ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ସୋସିଆଲ ମିଡିଆରେ ମାସକୁ ୫୪ ଲକ୍ଷ ଖର୍ଚ୍ଚ କରୁଛନ୍ତି ସିଦ୍ଦରମୈୟା: ଆରଟିଆଇ ଜବାବରେ ଖୁଲାସା

ନୂଆଦିଲ୍ଲୀ,୦୨/୦୯: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କର ମଇସୁର ନଗର ବିକାଶ ପ୍ରାଧିକରଣ (ଏମ୍‌ୟୁଡିଏ) ଦୁର୍ନୀତି ମାମଲାରେ ସମସ୍ୟା କମିବାର ନାଁ ନେଉନାହିଁ। ଏପରିକି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯିବା ନେଇ କଳ୍ପନାଜଳ୍ପନା ଚାଲିଛି। ଏହାରି ଭିତରେ ଆରଟିଆଇର ଏକ ଜବାବରେ ଖୁଲାସା ହୋଇଛି ଯେ, ସିଏମ୍ ସିଦ୍ଧରମୈୟା ସୋସିଆଲ ମିଡିଆ ଆକାଉଣ୍ଟକୁ ପରିଚାଳନା କରିବା ପାଇଁ ମାସିକ ୫୪ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସେ ଉଭୟ ବ୍ୟକ୍ତିଗତ ଏବଂ ଅଫିସିଆଲ୍ ଆକାଉଣ୍ଟ୍ ପାଇଁ ଏହି ପରିମାଣ ଖର୍ଚ୍ଚ କରୁଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଆରଟିଆଇ କାର୍ଯ୍ୟକର୍ତ୍ତା ମାରଲିଙ୍ଗା ଗୋଔଡା ମାଲି ପାଟିଲ ଏହାର ଉତ୍ତର ମାଗି ଏକ ଆରଟିଆଇ ଦାଖଲ କରିଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ, ସେ ଏହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ସିଦ୍ଧରମଢୟା ସୋସିଆଲ ମିଡିଆରେ ବହୁତ କମ୍ ଖର୍ଚ୍ଚ କରନ୍ତି। ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ଖର୍ଚ୍ଚ ପ୍ରାୟ ୨ କୋଟି ଟଙ୍କା ଥିଲା।

ସରକାରୀ ଏଜେନ୍ସି କର୍ଣ୍ଣାଟକ ଷ୍ଟେଟ ମାର୍କେଟିଂ କମ୍ୟୁନିକେସନ୍ ଆଣ୍ଡ ଆଡ୍‌ଭର୍ଟାଇସିଙ୍ଗ୍ ଲିମିଟେଡ୍ (ଏମ୍‌ସିଏ) ଏହି ସୂଚନା ଦେଇଛି। ଗତ ବର୍ଷ ଅକ୍ଟୋବର ୨୫ ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ, ସିଏମ୍‌ଓ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆରଟିଆଇରେ ମିଳିଥିବା ସୂଚନା ଅନୁଯାୟୀ, ସିଏମଓ ପ୍ରତି ମାସରେ ପ୍ରାୟ ୫୩.୯ ଲକ୍ଷ ଟଙ୍କା ସୋସିଆଲ ମିଡିଆରେ ଖର୍ଚ୍ଚ କରନ୍ତି। ଏଥିରେ ୧୮ ପ୍ରତିଶତ ଜିଏସ୍‌ଟି ମଧ୍ୟ ଅନ୍ତର୍ଭୁକ୍ତ। ପଲିସି ଫ୍ରଣ୍ଟ ନାମକ ଏକ କମ୍ପାନୀକୁ ଏହି ଦେୟ ପ୍ରଦାନ କରାଯାଉଥିଲା ଯାହାକି ସିଦ୍ଧରମୈୟାଙ୍କ ଆକାଉଣ୍ଟଗୁଡିକ ପରିଚାଳନା କରେ। ଏଥିରେ ପ୍ରାୟ ୩୫ ଜଣଙ୍କର ଏକ ଟିମ୍ ରହିଛି।

ସୂଚନାଥାଉକି, ଏମ୍‌ୟୁଡିଏ ଦୁର୍ନୀତି ମାମଲାରେ ସିଏମମ ସିଦ୍ଧରମୈୟାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ଥାୱର ଚନ୍ଦ୍ର ଗେହଲଟ୍‌ ମକଦ୍ଦମା ଚଳାଇବାକୁ ଅନୁମତି ଦେଇଛନ୍ତି। ସେବେଠାରୁ ତାଙ୍କ ଉପରେ ସିଏମ୍ ପଦରୁ ଇସ୍ତଫା ଦେବାକୁ ଚାପ ପଡ଼ିଛି। ତେବେ ସିଦ୍ଧରମୈୟା ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଶନିବାର ଦିନ କଂଗ୍ରେସ ମଧ୍ୟ ରାଜ ଭବନ ଅଭିମୁଖେ ଯାତ୍ରା କରିଥିଲା। ଏହି ପଦଯାତ୍ରାର ଉଦ୍ଦେଶ୍ୟ ଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁମୋଦନ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ରାଜ୍ୟପାଳଙ୍କ ଉପରେ ଚାପ ପକାଇବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.