ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାର୍ଚ୍ଚ ୨୨ରେ ମ୍ୟାଚ୍‌ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍‌କୁ ଝଟ୍‌କା, ୩ ଜଣ ଖେଳାଳି ଆହତ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷରେ ଖେଳିବାକୁ ଯାଉଛି । ଏହି ମ୍ୟାଚ୍‌ ମାର୍ଚ୍ଚ ୨୨ରେ ଚେନ୍ନାଇରେ ଖେଳାଯିବ । ଏଥିପାଇଁ ଦୁଇ ଟିମ୍‌ ପ୍ରସ୍ତୁତି ଜୋରଦାର କରୁଛନ୍ତି । କିନ୍ତୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଟିମ୍‌ ଚେନ୍ନାଇକୁ ବଡ଼ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ । କାରଣ ସିଏସ୍‌କେର ୩ ଜଣ ଖେଳାଳି ଆହତ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ଖେଳାଳି ଆମ୍ବୁଲାନ୍ସରେ ହସ୍ପିଟାଲରେ ପହଞ୍ଚିଛନ୍ତି । ଆହତ ହୋଇଥିବା ଖେଳାଳି ହେଉଛନ୍ତି,   ଡେଭନ କନଓ୍ବେ, ମୁସ୍ତାଫିଜୁର ରେହମାନ ଏବଂ ମଥିଶା ପଥିରାନା ।   

ଡେଭନ୍‌ କନଓ୍ବେ (ନ୍ୟୁଜିଲାଣ୍ଡ)

ନ୍ୟୁଜିଲାଣ୍ଡର ଓ୍ବିକେଟକିପର ବ୍ୟାଟର ଡେଭନ କନଓ୍ବେଙ୍କୁ ସିଏସ୍‌କେ ୧ କୋଟି ଟଙ୍କାରେ କିଣିଥିଲା । ସେ ୨୦୨୨ରୁ ଟିମ ସହ ଅଛନ୍ତି । କନଓ୍ବେ ୨୦୨୩ରେ ବହୁତ ଭଲ ପ୍ରଦର୍ଶନ କରିଥିଲେ।  ସେ ୧୬ଟି ମ୍ୟାଚରେ ୬ଟି ଅର୍ଦ୍ଧଶତକ ସହ ୬୭୨ ରନ କରିଥିଲେ । କନଓ୍ବେଙ୍କ ସର୍ବଶ୍ରେଷ୍ଠ ସ୍କୋର ୯୨ ରନ୍‌ ଥିଲା । ହେଲେ ଆଇପିଏଲ ୨୦୨୪ରେ ତାଙ୍କର ଖେଳିବା ଅସମ୍ଭବ ହୋଇପଡ଼ିଛି । ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଛି । ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମ୍ୟାଚରେ ସେ ଆହତ ହୋଇଥିଲେ । 

ମୁସ୍ତାଫିଜୁର ରେହମାନ (ବାଂଲାଦେଶ)

ବଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ଜଣେ ଖୁବ ଭଲ ବୋଲର । ସିଏସକେ ତାଙ୍କୁ ୨ କୋଟି ଟଙ୍କାରେ କିଣିଥିଲା । ଏହା ପୂର୍ବରୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ଲାଗି ଖେଳିସାରିଛନ୍ତି । ମୁସ୍ତାଫିଜୁର ଏବେ ପ୍ରଥମ ମ୍ୟାଚ୍‌ରେ ଖେଳିପାରିବେ ନାହିଁ ବୋଲି କୁହାଯାଉଛି । ବଂଲାଦେଶ ପ୍ରିମିୟର ଲିଗ୍‌ ୨୦୨୪ରେ ସେ ଆହତ ହୋଇଛନ୍ତି । ଏପରିକି ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେବାକୁ ପଡ଼ିଥିଲା ।

ମଥିଶା ପଥିରାନା (ଶ୍ରୀଲଙ୍କା)

ଦ୍ରୁତ ବୋଲର ପଥିରାନାଙ୍କୁ ସିଏସକେ ୨୦୨୨ରେ କିଣିଥିଲା । ୨୦୨୩ରେ ତାଙ୍କୁ ରିଟେନ୍‌ ରଖିଥିଲା ଟିମ୍‌ । ପଥିରାନା ଗତ ସିଜନରେ ୧୨ଟି ମ୍ୟାଚରେ ୧୯ ଓ୍ବିକେଟ ନେଇଥିଲେ । ୨୦୨୨ରେ ସେ କେବଳ ୨ଟି ମ୍ୟାଚ୍‌ ଖେଳି ୨ଟି ଓ୍ବିକେଟ ନେଇଥିଲେ । ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା ଆଇପିଏଲ ମ୍ୟାଚ୍‌ରେ ତାଙ୍କର ଖେଳିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପଥିରାନା ବଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜରେ ଆହତ ହୋଇଥିଲେ ।

 

  • Ms dhoni
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.