ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୟା ବଚ୍ଚନଙ୍କଠାରୁ ସମ୍ପତ୍ତିରେ ଖୁବ୍ ପଛରେ ହେମା ମାଳିନୀ, ଜାଣନ୍ତୁ ଦୁହେଁ କେତେ କୋଟି ଟଙ୍କାର ମାଲିକାଣୀ ?

ନୂଆଦିଲ୍ଲୀ,୧୩।୨:  ବଲିଉଡର ବିଶିଷ୍ଟ ଅଭିନେତ୍ରୀ ଜୟା ବଚ୍ଚନ ନିଜର ଅଭିନୟ ସହିତ ରାଜନୈତିକ ଯାତ୍ରା ମଧ୍ୟ ଜାରି ରଖିଛନ୍ତି। ଜୟା ବଚ୍ଚନ ଏବେ ବି ଇଣ୍ଡଷ୍ଟ୍ରିରେ ଆକ୍ଟିଭ ଅଛନ୍ତି। ସେ କିଛି ସମୟ ପୂର୍ବରୁ ରକି ଓ ରାନି କୀ ପ୍ରେମ କାହାନୀରେ ନଜର ଆସିଥିଲେ। ଜୟା ବଚ୍ଚନ ଫିଲ୍ମରେ ଅଭିନୟକୁ ଦେଖି ତାଙ୍କୁ ଦର୍ଶକ ଖୁବ୍ ପ୍ରଶଂସା କରିଛନ୍ତି। ଜୟା ୧୫ ବର୍ଷ ବୟସରେ ଅଭିନୟ ଦୁନିଆରେ ପାଦ ରଖିଥିଲେ ଓ ଏବେ ସେ ୭୫ ବର୍ଷର ହୋଇ ସାରିଛନ୍ତି। ବଲିଉଡରେ ଜୟାଙ୍କର ୬୦ ବର୍ଷ ହୋଇଗଲାଣି। ରାଜନୀତିରେ ମଧ୍ୟ ସମାଜବାଦୀ ପାର୍ଟିରୁ ସେ ଚାରିଥର ରାଜ୍ୟସଭା ସାଂସଦ ରହିସାରିଛନ୍ତି। ପଞ୍ଚମ ଥର ମଧ୍ୟ ସମାଜବାଦୀ ପାର୍ଟି ତାଙ୍କୁ ରାଜ୍ୟସଭାକୁ ପଠାଉଛି। ନିଜର ଫିଲ୍ମ ଓ ରାଜନୈତିକ  କ୍ୟାରିୟରରେ ଜୟା ଖୁବ୍ ଟଙ୍କା ରୋଜଗାର କରିଛନ୍ତି। ତାଙ୍କର ନେଟ୍ଓ୍ବର୍ଥ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 

ଜୟା ତାଙ୍କ ଶପଥ ପତ୍ରରେ ଲେଖିଛନ୍ତି, ତାଙ୍କ ପାଖରେ ମୋଟ ୧୦୦୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ଜୟା ୧୦୫.୬୪ କୋଟି ଟଙ୍କାର ଦାନ ଦେଇଛନ୍ତି। ସେ କହିଛନ୍ତି, ୨୦୧୮ ରେ ଏହି ପତ୍ର ଦାଖଲ କରିଥିଲେ। ଜୟା ନିଜର ନିର୍ବାଚନୀ ସତ୍ୟପାଠରେ ମଧ୍ୟ କହିଥିଲେ ଯେ, ତାଙ୍କ ପାଖରେ ୯ ଲକ୍ଷ ଟଙ୍କାର ପେନ୍ ଓ ୫୧ ଲକ୍ଷର ଘଣ୍ଟା ରହିଛି। ଅମିତାଭଙ୍କ ପାଖରେ ୩.୪ କୋଟି ଟଙ୍କାର ଘଣ୍ଟା ରହିଛି। ୨୦୧୮ ରେ ନିଜର ଆଫିଡେଭିଟ୍‌ରେ ଏହି ସୂଚନା ଦେଇଛନ୍ତି  ଯେ, ଜୟା ବଚ୍ଚନଙ୍କ ପାଖରେ ୮ ଲକ୍ଷ ଟଙ୍କାର ଟାଟା କ୍ବାଲିସ୍‌ ରହିଛି, ତାଙ୍କ ପାଖରେ କେବଳ ଗୋଟିଏ ଗାଡି ରହିଛି। ସେଭଳି ଅମିତାଭ ବଚ୍ଚନଙ୍କ ପାଖରେ ତିନି କୋଟିର ରୋଲସ୍ ରୟସ୍‌, ଦୁଇ କୋଟିର ମର୍ସିଡିଜ୍ ବେଞ୍ଜ ସହିତ ମୋଟ୍‌ ୧୧ଟି ଗାଡି ରହିଛି। 

ଜୟା ରେସିଡେଣ୍ଟିଆଲ ପ୍ରପଟିର ଡିଟେଲ୍ସ ମଧ୍ୟ ସେୟାର କରିଥିଲେ। ସେ କହିଛନ୍ତି, ବିଗ୍‌ ବି ଓ ତାଙ୍କ ପାଖରେ  ଭୋପାଳ, ନୋଏଡା, ଦିଲ୍ଲୀ, ପୁନେ, ଗାନ୍ଧୀନଗର ଓ ମୁମ୍ବାଇ ବ୍ୟତୀତ ଫ୍ରାନ୍ସର ବ୍ରୋଗୋନ୍‌ ପ୍ଲଗସ୍‌ରେ ୩,୧୭୫ ସ୍କୋୟାର ମିଟରର ରେସିଡେଣ୍ଟିଆଲ ପ୍ରପଟି ରହିଛି। ଜୟା ବଚ୍ଚନଙ୍କ ପାଖରେ ଲକ୍ଷ୍ନୌର କାକୋରୀରେ ୧.୨୨ ହେକ୍ଟର ଚାଷ ଜମି ରହିଛି, ଯାହାର ମୂଲ୍ୟ ୨.୨ କୋଟି ଟଙ୍କା ରହିଛି।

ସେଭଳି ହେମା ମାଳିନୀ ୨୦୧୯ ନିର୍ବାଚନ ସତ୍ୟପାଟରେ ନିଜର ମୋଟି ସମ୍ପତ୍ତିର ବିବରଣୀ ଦେଇଥିଲେ, ଯାହା ଅନୁସାରେ ତାଙ୍କ ପାଖରେ ମୋଟ ୨୪୯ କୋଟି ଟଙ୍କାର ସମ୍ପତ୍ତି ରହିଛି। ଯେଉଁଥିରେ ୧୧୪ କୋଟି ତାଙ୍କର ଓ ତାଙ୍କ ସ୍ବାମୀ ଧର୍ମେନ୍ଦ୍ରଙ୍କର ରହିଛି ୧୩୫ କୋଟି । ଉଲ୍ଲେଖନୀୟ ଯେ, ଜୟାଙ୍କୁ ପଞ୍ଚମଥର ସମାଜବାଦୀ ପାର୍ଟି ରାଜ୍ୟସଭା ପଠାଇବାକୁ ଯାଉଛି। ଜୟା ଖୁବ୍ ଶୀଘ୍ର ନାମାଙ୍କନ ପତ୍ର ଦାଖଲ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.