ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାପାନ ସରକାରଙ୍କ ଅଭିନବ ପଦକ୍ଷେପ, ଜନ୍ମ ହାର ବୃଦ୍ଧି ଲାଗି ଡେଟିଂ ଆପ୍‌ ଲଞ୍ଚ କରିବ

ନୂଆଦିଲ୍ଲୀ,୦୭/୦୬: ଜନ୍ମ ହାର ବୃଦ୍ଧି ପାଇଁ ଜାପାନ ସରକାର ନେଇଛନ୍ତି  ଅଭିନବ ପଦକ୍ଷେପ । ଏଥିପାଇଁ ସରକାରଙ୍କ ପକ୍ଷରୁ ଡେଟିଂ ଆପ୍‌ ଲଞ୍ଚ୍‌ ହେବାକୁ ଯାଉଛି । ଏଭଳି ପଦକ୍ଷେପକୁ  ଖୁବ୍‌ ପ୍ରଶଂସା କରିଛନ୍ତି ଅରବପତି  ଏଲନ ମସ୍କ । ୧୧ଟି ସନ୍ତାନର ବାପା ମସ୍କ ପୂର୍ବରୁ ଅନେକ ଥର ଜନସାଧାରଣଙ୍କୁ ଅଧିକ ସନ୍ତାନ ପ୍ରାପ୍ତ କରିବାକୁ ଅନୁରୋଧ  କରିଆସିଛନ୍ତି । ବର୍ତ୍ତମାନ ଏ ଦିଗରେ  ଜାପାନ ସରକାର ନେଇଥିବା ପଦକ୍ଷେପକୁ  ପ୍ରଶଂସା କରିଛନ୍ତି ମସ୍କ । ଏନେଇ ଜାପାନ  ସରକାର ସୋଶିଆଲ ମିଡିଆ ଏକ୍ସରେ  କରିଥିବା ଏକ ପୋଷ୍ଟରେ କମେଣ୍ଟ  କରି ମସ୍କ କହିଛନ୍ତି, ମୁଁ ଖୁସି ଯେ  ଜାପାନ ସରକାର ଏହି ପ୍ରସଙ୍ଗ ଉପରେ  ଗୁରୁତ୍ୱକୁ ଗ୍ରହଣ କରିଛନ୍ତି । ଯଦି ଏଥିପାଇଁ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ  ତେବେ, ଆଗକୁ ଜାପାନ ସମେତ  ଅନ୍ୟାନ୍ୟ ଦେଶ ବି ଲୋପ ପାଇଯିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.