ଜୟପୁର, ୨୮/୦୩: ଆଇପିଏଲର ୧୭ତମ ସଂସ୍କରଣର ୯ମ ମ୍ୟାଚ୍ ଜୟପୁରରେ ଖେଳା ଯାଇଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ରୟାଲ୍ସ ହୋମ୍ ଗ୍ରାଉଣ୍ଡରେ ୫ ୱିକେଟ୍ ହରାଇ ୧୮୫ ରନ୍ କରିଛି । ଦିଲ୍ଲୀ କ୍ୟାପିଟାଲ୍ସକୁ ଦେଇଛି ୧୮୬ ରନର ବିଜୟ ଲକ୍ଷ୍ୟ ।
ରାଜସ୍ଥାନ ପକ୍ଷରୁ ଓପନିଂ ପାଇଁ ଆସିଥିଲେ ଯଶସ୍ୱୀ ଜୟସ୍ୱାଲ୍ ଓ ଜୋସ ବଟଲର । ଦଳୀୟ ସ୍କୋର୍ ୯ ରନ୍ ହୋଇଥିବା ବେଳେ ବ୍ୟକ୍ତିଗତ ୫ ରନ୍ କରି ଆଉଟ୍ ହୋଇଥିଲେ ଜୟସ୍ୱାଲ । ଏହାପରେ ଦଳୀୟ ସ୍କୋର୍ ୩୦ ରନ୍ ହୋଇଥିବା ବେଳେ ତୃତୀୟରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ସାମସନ୍ ପ୍ୟାଭିଲିୟନ୍ ଫେରିଥିଲେ । ଦଳୀୟ ସ୍କୋର୍ ୩୬ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ବଟଲର୍ ।
ଏହା ପରେ ରାଜସ୍ଥାନ ରୟାଲ୍ସ ଲାଗି ରିୟାନ୍ ପରାଗ ଏକାକୀ ଲଢ଼ିଥିଲେ । ୪୫ ବଲରେ ରିୟାନ୍ ୭ଟି ଚୌକା, ୬ଟି ଛକା ସହାୟତାରେ ୮୪ ରନ୍ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବ ଜୁରେଲ୍ ୨୦ ରନ୍, ଶିମ୍ରନ ହେଟମିର ୧୪ ରନ୍ କରିଛନ୍ତି ।