ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ସିଭାନ୍‌ଙ୍କ ଉପରେ ଖୁଲାସା, ଚନ୍ଦ୍ରଯାନ-୨ ଫେଲ୍‌ ହେବାର କାରଣ… ଇସ୍ରୋ ମୁଖ୍ୟ ସୋମନାଥଙ୍କ ବହିକୁ ନେଇ ହଙ୍ଗାମା!

ନୂଆଦିଲ୍ଲୀ,୪।୧୧: ଇସ୍ରୋକୁ ନେଇ  ଶନିବାର ଏକ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି। ଏହି ଖବର ଦକ୍ଷିଣ ଭାରତର ମିଡିଆ ସଂସ୍ଥାନରେ ପ୍ରକାଶିତ ହୋଇଛି। ଯେଉଁଥିରେ କୁହାଯାଇଛି ଇସ୍ରୋ ମୁଖ୍ୟ ଡକ୍ଟର ଏସ୍‌ ସୋମନାଥ ପୂର୍ବ ଇସ୍ରୋ ମୁଖ୍ୟ କେ. ସିଭାନଙ୍କ ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସୋମନାଥ କହିଛନ୍ତି, ସିଭାନ୍‌ ତାଙ୍କର ଇସ୍ରୋ ମୁଖ୍ୟ ହେବାରେ ବାଧା ସୃଷ୍ଟି କରିଛନ୍ତି। ସିଭାନ ଚାହୁଁନଥିଲେ ସୋମନାଥ ଇସ୍ରୋ ମୁଖ୍ୟ ହେଉ। ଏହି ଅଭିଯୋଗ ସୋମନାଥ ନିଜ ଜୀବନ ଉପରେ ଆଧାରିତ ବହି ‘ନିଲାବୁ କୁଡିଚା ସିହ୍ନଲ’ (Nilavu Kudicha Simhangal)ରେ ଉଲ୍ଲେଖ କରିଛନ୍ତି।

ଯେତେବେଳେ ଏ ବିଷୟରେ ସୋମନାଥ ସମାଚାର ଏଜେନ୍ସି ପିଟିଆଇ ସହ କଥା ହୋଇଥିଲେ, ସେ କହିଥିଲେ ପ୍ରତି ମଣିଷକୁ କୌଣସି ସଂସ୍ଥାର ଉଚ୍ଚ ପଦରେ ଯିବା ବେଳେ ବହୁ ସମସ୍ୟା ସାମନା କରିବାକୁ ପଡିଥାଏ। ବହୁ ଚ୍ୟାଲେଞ୍ଜ ପାର କରିବାକୁ ପଡେ। ସେଭଳି ସମସ୍ୟା ତାଙ୍କ ଆଗକୁ ଆସିଛି। ସେ କହିଛନ୍ତି, ମୁଁ ମୋ ଜୀବନରେ ଆସିଥିବା ଚ୍ୟାଲେଞ୍ଜ ବିଷୟରେ ଲେଖିଛି। କାହା ଉପରେ ବ୍ୟକ୍ତିଗତ ଟିପ୍ପଣୀ ଦେଇନି। ସେ କୌଣସି ମଣିଷ ବିରୋଧରେ ନାହାନ୍ତି।

କୌଣସି ଏକ ଉଚ୍ଚପଦ ପାଇଁ ବହୁ ଲୋକ ଉପଯୁକ୍ତ ହୋଇଥାନ୍ତି। ମୁଁ ବାସ୍ ଏହି ପ୍ରସଙ୍ଗକୁ ଉଠାଉଥିଲି। ମୁଁ କୌଣସି ବ୍ୟକ୍ତିକୁ ଟାର୍ଗେଟ କରିନି। ତେବେ ସୋମନାଥ ଏହା ମଧ୍ୟ କହଛନ୍ତି ଯେ, ଚନ୍ଦ୍ରଯାନ-୨ କିଭଳି ଫେଲ୍‌ ହୋଇଥିଲା। ସୋମନାଥ କହିଛନ୍ତି, ଚନ୍ଦ୍ରଯାନ-୨ ମିଶନ୍ ଜଲଦି ହେବା କାରଣରୁ ଫେଲ୍‌ ହୋଇଥିଲା। କାରଣ ଏହାକୁ ନେଇ ଯେତେ ଟେଷ୍ଟ ହେବାର ଥିଲା ତାହା ହୋଇନଥିଲା।

ସୋମନାଥ କହିଛନ୍ତି, ତାଙ୍କ ବହିରେ ଚନ୍ଦ୍ରଯାଦ-୨ ଫେଲ୍‌ ହେବାର ଠିକ୍ କାରଣ। ସେଥିରେ ସେ ଲେଖିଛନ୍ତି ଚନ୍ଦ୍ରଯାନ-୨ ଫେଲ୍‌ ହେବାର ଘୋଷଣା ସମୟରେ ଯେଉଁ ଭୁଲ ହୋଇଥିଲା, ତାହା ଲୁଚା ଯାଇଥିଲା। ସୋମନାଥଙ୍କ ମତରେ ଯାହା ସବୁ ହେଉଛି, ତାକୁ ଠିକ୍ ସେଭଳି କରିବା ଦରକାର। ସତ ଲୋକଙ୍କ ଆଗକୁ ଆସିବା ଦରକାର। ଏହା ଦ୍ବାରା ସଂସ୍ଥାରେ ପାରଦର୍ଶିତା ଆସିଥାଏ। ତେଣୁ ବହିରେ ଚନ୍ଦ୍ରଯାନ-୨ର ବିଫଳତା ବିଷୟରେ ଆଲୋଚନା କରାଯାଇଛି। ଏହି ଅଟୋ ବାୟୋଗ୍ରାଫି ଲୋକଙ୍କୁ ପ୍ରେରିତ କରିବା ପାଇଁ ଲେଖାଯାଇଛି। ଯାହାଫଳରେ ଲେକା ନିଜର ଚ୍ୟାଲେଞ୍ଜ ସହିତ ଲଢି ଆଗକୁ ବଢିବାର ପ୍ରେରଣା ନେଇ ପାରିବେ। ଏହି ବହି କାହାର ସମାଲୋଚନା ପାଇଁ ଲେଖା ଯାଇନି। ନା ଏଭଳି କୌଣସି ଉଦେଶ୍ୟ ରହିଛି। ଏହି ବହି ଖୁବ୍ ଶୀଘ୍ର ବଜାରକୁ ଆସିବ।

 

Copyright © 2022 - Summa Real Media Private Limited. All Rights Reserved.