ପ୍ରମୁଖ ଖବର
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ଲୋକସଭାର ଫଳ ଆଗୁଆ ଜଣାଇଲେ ମମତା, ବିଜେପି ୧୯୫, ଇଣ୍ଡିଆ ମେଣ୍ଟ ୩୧୫ !

କୋଲକାତା,୧୪/୦୫: ୪୦୦ ଆସନ ତ ଦୂର, ବିଜେପି ୨୦୦ ଆସନ ପାଇବ  ନାହିଁ । ଦେଶର ଚତୁର୍ଥ ଦଫା ମତଦାନ ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ୨୦୨୪ ମସିହାର ଫଳାଫଳ ଘୋଷଣା କରିଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ ଭବିଷ୍ୟବାଣୀ  ଦେଇ କହିଛନ୍ତି, ବିଜେପି ଦେଶରେ ୧୯୫ଟି ଆସନ ପାଇବ । ତାହାଠାରୁ ଅଧିକ ନୁହେଁ । ଇଣ୍ଡିଆ ମେଣ୍ଟ ୩୦୦-୩୧୫ ଆସନ ପାଇବ । ଚତୁର୍ଥ ଦଫାର ଭୋଟ ଦିନ ସୋମବାର ବନଗାଁରେ ପ୍ରଚାରକୁ ଯାଇଥିଲେ ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ । ସେଠାରେ ମମତା ବାନାର୍ଜୀ ମତଦାନର ଫଳାଫଳକୁ ପୂର୍ବାନୁମାନ କରିଛନ୍ତି । ବନଗାଁ  ମଞ୍ଚରୁ ତୃଣମୂଳ ସୁପ୍ରିମୋ ଦାବି କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ହିସାବ,  ସେଥିରେ ମତଦାନ ବହୁତ ଭଲ ହୋଇଛି । ଏହା ବୁଝିବା ପରେ ବାବୁଙ୍କ ମୁହଁ  ଶୁଖିଗଲାଣି । ସେମାନେ ହୃଦୟଙ୍ଗମ କରିଛନ୍ତି ଯେ ମୋଦୀବାବୁ ଏଥର ଦିଲ୍ଲୀକୁ  ଫେରୁନାହାନ୍ତି । ମମତାଙ୍କ କଥାରେ, "ମୋ ନିକଟରେ ଏ ବ୍ୟାପାରରେ ଏକ ହିସାବ  ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ମତଦାନ ହୋଇଛି ସେଥିରେ ବିଜେପି ୪୦୦ ତ  ଦୂର ୨୦୦ ପାର କରିବାକୁ ସମର୍ଥ ହେବ ନାହିଁ ।’   

ଏଦିନ ମମତା ବନଗାଁ ସଭାରୁ କହିଛନ୍ତି ଯେ ମୋଦୀବାବୁ ଜାଏଗା । ଦିଦି  ତୁମ ସହିତ ଅଛି । ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିବ । ତୃଣମୂଳ ସୁପ୍ରିମୋ ଦାବି  କରିଛନ୍ତି, ମୁଁ ଆଜିର ଭୋଟର ଫଳାଫଳ ଜାଣିନାହିଁ । କିନ୍ତୁ ଏପର୍ଯ୍ୟନ୍ତ ଯାହା ହୋଇଛି,  ମୁଁ କହିପାରେ ଯେ ବିଜେପିକୁ ୧୯୫ଟି ଆସନ ମିଳିବ ଏବଂ ‘ଇଣ୍ଡିଆ' ସମଗ୍ର  ଦେଶରେ ୩୦୦-୩୧୫ ଆସନ ପାଇବ ।’ ଏଥର ବିଜେପି ଲୋକସଭାରେ ୪୦୦ ପାରର ସ୍ଲୋଗାନ ଦେଇ ଓହ୍ଲାଇଛି । ତେବେ, ପ୍ରଥମ ତିନି ଦଫା ଭୋଟ୍‌ ପରେ,  ସେହି ସ୍ୱରର ଅଧିକାଂଶ ଅଂଶ ଶାନ୍ତ ହୋଇଯାଇଛି। ଅନ୍ୟପଟେ, ପ୍ରଥମ ତିନି ଦଫା  ଭୋଟ୍‌ ପରେ ବିରୋଧୀ ଶିବିର ଅଧିକ ଶକ୍ତିଶାଳୀ ହୋଇଛି । ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ  କ୍ଷମତାକୁ ଆସିବ ବୋଲି ତୃଣମୂଳ ନେତ୍ରୀ ଆତ୍ମବିଶ୍ୱାସ ସହିତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.