ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

କେଜ୍ରିୱାଲ ଓ କଂଗ୍ରେସକୁ ନେଇ ଆମେରିକାର ପୁଣି ଟିପ୍ପଣୀ ; କଡ଼ା ଜବାବ ଦେଲା ଭାରତ

Published By : Prameya | March 28, 2024 7:02 PM

ନୂଆଦିଲ୍ଲୀ : ଆମେରିକା ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କର ଗିରଫଦାରୀକୁ ନେଇ ଟିପ୍ପଣୀ କରାଯିବା ପରେ ବିଦେଶ ମନ୍ତ୍ରଣାଳୟ ତୀବ୍ର ପ୍ରତିକ୍ରିୟା ଦେଇଛି। ଭାରତ କହିଛି ଆଇନ୍‌ ପ୍ରକ୍ରିୟାର ଆଉ କୌଣସି ଉପାୟ ନାହିଁ, ତାହା ତ ଦେଶର ଆଇନ୍‌ ଅନୁସାରେ ହିଁ ଚାଲିବ। ବୁଧବାର ଆମେରିକାର ଉପ-ରାଷ୍ଟ୍ରଦୂତ ଗ୍ଲୋରିଆ ବେରବେନାଙ୍କ ମନ୍ତବ୍ୟ ଦେବାର ପରଦିନ ହିଁ ଭାରତ ଏହି ଜବାବ ଦେଇଛି। ଏହା ପୂର୍ବରୁ ଉପ-ରାଷ୍ଟ୍ରଦୂତଙ୍କୁ ଭାରତ ପକ୍ଷରୁ ୪୦ ମିନିଟ୍‌ ଯାଏ ପ୍ରତିକ୍ରିୟା ଦିଆଯାଇ ଥିଲା ଯେ, ଆମେରିକାର ଏହି ବୟାନ ଅବାଞ୍ଛିତ ଏବଂ ଆମର ମାମଲାରେ ହସ୍ତକ୍ଷେପ କରିବା ଉଚିତ୍‌ ନୁହେଁ । 

ଏହା ପରେ ମଧ୍ୟ ଆମେରିକାର ଆଭିମୁଖ୍ୟ ବଦଳି ନଥିଲା ଏବଂ ଏହା କଂଗ୍ରେସର ଫ୍ରିଜ୍‌ ଆକାଉଣ୍ଟକୁ ନେଇ ମଧ୍ୟ ଟିପ୍ପଣୀ କରିଥିଲେ। ଆମେରିକାର କହିବାର ଥିଲା କି ଆମକୁ ଜଣା ଯେ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି। ଏବେ ଭାରତର ବିଦେଶ ମନ୍ତ୍ରଣାଳୟ ଆମେରିକାକୁ ସ୍ପଷ୍ଟ ଭାବେ ଚେତାଇ ଦେଇଛି ଏବଂ କହିଛି କି ଆଇନ୍‌ ପ୍ରକ୍ରିୟାରେ ବୟାନବାଜି ଠିକ୍‌ ନୁହେଁ। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜାୟସୱାଲ କହିଛନ୍ତି , କାଲି ଭାରତ ଆମେରିକୀୟ ଦୂତାବାସର ବରିଷ୍ଠ ଅଧିକାରୀଙ୍କୁ ତଲବ କରି ନିଜ ପକ୍ଷରୁ ସ୍ପଷ୍ଟ ମତ ରଖି ଥିଲେ। ଆମର ଆମେରିକୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇ ଥିବା ରାୟ ଉପରେ ଦୃଢ ଅଭିଯୋଗ ଅଛି। 

ଜାୟସୱାଲ କହିଛନ୍ତି , ଆମେରିକୀୟ ବିଦେଶ ମନ୍ତ୍ରଣାଳୟ ଏବେ ଯେଉଁ ବୟାନ ଦେଇଛି, ତାହା ସଂପୂର୍ଣ୍ଣ ରୂପେ ଅବାଞ୍ଛିତ। ଆମର ନିର୍ବାଚନ ଓ ଆଇନ ପ୍ରକ୍ରିୟାରେ କୌଣସି ପ୍ରକାରର ବାହ୍ୟ ହସ୍ତକ୍ଷେପ ବା ଟିପ୍ପଣୀ ସ୍ୱୀକାର୍ଯ୍ୟ ନୁହେଁ । ଭାରତରେ ଆଇନ ପ୍ରକ୍ରିୟା ନିୟମାନୁସାରେ ଚାଲିଥାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.