ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିସ୍ଫୋରଣରେ ଭାଙ୍ଗିଗଲା ଘର, ହେଲେ ଅଟକିଲାନି ନିଶ୍ବାସ, ୩୭ ଦିନ ପରେ ଆବର୍ଜନା ଭିତରୁ ଜୀବନ୍ତ ଉଦ୍ଧାର ହେଲା ନୀରିହ ଶିଶୁ...

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧବିରତି ମଧ୍ୟରେ ଗାଜାରୁ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ଏବେ ସାମ୍ନାକୁ ଆସିଛି । ଭୟଙ୍କର ବୋମା ବିସ୍ଫୋରଣର ୩୭ ଦିନ ପରେ ଆବର୍ଜନା ଭିତରୁ ଏକ ଶିଶୁକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଶିଶୁର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗଲ୍ଫ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଆବର୍ଜନା ତଳେ ଜୀବନ୍ତ ଥିବା ନିରୀହ ଶିଶୁ ଇସ୍ରାଏଲ୍-ହାମାସ୍ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଜନ୍ମ ହୋଇଥିଲା । ବିବାଦ ଆରମ୍ଭ ହେବା ପରେ ଇସ୍ରାଏଲ୍ ଗାଜା ପଟ୍ଟି ଉପରେ ବୋମା ପକାଇ ଥିଲା । ଯେଉଁଥିରେ ଅନେକ ଘର ନଷ୍ଟ ହୋଇଯାଇଥିଲା, ସବୁ ସ୍ଥାନରେ କୁଢ କୁଢ ମୃତଦେହ ଗଦା ହୋଇ ରହିଥିଲା । ଡାକ୍ତରଖାନାରେ ମୃତଦେହ ରଖିବା ପାଇଁ ମଧ୍ୟ ଜାଗା ନଥିଲା । ଅଧିକାଂଶ କୋଠା ଏବଂ ସହର ଧ୍ୱଂସାବଶେଷରେ ପରିଣତ ହୋଇଗଲା । ଆଉ ଏହି ନିରୀହ ଶିଶୁର ମଧ୍ୟ ସେହି ନଷ୍ଟ ହୋଇଥିବା ଘରଗୁଡ଼ିକ ମଧ୍ୟରେ ଏକ ଘର ଥିଲା । 

ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ ବିସ୍ଫୋରଣରେ ଏହି ନିରୀହ ଶିଶୁର ଘର ନଷ୍ଟ ହୋଇଯାଇଥିଲା କିନ୍ତୁ ଏହି ଶିଶୁର ନିଶ୍ୱାସ ବନ୍ଦ ହୋଇନଥିଲା । ଆବର୍ଜନା ତଳେ ପୋତି ହୋଇ ରହିବା ପରେ ମଧ୍ୟ  ଏହି ନିରୀହ ଶିଶୁଟି ୩୭ ଦିନ ଯାଏ ବଞ୍ଚି ରହିଲା । ନାଗରିକ ସୁରକ୍ଷା ସଦସ୍ୟ ତଥା ଫଟୋଗ୍ରାଫର ନେହା ଅଲ ଶଘନୋବୀ  ଇନଷ୍ଟାଗ୍ରାମରେ ଏହି ନିରୀହ ଶିଶୁର କାହାଣୀକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ତିନି ଘଣ୍ଟା ପରିଶ୍ରମ ପରେ ପିଲାଟିକୁ ଭଙ୍ଗା ଘର ଭିତରୁ ବାହାରକୁ ଉଦ୍ଧାର କରାଯାଉଛି । ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ ଏତେ ଘଣ୍ଟା ଧରି ମୃତ୍ୟୁର ସମ୍ମୁଖୀନ ହୋଇଥିଲେ ମଧ୍ୟ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । 




ରିପୋର୍ଟ ଅନୁଯାୟୀ, ଏହି ନିରୀହ ଶିଶୁର ପରିବାର ବିଷୟରେ କିଛି ଜଣା ପଡିନାହିଁ । ସେମାନେ ବର୍ତ୍ତମାନ ସୁଦ୍ଧା ଏହି ଦୁନିଆରେ ଅଛନ୍ତି ନା ମରିଛନ୍ତି ତାହା ଜଣା ପଡିନାହିଁ। ସୂଚନାଯୋଗ୍ୟ ଯେ ଅକ୍ଟୋବର ୭ ରେ ହମାସର ଯୁଦ୍ଧବିମାନ ହଠାତ୍ ଇସ୍ରାଏଲ୍ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ଶହ ଶହ ନିରୀହ ଲୋକଙ୍କର ମୃତ୍ୟୁ ଘଟିଥିଲା । 

 


 

 

 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.