ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୌଣସି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ବାଇଡେନଙ୍କ ପ୍ରଥମ ଚିଠି, କହିଲେ ‘ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ, ସାହାଯ୍ୟ କରିବ ଆମେରିକା’

ୱାଶିଂଟନ୍, ୩୦/୦୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ କାର୍ଯ୍ୟକାଳରେ ପ୍ରଥମଥର ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ୨୦୧୮ରେ ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ନଥିଲେ । ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଚିଠି ଲେଖିଛନ୍ତି ଜୋ ବାଇଡେନ୍ ।

ଜୋ ବାଇଡେନ୍ ଲେଖିଥିବା ଚିଠିରେ କହିଛନ୍ତି, ଆମେରିକା ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଜରୁରୀ । ପାକିସ୍ତାନରେ ବଢ଼ୁଥିବା ସଂକଟକୁ ନେଇ ଆମେରିକା ଇସଲାମାବାଦକୁ ଆଶ୍ୱାସନା ଦେଇଛି । କହିଛି, ଆତଙ୍କବାଦର ମୁକାବିଲା ଲାଗି ଶେହବାଜ ଶରିଫଙ୍କ ନେତୃତ୍ୱାଧିନ ସରକାର ସହ ଆମେରିକା କାର୍ଯ୍ୟ ଜାରି ରଖିବ ।

ଇସଲାମାବାଦ ସ୍ଥିତ ଆମେରିକା ଦୂତାବାସ କହିଛି, ବୈଶ୍ୱିକ ଓ ଆଞ୍ଚଳିକ ସମସ୍ୟା ଏବଂ ବିପଦରୁ ରକ୍ଷା ପାଇବା ଲାଗି ଆମେରିକା, ପାକିସ୍ତାନ ସହ ଛିଡ଼ା ହେବ । ଚିଠିରେ ଲେଖା ଯାଇଛି, ସ୍ୱାସ୍ଥ୍ୟ, ସୁରକ୍ଷା, ଆର୍ଥିକ ବିକାଶ ଏବଂ ସମସ୍ତଙ୍କୁ ଶିକ୍ଷା ଲାଗି ପାକିସ୍ତାନ ଓ ଆମେରିକା ଏକାଠି ହେବେ । ଏଥିସହ ୨ ରାଷ୍ଟ୍ର ସହଯୋଗ ଜଳବାୟୁ ପରିବର୍ତ୍ତନରୁ ମୁକ୍ତି ଲାଗି ବଳ ଯୋଗାଇବ । ୨୦୨୨ରେ ପାକିସ୍ତାନରେ ହୋଇଥିବା ବନ୍ୟାରୁ ମୁକୁଳିବା ଲାଗି ଆମେରିକା ସାହାଯ୍ୟ ଜାରି ରଖିବ ବୋଲି କହିଛି ।

ସୂଚନାଯୋଗ୍ୟ, ୨୦୧୮ରେ ଜୋ ବାଇଡେନ୍ ରାଷ୍ଟ୍ରପତି ହେବା ପରେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସହ କୌଣସି ଆଲୋଚନା କରି ନଥିଲେ । ଏପରିକି ଗତ ଫେବ୍ରୁଆରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହୋଇଥିବା ବେଳେ ନୱାଜ୍ ଶରିଫଙ୍କ ପିଏଲଏମ୍-ଏନ୍ ପଛରେ ଆମେରିକା ଥିବା ଅଭିଯୋଗ କରିଥିଲା ଇମ୍ରାନ୍ ଖାନଙ୍କ ପିଟିଆଇ । ଏଥିସହ ଇମ୍ରାନଙ୍କୁ କ୍ଷମତାରୁ ହଟାଇବା ପଛରେ ଆମେରିକୀୟ ଗୁଇନ୍ଦା ସଂସ୍ଥାର ହାତ ଥିବା ପିଟିଆଇ ଦାବି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.