ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଅଗଷ୍ଟ ୧୫ରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ତ୍ରିରଙ୍ଗା ଉଡାଇବେ ଗୃହମନ୍ତ୍ରୀ କୈଲାଶ ଗେହଲଟ, ବିବାଦ ଭିତରେ ସୂଚନା ଦେଲେ ଦିଲ୍ଲୀ ଏଲ.ଜି…

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅର୍ଥାତ୍  ଅଗଷ୍ଟ ୧୫ରେ ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ । ହେଲେ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ଉତ୍ତୋଳନକୁ ନେଇ ଦିଲ୍ଲୀ ଏଲ.ଜି ଭି.କେ ସକ୍ସେନା ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ବିବାଦ ଦେଖାଦେଇଛି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ, ଅତିଶୀଙ୍କ ଦ୍ବାରା ତ୍ରିରଙ୍ଗା ଉତ୍ତୋଳନ ପାଇଁ ଦାବି କରିଥିଲେ, କିନ୍ତୁ ସାଧାରଣ ପ୍ରଶାସନ ବିଭାଗ ଏହାକୁ ପ୍ରତ୍ୟାଖ୍ୟାନ କରିଛି । ବର୍ତ୍ତମାନ ଦିଲ୍ଲୀ ଏଲଜି ଭି.କେ ସକ୍ସେନା ଏହି ଘଟଣାରେ ସୂଚନା ଦେଇଛନ୍ତି । ସ୍ୱାଧୀନତା ଦିବସରେ ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ ଛତ୍ରସାଲ ଷ୍ଟାଡିୟମରେ କିଏ ତ୍ରିରଙ୍ଗା ଉତ୍ତୋଳନ କରିବ ତାହା ପ୍ରକାଶ କରିଛନ୍ତି । 

ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ସୂଚନା ଦେଇଛନ୍ତି ଯେ, ଅଗଷ୍ଟ ୧୫, ୨୦୨୪ ରେ ଛତ୍ରସାଲ ଷ୍ଟାଡିୟମ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଦିଲ୍ଲୀ ଗୃହମନ୍ତ୍ରୀ କୈଲାଶ ଗେହଲଟଙ୍କୁ ମନୋନୀତ କରାଯାଇଛି।

ସୂଚନାଥାଉକି, ଗୋପାଳ ରାୟ ତାଙ୍କ ଚିଠିରେ ଲେଖିଥିଲେ ଯେ ସେ ସିଏମ କେଜ୍ରିୱାଲଙ୍କୁ ଭେଟିଛନ୍ତି ଏବଂ ସିଏମ ଚାହୁଁଛନ୍ତି ଯେ ସେ ସ୍ୱାଧୀନତା ଦିବସ ଅବସରରେ ଏଥର ଅତିଶୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରନ୍ତୁ । ଏହା ଉପରେ ସାଧାରଣ ପ୍ରଶାସନ ବିଭାଗ କହିଛି ଯେ, ସିଏମ କେଜ୍ରିୱାଲ ଜେଲରୁ କୌଣସି ଲିଖିତ କିମ୍ବା ମୌଖିକ ନିର୍ଦ୍ଦେଶ ଦେଇପାରିବେ ନାହିଁ । ତେଣୁ ଏହା ବୈଧ ହେବ ନାହିଁ । ୧୫ ଅଗଷ୍ଟ କାର୍ଯ୍ୟକ୍ରମ ବିଷୟରେ ସିଏମ୍ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିଲା, ଆଉ ଉତ୍ତର ଆସିଥିଲା ଯେ, ସିଏମ୍ ଜେଲରେ ଅଛନ୍ତି।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.