରତି ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ବିଏଡ୍‌ ପଢ଼ିବାକୁ ମୋଟ ସିଟ୍‌ର ୩୮ ଗୁଣା ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ଡାକ୍ତରୀ ପଢ଼ିବା ପାଇଁ ମୋଟ ସିଟ୍‌ର ୨୬ ଗୁଣା ଆବେଦନ କରିଛନ୍ତି । ଅନ୍ୟପକ୍ଷରେ ପିଜି ପଢ଼ିବାକୁ ମୋଟ ସିଟ୍‌ର ମାତ୍ର ୨ ଗୁଣା ଆବେଦନ କରିଥିବା ଦେଖିବାକୁ ମିଳିଛି । ପୁଣି ଇଞ୍ଜିନିୟରିଂ, ଆଇଆଇଟି, ଏନ୍‌ଆଇଟି, ଆଇଜର୍‌ ଭଳି ଶିକ୍ଷାନୁଷ୍ଠାନରେ ସିଟ୍‌ ମିଳୁନି । ପାଠପଢ଼ା ସରିବା ମାତ୍ରେ ଛାତ୍ରଛାତ୍ରୀ ତୁରନ୍ତ ନିଯୁକ୍ତି ଚାହୁଁଛନ୍ତି । ତେଣୁ ସେହି ଅନୁଯାୟୀ ସେମାନେ ପାଠ୍ୟକ୍ରମ ଚୟନ କରୁଥିବା ଦେଖିବାକୁ ମିଳୁଛି । ଗତ କିଛି ବର୍ଷ ହେଲାଣି ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ ବଢ଼ୁଛି । ସରକାର ମଧ୍ୟ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ପାଇଁ ଅଧିକ କଲେଜ ଖୋଲିବା ସହ ସିଟ୍‌ ସଂଖ୍ୟା ବୃଦ୍ଧି କରୁଛନ୍ତି । ଯୁକ୍ତ ୩ ପରେ ପିଜି ଅପେକ୍ଷା ବିଏଡ୍‌ ପ୍ରତି ପିଲାଙ୍କ ଅଧିକ ଆଗ୍ରହ ବଢ଼ୁଛି । ଜଣେ ଅଧ୍ୟାପକ ହେବା ପାଇଁ ପିଜି ସହ ପିଏଚ୍‌ଡି, ନେଟ୍‌ ଆଦି ଆବଶ୍ୟକ ହେଉଛି । ଏସବୁ କରିବାକୁ ପିଜି ପରେ ୪ରୁ ଅଧିକ ବର୍ଷ ଲାଗୁଛି । ମାତ୍ର ବିଏଡ୍‌ ପରେ ଶିକ୍ଷକ ଚାକିରି ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରୁଛନ୍ତି । ଏପରିକି ସରକାରୀ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେଉଛି । ଏପରିକି ନିକଟରେ ରାଜ୍ୟ ସରକାର ବହୁ ଶିକ୍ଷକ ପଦବିରେ ନିଯୁକ୍ତି ଦେଇଥିଲେ । ଏହା ଦେଖି ଏବେ ବେଶୀ ପିଲା ବିଏଡ୍‌ ପ୍ରତି ମନ ବଳାଉଛନ୍ତି । 

ରାଜ୍ୟରେ ଉଭୟ ସରକାରୀ ଓ ସେଲ୍‌ଫ ଫାଇନାନ୍ସକୁ ମିଶାଇ ବିଏଡ୍‌ରେ ମୋଟ ୨୪୦୦ ସିଟ୍‌ ରହିଛି । ୨୪୦୦ ସିଟ୍‌ ପାଇଁ ଚଳିତ ବର୍ଷ ୯୧ ହଜାର ୯୭୭ ଜଣ ଆବେଦନ କରିଛନ୍ତି । ଅର୍ଥାତ୍‌ ସିଟ୍‌ର ୩୮ ଗୁଣାରୁ ଅଧିକ ପିଲା ବିଏଡ୍‌ ନାମଲେଖା ପାଇଁ ଆବେଦନ କରିଛନ୍ତି । ସେହିପରି ବିଏଚ୍‌ଏଡ୍‌ରେ ମାତ୍ର ୫୦ଟି ସିଟ୍‌ ଥିବା ବେଳେ ୧୮୮୬ ଜଣରୁ ଅଧିକ ପିଲା ଆବେଦନ କରିଛନ୍ତି । ସେହିପରି ଏମ୍‌ଏଡ୍‌ରେ ମୋଟ ୩ଶହ ସିଟ୍‌ ଥିବା ବେଳେ ୧୨୫୧ରୁ ଅଧିକ ପିଲା ଆବେଦନ କରିଛନ୍ତି । ଏହାକୁ ମିଶାଇଲେ ଶିକ୍ଷକ ପାଠ୍ୟକ୍ରମ ପାଇଁ ରାଜ୍ୟରେ ମୋଟ ୨୭୫୦ ସିଟ୍‌ ଥିବା ବେଳେ ୯୫ ହଜାର ୧୧୪ ଜଣ ଆବେଦନ କରିଛନ୍ତି । ସେହିପରି ଯୁକ୍ତ ୨ ପରେ ସାଇନ୍ସ ପିଲାମାନେ ନିଟ୍‌ ଓ ଜେଇଇ ପାଇଁ ଅଧିକ ମାତ୍ରାରେ ପ୍ରସ୍ତୁତ ହେଉଛନ୍ତି । ବିଶେଷ କରି ମେଡିକାଲ ପାଠପଢ଼ା ପାଇଁ ଶିକ୍ଷାର୍ଥୀଙ୍କ ମଧ୍ୟରେ ଅଧିକ ଆଗ୍ରହ ସୃଷ୍ଟି ହେଉଛି । କେବଳ ଏତିକି ନୁହେଁ ପ୍ରତି ବର୍ଷ ନିଟ୍‌ ପରୀକ୍ଷାର୍ଥୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସାରା ଦେଶରେ ମେଡିକାଲ୍‌ ନାମଲେଖା ପାଇଁ ୧.୮ ଲକ୍ଷ ସିଟ୍‌ ରହିଛି । ଚଳିତବର୍ଷ ନିଟ୍‌ ପରୀକ୍ଷା ପାଇଁ ୨୪ ଲକ୍ଷ ୬ ହଜାର ୭୯ ଜଣ ପିଲା ପଞ୍ଜିକରଣ କରିଥିଲେ । ଏଥିରୁ ୨୩ ଲକ୍ଷ ୩୩ ହଜାର ୨୯୭ ପିଲା ପରୀକ୍ଷା ଦେଇଥିଲେ । ମାତ୍ର ୧୩ ଲକ୍ଷ ୧୬ ହଜାର ୨୬୮ ଜଣ ପିଲା ନିଟ୍‌ୋର ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରୁ ଜଣାପଡୁଛି ଯେ, ଦେଶରେ ମୋଟ ସିଟ୍‌ ସଂଖ୍ୟାର ୨୨ ଗୁଣା ପିଲା ମେଡିକାଲ ପଢ଼ିବା ପାଇଁ ଆଗ୍ରହୀ ଅଛନ୍ତି । ତେବେ ଓଡ଼ିଶାରେ ୨୫୦୦ରୁ ଅଧିକ ମେଡିକାଲ ସିଟ୍‌ ରହିଛି । 

ଚଳିତ ବର୍ଷ ନିଟ୍‌ ପରୀକ୍ଷା ପାଇଁ ୬୬ ହଜାର ୩୬୯ ଜଣ ପଞ୍ଜିକରଣ କରିଥିଲେ । ଏଥିରୁ ୬୪ ହଜାର ୩୩୩ ଜଣ ପରୀକ୍ଷା ଦେଇଥିବା ବେଳେ ୩୨ ହଜାର ୬୧୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରୁ ଜଣାପଡ଼ୁଛି ଯେ, ଓଡ଼ିଶାରେ ସିଟ୍‌ ଠାରୁ ୨୬ ଗୁଣା ପିଲା ମେଡିକାଲ ପଢ଼ିବା ପାଇଁ ଆଗ୍ରହୀ ଅଛନ୍ତି । ଅନ୍ୟପକ୍ଷରେ ପିଜିରେ ନାମଲେଖା ପାଇଁ ରାଜ୍ୟରେ ୨୮ ହଜାର ୯୨୨ ସିଟ୍‌ ଥିବା ବେଳେ ଚଳିତବର୍ଷ ଏହାର ୨.୧୮ ଗୁଣ ପିଲା ଆବେଦନ କରିଛନ୍ତି । ଅର୍ଥାତ୍‌ ୬୩ ହଜାର ୧୮୪ ଜଣ ପିଲା ପିଜି ନାମଲେଖା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିବା ଜଣାପଡିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.