ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟିମ୍‌ ଇଣ୍ଡିଆର ବ୍ୟସ୍ତପୂର୍ଣ୍ଣ ୨୦୨୪ ସିଜନ୍‌: ଖେଳିବ ୧୦ ଟେଷ୍ଟ, ୨୧ ଦିନିକିଆ, ୨୧ ଟି-ଟ୍ୱେଣ୍ଟି

ମୁମ୍ବାଇ,୩୦/୧୧: ଭାରତୀୟ  କ୍ରିକେଟ୍‌ ଦଳର ସଫଳ ୨୦୨୩ ବର୍ଷ  ଶେଷ ହେବାକୁ ଯାଉଛି । ଆସନ୍ତା ବର୍ଷ ଦଳର ବ୍ୟସ୍ତପୂର୍ଣ୍ଣ କ୍ରିକେଟ୍‌ ସିଜନ ରହିଛି । ୨୦୨୪ରେ ଭାରତ ୫୨ଟି ଅନ୍ତର୍ଜାତୀୟ  ମ୍ୟାଚ୍‌ ସହ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଖେଳିବାର କାର୍ଯ୍ୟକ୍ରମ  ରହିଛି । ଆସନ୍ତା ବର୍ଷ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଚକ୍ରରେ ୧୦ଟି ଟେଷ୍ଟ ଖେଳିବାର  କାର୍ଯ୍ୟକ୍ରମ ରହିଛି । ଦକ୍ଷିଣ ଆଫ୍ରିକା ଗସ୍ତର ଦ୍ୱିତୀୟ ଟେଷ୍ଟ  ସହ ଟିମ ଇଣ୍ଡିଆର ୨୦୨୪  ସିଜନ ଆରମ୍ଭ ହେବ । ଜାନୁଆରୀ ୩ରୁ  ୭ ତାରିଖ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳି  ସାରି ଭାରତୀୟ ଦଳ ସ୍ୱଦେଶ ଫେରିବ ।  

ଆସନ୍ତା ବର୍ଷ ଇଂଲଣ୍ଡ କ୍ରିକେଟ୍‌  ଦଳ ଭାରତ ଗସ୍ତରେ ଆସି ୫ଟି ଟେଷ୍ଟ  ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହା  ବ୍ୟତୀତ ବର୍ଷ ଶେଷ ଆଡକୁ ଭାରତୀୟ  କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତ କାର୍ଯ୍ୟକ୍ରମ  ମଧ୍ୟ ରହିଛି । ଅଷ୍ଟ୍ରେଲିଆ ଗସ୍ତରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ  ସିରିଜ ଖେଳିବ । ଏଣିକି  ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ୫ଟି ଟେଷ୍ଟ ଖେଳାଯିବ ।  

ନଭେମ୍ବରରେ ଭାରତୀୟ  ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ବାଂଲାଦେଶ କ୍ରିକେଟ୍‌ ଦଳ ଆସନ୍ତା ବର୍ଷ ସେପ୍ଟେମ୍ବର/ଅକ୍ଟୋବରରେ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ । ଅକ୍ଟୋବର/ନଭେମ୍ବରରେ  ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ୩ମ୍ୟାଚ୍‌ ବିଶିଷ୍ଟ  କ୍ରିକେଟ୍‌ ସିରିଜ ଖେଳିବା ପାଇଁ ଭାରତ  ଗସ୍ତରେ ଆସିବ । 

ଟେଷ୍ଟ ସିରିଜ ବ୍ୟତୀତ ଭାରତ  ୨୧ଟି ଦିନିକିଆ ଓ ସମାନ ସଂଖ୍ୟକ  ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ  ରହିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ସିରିଜର  କ୍ରୀଡ଼ାସୂଚୀ ଚୂଡ଼ାନ୍ତ ହୋଇନାହିଁ । ତଥାପି  ଆଫଗାନିସ୍ତାନ ଦଳ ଭାରତ ଗସ୍ତରେ ଆସି  ୩ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ  ରହିଛି । ଜୁଲାଇ/ଅଗଷ୍ଟରେ ଭାରତୀୟ  ଦଳ ଶ୍ରୀଲଙ୍କା ଗସ୍ତ କରି ୩ଟି ଟି-ଟ୍ୱେଣ୍ଟି  ଓ ୩ଟି ଦିନିକିଆ ଖେଳିବ ।  

ଜୁନ୍‌/ଜୁଲାଇରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌  ରହିଛି । ଏଥର ଆମେରିକା ଓ ୱେଷ୍ଟ  ଇଣ୍ଡିଜ ମିଳିତ ଭାବେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌  ଆୟେଜନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.