ଜେରୁସେଲମ୍ : ଇସ୍ରାଏଲ ସେନା ପକ୍ଷରୁ ଗାଜାରେ ଜୋରଦାର ଆକ୍ରମଣ ଜାରି ରହିଛି। ହମାସ ଦ୍ୱାରା ତିଆରି ହୋଇଥିବା ସୁଡ଼ଙ୍ଗକୁ ଲଗାତାର ଟାର୍ଗେଟ୍ କରିଛି ଆଇଡିଏଫ ଏବଂ ସେମାନେ ଆତଙ୍କବାଦୀ ଗ୍ରୁପ୍ର ଏହି ସୁଡ଼ଙ୍ଗ ଗୁଡ଼ିକରେ ଏୟାର ଷ୍ଟ୍ରାଇକ୍ କରି ଅନେକ ଟପ୍ କମାଣ୍ଡରଙ୍କୁ ମାରି ଦେଇଥିବା ଦାବି କରିଛନ୍ତି। ଆଇଡିଏଫର ପ୍ରବକ୍ତା ରିୟର ଆଡମିରାଲ ଡେନିୟଲ ହଗାରୀ ଇସ୍ରାଏଲୀୟ ଅପରେସନ ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏକ ହମଲାରେ ଏହି ସୁଡ଼ଙ୍ଗକୁ ଟାର୍ଗେଟ୍ କରାଯାଇ ଥିଲା, ଯେଉଁଠି ଅହମଦ ଘଣ୍ଡୋର ଅୟମାନ ସିୟାମଙ୍କ ସମେତ ହମାସର ଅନେକ ସେନା କମାଣ୍ଡର ଲୁଚି ରହିଥିଲେ। ସେ କହିଛନ୍ତି ଯେ, ଦ୍ୱିତୀୟ ହମାଲରେ ଅନ୍ୟ ଏକ ସୁଡ଼ଙ୍ଗ ଟାର୍ଗେଟ୍ରେ ଥିଲା , ଯେଉଁଠି ହମାସର ପୋଲିତ ବ୍ୟୁରୋର ବରିଷ୍ଠ ସଦସ୍ୟମାନେ ଲୁଚି ଥିଲେ, ସେମାନଙ୍କ ମଧ୍ୟରେ ରାବି ମୁଶକହା , ଏସମ ଅଲ-ଡାଲିମ ଓ ସମେହ ଅଲ-ସିରାଜ ସାମିଲ ଥିଲେ। ହଗାରୀ କହିଛନ୍ତି କି, ହମାସ ହମଲାରେ ହୋଇଥିବା କ୍ଷତିକୁ ଲୁଚାଉଛି। ହେଲେ ଏହା ସତ ଯେ, ଆମେ ତାଙ୍କର ସୁଡ଼ଙ୍ଗକୁ ଆକ୍ରମଣ କରି ଅନେକ କ୍ଷତି ପହଞ୍ଚାଇଛୁ।
ଅହମଦ ଘଣ୍ଡୌର ହମାସ ମିଲିଟାରୀ ୱିଙ୍ଗର ନର୍ଥ ଗାଜା ବ୍ରିଗେଡ ମୁଖ୍ୟ ଥିଲେ। ସେ ଏହି ଆତଙ୍କୀ ଦଳର ସବୁଠୁ ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ସାମିଲ ଥିଲେ। ରିପୋର୍ଟ ମୁତାବିକ , ଗତ ଶନିବାର ଠାରୁ ସେ ନିଜ ସାଥିଙ୍କ ସହ ସଂପର୍କ କରି ନାହାନ୍ତି। ଘଣ୍ଡୌରଙ୍କୁ ହମାସ ମିଲିଟାରୀ ମୁଖ୍ୟ ଅହମ୍ମଦ ଡିଫ୍ଙ୍କର ନିକଟତର ଭାବେ ଜଣାଯାନ୍ତି। କୁହାଯାଏ କି , ୨୦୦୨ ଓ ୨୦୧୨ରେ ଆଇଡିଏଫ୍ ତାଙ୍କର ହତ୍ୟା ନେଇ ପ୍ରୟାସ କରିଥିଲେ , ହେଲେ ସେ ବଞ୍ଚି ଯାଇଥିଲେ। ୨୦୧୭ରେ ଆମେରିକୀୟ ବିଦେଶ ବିଭାଗ ତାଙ୍କୁ ଗ୍ଲୋବାଲ ଆତଙ୍କବାଦୀ ଘୋଷିତ କରିଥିଲା।
ଅୟମାନ ସିୟାମ ହମାସର ରକେଟ୍ ଫାୟରିଂ ଏରେର ମୁଖ୍ୟ ଭାବେ କାମ କରୁଥିଲେ। ସେ ହମାସର ତୋପ ବିଭାଗର କମାଣ୍ଡରଙ୍କର ଦାୟିତ୍ୱ ବି ସମ୍ଭାଳି ଥିଲେ। ସିୟାମ ଇସ୍ରାଏଲୀୟ ସେନାର ହିଟ୍ ଲିଷ୍ଟରେ ଥିଲେ।
ସିଧା ଏୟାର ଷ୍ଟ୍ରାଇକ୍ ଉପରେ ଆଇଡିଏଫ୍ର ପ୍ରାଧ୍ୟାନ୍ୟ –
ଏହା ବ୍ୟତୀତ ସମେହ ଅଲ-ସିରାଜ , ରାବହୀ ମୁସ୍ତାହା ଓ ଏସମ୍ ଅଲ୍-ଡାଲିସ୍ ହମାସ ସହ ଜଡ଼ିତ ଏମିତି ବ୍ୟକ୍ତି, ଯିଏ ତାଙ୍କ ଟପ୍ କମାଣ୍ଡର ୟହ୍ୟା ସିନୱରଙ୍କ ସହ ଗାଜା ପଟ୍ଟିରେ ରହିଛନ୍ତି। ସଙ୍ଗଠନର ବାକି ଟପ୍ ଲିଡରମାନେ କତାରର କୁହାଯାଉଛି। ହେଲେ ହମାସ ସହ ସଂପୃକ୍ତ ଏହି ସବୁ ବଡ଼ ବଡ଼ ଚେହେରା ପଟ୍ଟିରେ କେଉଁଠି ଲୁଚି ରହିଛନ୍ତି , ଇସ୍ରାଏଲୀୟ ସେନା ଏହାକୁ ନେଇ ଦାବିର ସହ କିଛି ବି କହି ପାରୁ ନାହିଁ। ଏଥିପାଇଁ ଏହା ଜରୁରୀ କି, ଆଇଡିଏଫ୍ର ଏୟାରଷ୍ଟ୍ରାଇକ୍ରେ ହମାସର କିଛି ବଡ଼ ବଡ଼ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଇସ୍ରାଏଲର ସେନା ଏୟାର ଷ୍ଟ୍ରାଇକ୍ ଉପରେ ହିଁ ଫୋକସ କରୁଛନ୍ତି। ବାସ୍ତବତା ଏହା ଯେ, ଗାଜା ପଟ୍ଟିରେ ସୁଡ଼ଙ୍ଗ ଗୁଡ଼କର ଜାଲ କିଛି ଏହିପରି ଭାବେ ବିଛେଇ ହୋଇଛି ଯେ, ଏହା ଭିତରକୁ ଯିବା ଜୀବନ ପ୍ରତି ବିପଦ ରହିଛି।