ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସବୁ ଅନୁମାନକୁ ପଛରେ ପକାଇ ଲମ୍ବା ଲମ୍ପ ମାରିଛି ଭାରତର ଜିଡିପି; ଦ୍ବିତୀୟ ତ୍ରୈମାସିକରେ ରହିଛି ୭.୬%

Image source: Social media

ନୂଆଦିଲ୍ଲୀ,୩୦/୧୧: ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ର ଦ୍ୱିତୀୟ ତ୍ରୈମାସିକରେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଦେଶର ଅର୍ଥନୀତି ୭.୬ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଏହି ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଅର୍ଥାତ୍‌ ଏପ୍ରିଲରୁ ଜୁନ୍ ମଧ୍ୟରେ ଜିଡିପି ୭.୮ ପ୍ରତିଶତ ଥିଲା। ଗତ ଆର୍ଥିକ ବର୍ଷ ୨୦୨୨-୨୩ ର ଦ୍ୱିତୀୟ ତ୍ରୈମାସିକରେ ଜିଡିପି ୬.୨ ପ୍ରତିଶତ ଥିଲା। ଦ୍ୱିତୀୟ ତ୍ରୈମାସିକରେ ଆରବିଆଇ ଜିଡିପି ୬.୫ ପ୍ରତିଶତ ହେବ ବୋଲି ଆକଳନ କରିଥିଲା। ଏହାର ଅର୍ଥ ହେଉଛି ଦ୍ୱିତୀୟ ତ୍ରୈମାସିକରେ ଆରବିଆଇର ଆକଳନ ଅପେକ୍ଷା ଦେଶର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇଛି।

୪୧.୭୪ ଲକ୍ଷ କୋଟି ଟଙ୍କା ରହିଛି ଜିଡିପି:

ଦ୍ୱିତୀୟ ତ୍ରୈମାସିକ ପାଇଁ ଜିଡିପି ଆକଳନ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଜିଡିପି ୪୧.୭୪ ଲକ୍ଷ କୋଟିରେ ପହଞ୍ଚିଛି, ଯାହା ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୩୮.୧୭ ଲକ୍ଷ କୋଟି ଟଙ୍କା ଥିଲା।

ଏନ୍‌ଏସ୍‌ଓ ଦ୍ବାରା ପ୍ରକାଶିତ ତଥ୍ୟରେ ଦର୍ଶାଯାଇଛି ଯେ ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ୧୩.୯ ପ୍ରତିଶତ ହୋଇଛି, ଯାହା ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ -୩.୮ ପ୍ରତିଶତ ଥିଲା। ଦ୍ୱିତୀୟ ତ୍ରୈମାସିକରେ କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୧.୨ ପ୍ରତିଶତ ଥିବାବେଳେ ୨୦୨୨-୨୩ ର ଦ୍ୱିତୀୟ ତ୍ରୈମାସିକରେ ଏହା ୨.୫ ପ୍ରତିଶତ ଥିଲା। ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର ୧୩.୩ ପ୍ରତିଶତ ହୋଇଥିବାବେଳେ ଗତ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଏହା ୫.୭ ପ୍ରତିଶତ ଥିଲା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.