ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଜା ଯୁଦ୍ଧକୁ ନେଇ ତାତିଲେଣି ଇସ୍ରାଏଲ୍ ଜନତା, ମାଗିଲେ ‘ନେତନ୍ୟାହୁଙ୍କ ଇସ୍ତଫା’

ଜେରୁଜେଲମ୍, ୩୧/୦୩: ଗାଜାରେ ଇସ୍ରାଏଲ୍ ଓ ହମାସ୍ ଲଢ଼େଇକୁ ୬ ମାସ ପୂରିବାକୁ ଯାଉଛି । ତଥାପି ଯୁଦ୍ଧ ଥମି ନଥିବା ବେଳେ ମୁକୁଳି ନାହାନ୍ତି ହମାସ୍ କବଳରେ ଥିବା ପଣବନ୍ଦୀ । ଯୁଦ୍ଧ ବିରତି ସହ ପଣବନ୍ଦୀଙ୍କ ମୁକ୍ତି ନେଇ ହମାସ୍ ଓ ଇସ୍ରାଏଲ୍ ମଧ୍ୟରେ କୌଣସି ସହମତି ହୋଇ ପାରିନି । ଏହାରି ଭିତରେ ଇସ୍ରାଏଲ୍ ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିବାରେ ଲାଗିଛି ।

ଇସ୍ରାଏଲ୍ ରାଜଧାନୀ ଜେରୁଜେଲମ୍ ଏବଂ ତେଲଅଭିଭରେ ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବିରୋଧରେ ସଡ଼କରେ ପ୍ରଦର୍ଶନ କରିଛନ୍ତି । ଦେଶର ସ୍ଥିତି ବିଗାଡ଼ିବା ଲାଗି ନେତନ୍ୟାହୁଙ୍କୁ ଦାୟୀ କରିଛନ୍ତି ବିକ୍ଷୋଭକାରୀ । ପ୍ରଧାନମନ୍ତ୍ରୀ ପଦରୁ ନେତନ୍ୟାହୁଙ୍କ ଇସ୍ତଫା ସହ ଶୀଘ୍ର ନିର୍ବାଚନ କରାଇବାକୁ ଦାବି ହୋଇଛି ।

ଏବେ ବି ହମାସ୍ ନିକଟରେ ୧୩୦ରୁ ଅଧିକ ଇସ୍ରାଏଲ୍ ପଣବନ୍ଦୀ ରହିଥିବା କୁହା ଯାଉଛି । ଏବେ ନେତନ୍ୟାହୁଙ୍କ ବିରୋଧରେ ହୋଇଥିବା ପ୍ରଦର୍ଶନରେ ପଣବନ୍ଦୀଙ୍କ ସମ୍ପର୍କୀୟ ସାମିଲ୍ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଅସ୍ତ୍ରବିରତି ଓ ପଣବନ୍ଦୀଙ୍କୁ ମୁକ୍ତ କରିବା ନେଇ ପୁଣି ଥରେ ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଆରମ୍ଭ ହୋଇଛି ଆଲୋଚନା । ଇଜିପ୍ଟ ରାଜଧାନୀ କାହିରାରେ ଉଭୟ ପକ୍ଷ ଆଲୋଚନା କରୁଛନ୍ତି ।

ଏହା ପୂର୍ବରୁ ଶନିବାର ଖବର ଆସିଥିଲା, ଅସ୍ତ୍ରବିରତି ଲାଗି ଦୋହା ଓ କାହିରାରେ ଆଲୋଚନା କରିବା ଲାଗି ଇସ୍ରାଏଲ୍ ଗୁଇନ୍ଦା ସଂସ୍ଥା ପକ୍ଷରୁ ପ୍ରତିନିଧି ମଣ୍ଡଳୀକୁ ପଠାଇବା ଲାଗି ନେତନ୍ୟାହୁ ମଞ୍ଜୁରୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ହମାସ୍ ବିରୋଧରେ ଯୁଦ୍ଧ ଘୋଷଣା ବେଳେ ଇସ୍ରାଏଲ୍ ପ୍ରଧାମନ୍ତ୍ରୀ ନେତନ୍ୟାହୁ କହିଥିଲେ, ଯୁଦ୍ଧର ଉଦ୍ଦେଶ୍ୟ ହମାସର ଅନ୍ତ ଏବଂ ପଣବନ୍ଦୀଙ୍କୁ ଉଦ୍ଧାର କରିବା । କିନ୍ତୁ ଯୁଦ୍ଧକୁ ୬ ମାସ ବିତିଥିଲେ ବି ଉଭୟ ମିଶନରେ ସଫଳତା ପାଇ ପାରି ନାହିଁ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ । ଏଯାବତ୍ ସମସ୍ତ ପଣବନ୍ଦୀ ମୁକୁଳି ପାରି ନଥିବା ବେଳେ ଗାଜାରେ ଇସ୍ରାଏଲ୍ ସେନା ହମାସକୁ ସମ୍ପୂର୍ଣ୍ଣ ଶେଷ କରି ପାରି ନାହିଁ ।

ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହମାସ୍ ଅତର୍କିତ ଆକ୍ରମଣ କରିଥିଲା । ଇସ୍ରାଏଲରେ ପଶି ପ୍ରାୟ ୧୨୦୦ ନାଗରିକଙ୍କୁ ହତ୍ୟା କରିବା ପରେ ୨୪୦ ଜଣଙ୍କୁ ପଣବନ୍ଦୀ କରି ନେଇଥିଲେ ହମାସ୍ ଆତଙ୍କବାଦୀ । ସେବେଠାରୁ ଗାଜା ଉପରେ ଇସ୍ରାଏଲ୍ ଆକ୍ରମଣ ଜାରି ରଖିଥିବା ବେଳେ ଯୁଦ୍ଧରେ ୩୫ ହଜାରରୁ ଅଧିକ ଫିଲିସ୍ତିନଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.