ନୂଆଦିଲ୍ଲୀ: ବ୍ରିଟେନର ଜଣେ ଭାରତୀୟ ମୂଳ ଦମ୍ପତିଙ୍କ ଉପରେ ଅଷ୍ଟ୍ରେଲିଆକୁ ଅଧା ଟନ୍ କୋକେନ୍ ପରିବହନ କରୁଥିବା ଅଭିଯୋଗ ହୋଇଛି । ଏହି ଦମ୍ପତି ହେଲେ ୫୯ ବର୍ଷିୟ ଆରତୀ ଧୀର ଏବଂ ୩୫ ବର୍ଷିୟ କବଲଜିତ ସିଂ ରାଇଜଡା । ମେ ୨୦୨୧ ରେ, ଅଷ୍ଟ୍ରେଲିଆ ସୀମା ବଳ ସିଡନୀ ବିମାନବନ୍ଦରରେ ତାଙ୍କ ଠାରୁ ପ୍ରାୟ ୬୦୧ କୋଟି ଟଙ୍କା ମୂଲ୍ୟର ୫୭ ମିଲିୟନ ପାଉଣ୍ଡ କୋକେନ ଉଦ୍ଧାର କରିଥିଲା ।
ତେବେ ଏହି ଦମ୍ପତି ଅଷ୍ଟ୍ରେଲିଆରେ କୋକେନ ଚୋରା ଚାଲାଣ ଏବଂ ଅର୍ଥ ହେରଫେର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସୋମବାର ସାଉଥୱାର୍କ କ୍ରାଉନ୍ କୋର୍ଟଙ୍କ ଏକ ଖଣ୍ଡପୀଠ ତାଙ୍କୁ ୧୨ ଟି ମାମଲା ଏବଂ ୧୮ ଟି ଅର୍ଥ ହେରଫେର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ମଙ୍ଗଳବାର ଉଭୟଙ୍କୁ ଏହି କୋର୍ଟରେ ଦଣ୍ଡିତ କରାଯିବ ।
ଏହି ଡ୍ରଗ୍ସ୍ ଗୁଡିକୁ ବାଣିଜ୍ୟିକ ବିମାନ ମାଧ୍ୟମରେ ବ୍ରିଟେନରୁ ପରିବହନ କରାଯାଇଥିଲା । ଯେତେବେଳେ ଏହା ଖୋଲାଗଲା, ସେଥିରେ ୫୧୪ କିଲୋଗ୍ରାମ କୋକେନ ମିଳିଥିଲା । ଯଦି ଅଷ୍ଟ୍ରେଲିଆରେ ବିକ୍ରି ହୁଏ ତେବେ ଏହାର ମୂଲ୍ୟ ୬୦୧ କୋଟିରୁ ଅଧିକ ହେବ । ବ୍ରିଟେନରେ ଏକ କିଲୋ କୋକେନର ମୂଲ୍ୟ ୨୬ ହଜାର ପାଉଣ୍ଡ, କିନ୍ତୁ ଅଷ୍ଟ୍ରେଲିଆରେ ଏହାର ମୂଲ୍ୟ ୧ ଲକ୍ଷ ୧୦ ହଜାର ପାଉଣ୍ଡ । ତେବେ ଅନୁସନ୍ଧାନ ବେଳେ ଜଣାପଡିଛି ଯେ ଏହି ଦମ୍ପତି ବିଫ୍ରାଏ ଫ୍ରାଇଟ୍ ସର୍ଭିସେସ୍ ନାମକ ଏକ ନକଲି କମ୍ପାନୀ ଗଠନ କରିଛନ୍ତି, ଯାହାର ଉଦ୍ଦେଶ୍ୟ ଡ୍ରଗ୍ସ ଚୋରା ଚାଲାଣ ।