ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଳକ୍ଷ୍ମଣଙ୍କ ସହ ଜିମ୍ବାଓ୍ବେ ଗସ୍ତରେ ଟିମ୍ ଇଣ୍ଡିଆ, ‘ଏକ୍ସ’ରେ ବିସିସିଆଇ ସେୟାର କଲା ଫଟୋ

ନୂଆଦିଲ୍ଳୀ,୨।୭: ଭାରତୀୟ କ୍ରିକେଟ ଟିମ୍ ୨୯ ଜୁନ୍‌ରେ ଟି-୨୦ ବିଶ୍ବକପ୍‌ ୨୦୨୪ ଫାଇନାଲ ଜିତିଛି ଟାଇଟଲ ହାସଲ କରିଛି। ଆଗକୁ ୬ ଜୁଲାଇରୁ ଜିମ୍ବାଓ୍ବେ ବିରୋଧରେ ୫ଟି ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳିବ। ଏହି ଗସ୍ତ ପାଇଁ ଭାରତୀୟ ଟିମ୍ ବାହାରି ସାରିଛି, କିନ୍ତୁ ଏଥିରେ ସେହି ଖେଳାଳି ନାହାନ୍ତି, ଯେଉଁମାନେ ଟି-୨୦ ବିଶ୍ବକପ୍‌ ଟିମ୍‌ର ଅଂଶ ଥିଲେ। ତେବେ ୪ ଖେଳାଳିଙ୍କୁ ଏହି ଟିମ୍‌ ପାଇଁ ଚୟନ କରାଯାଇଛି, ଯେଉଁମାନେ ଟି-୨୦ ବିଶ୍ବକପ୍‌ ଟିମ୍‌ର ଅଂଶ ଥିଲେ। ତେବେ ସେମାନେ ଏବେ ବାରବୋଡାସ୍‌ର ଝଡରେ ଫଶି ରହିଛନ୍ତି। ସେଭଳି ଶୁଭମନ ଗିଲ୍‌ଙ୍କ ନେତୃତ୍ବାଧୀନ  ଯୁବ ଭାରତୀୟ ଟିମ୍ ଜିମ୍ବାଓ୍ବେ ଅଭିମୁଖେ ଉଡାଣ ଭରିଛି। ସାଙ୍ଗରେ ଅଛନ୍ତି ନୂଆ କୋଚ୍ ଭିଭିଏସ୍ ଲକ୍ଷଣ। 

ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି -20 ବିଶ୍ୱକପ ମଧ୍ୟରେ ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ   ଘୋଷଣା କରାଯାଇଥିଲା। ଆଇପିଏଲରେ ଖୁବ୍ ସୁନ୍ଦର ଖେଳ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ଦିଆଯାଇଛି। ଯୁବ ଖେଳାଳିଙ୍କ  ଏହି ଦଳର ଅଧିନାୟକ ଅଛନ୍ତି ଶୁଭମନ ଗିଲ୍। ସେଭଳି ଅଭିଷେକ ଶର୍ମା, ରିୟାନ୍ ପାରାଗ, ତୁଷାର ଦେଶପାଣ୍ଡେ ପ୍ରଥମ ଥର ପାଇଁ ଭାରତୀୟ ଦଳର ପକ୍ଷରୁ ଖେଳିବାକୁ ଯାଉଛନ୍ତି।   ଏହାପୂର୍ବରୁ ନୀତୀଶ ରେଡ୍ଡୀଙ୍କ ନାମ ମଧ୍ୟ ଏହି ଦଳରେ ଥିଲା, କିନ୍ତୁ ଆହତ କାରଣରୁ ସେ ଦଳରେ ନାହାନ୍ତି। ତାଙ୍କ ଦଳରେ ଶିବମ ଦୁବେଙ୍କ ସ୍ଥାନ ଦିଆଯାଇଛି।

 ଜିମ୍ବାୱେ ସିରିଜ୍ ପାଇଁ ଭାରତୀୟ ଦଳ: ଶୁଭମନ ଗିଲ (ଅଧିନାୟକ), ଯଶସ୍ୱୀ ଜସୱାଲ, ରୁତୁରାଜ ଗାଇକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ଓ୍ବିକେଟ କିପର), ଧ୍ରୁବ ଜୁରେଲ (ଓ୍ବିକେଟ କିପର), ରିଆନ ପାରାଗ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ନୋଇ, ଅବେଶ ଖାନ, ଖାଲିଲ ଅହମ୍ମଦ , ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ଶିବମ୍ ଦୁବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.