ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ବାଲିଗୁଡ଼ା, ୨୩।୬: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ଥମିବାର ନାଁ ଧରୁନି l ଗଞ୍ଜେଇ ସହ ଦାମୀ କାର୍, ମୋଟର ସାଇକଲ ଜବତ କରି ୪ ଜଣକୁ ଗିରଫ କରିଛି ବାଲିଗୁଡ଼ା ପୋଲିସ l ସୂଚନା ଅନୁଯାୟୀ, ବାଲିଗୁଡ଼ା ଥାନା ଅନ୍ତର୍ଗତ ବଡ଼ଗାଁ ଗ୍ରାମ କନ୍ୟା ଆଶ୍ରମ ନିକଟରେ ପୋଲିସର ଏକ ଟିମ୍ ସକାଳ ସମୟରେ ପାଟ୍ରୋଲିଂ କରିବା ସମୟରେ ଗୋଟିଏ ଫର୍ଡ କାର ଓ ଗୋଟିଏ ପଲସର୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ସମୟରେ କାର ଭିତରୁ ୬୩ କେଜି ଗଞ୍ଜେଇ ବାହାରିଥିଲା । ଗାଡ଼ିକୁ ଜବତ କରିବା ସହ ୪ ଜଣ ଗିରଫ ହୋଇଥିଲେ । 

ଏହି ଗଞ୍ଜେଇ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ଗ୍ରାମରୁ ରାଉରକେଲା ହୋଇ ଦିଲ୍ଲୀକୁ ଚାଲାଣ ହେଉଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ପଚାଶ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି । ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ଓ ୨ ଜଣ ପୁରୁଷ । ଏମାନଙ୍କ ନାମରେ ଏକ ମାମଲା ନମ୍ବର ୧୪୩/୨୪ ରୁଜୁ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସାହୁ l 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.