ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୋସ୍‌ ବଟଲରଙ୍କ ଅବିଶ୍ବସନୀୟ ଇନିଂସ୍‌, କେକେଆର ମୁହଁରୁ ବିଜୟ ଛଡ଼ାଇ ଆଣିଲା ରାଜସ୍ଥାନ

Image Courtesy: espncricinfo

କୋଲକାତା: ଜୋସ୍‌ ବଟଲରଙ୍କ ଅବିଶ୍ବସନୀୟ ଇନିଂସ୍‌ ବଳରେ ବୃହତ୍ତ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ୨୦ ଓଭର ଶେଷ ସହ ୮ ଓ୍ବିକେଟ ହରାଇ ୨୨୪ ରନ୍‌ ଟାର୍ଗେଟ ହାସଲ କରିଛି ଆରଆର । ଆଜି କୋଲକାତା ନାଇଟ ରାଇଡର୍ସକୁ ପରାଜୟ ବରଣ କରିବାକୁ ପଡ଼ିଛି । ଗୋଟିଏ ସମୟରେ ମ୍ୟାଚ୍‌ ହାରିବାକୁ ଯାଉଥିବା ରାଜସ୍ଥାନକୁ ଜୋସ୍‌ ବଟଲର ଜିତାଇ ଦେଇଛନ୍ତି । ସଂକଟମୋଚକ ସାଜି ବଟଲର ୬୦ ବଲ୍‌ରୁ ଅପରାଜିତ ୧୦୭ ରନ୍‌ କରି ରାଜସ୍ଥାନକୁ ବିଜୟ ଭେଟି ଦେଇଛନ୍ତି ।  ଏହା ସହ ଆଇପିଏଲରେ ଦ୍ବିତୀୟ ସର୍ବାଧିକ ଶତକ (୭) ମାରିଛନ୍ତି ଜୋସ୍‌ ବଟଲର । 

ଜୋସ ବଟଲରଙ୍କ ବ୍ୟତୀତ ଯଶସ୍ବୀ ଜୟସ୍ବାଲ (୧୯), ସଞ୍ଜୁ ସାମସନ (୧୨), ରିୟାନ ପରାଗ (୩୪), ଧ୍ରୁବ ଜୁରେଲ (୨), ରବିଚନ୍ଦ୍ରନ ଅଶ୍ବିନ (୮) ଏବଂ ରୋଗମେନ ପୋଓ୍ବେଲ(୨୬) ଦଳ ବିଜୟରେ ଯୋଗଦାନ ଦେଇଛନ୍ତି । ତେବେ ଆଜିର ମ୍ୟାଚ୍‌ରେ କେକେଆର ପକ୍ଷରୁ ସୁନୀଲ ନାରାୟଣଙ୍କ ଶତକ ବେକାର ଯାଇଛି । ସେପଟେ କେକେଆର ପକ୍ଷରୁ ହର୍ଷିତ ରାଣା, ସୁନୀଲ ନାରାୟଣ ଏବଂ ବରୁଣ ଚକ୍ରବର୍ତ୍ତୀ  ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ବୈଭବ ଆରୋରା ଗୋଟିଏ ଓ୍ବିକେଟ ନେଇଛନ୍ତି ।

ଆଇପିଏଲ ୨୦୨୪ର ୩୧ ତମ ମ୍ୟାଚ୍‌ରେ କୋଲକାତାର ଇଡେନ ଗାର୍ଡେନସ୍‌ରେ କେକେଆର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର ହୋଇଥିଲା । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା କେକେଆର ନିର୍ଦ୍ଧାରିତ ଓଭରରେ ଦଳ ୬ ଓ୍ବିକେଟ ହରାଇ ୨୨୩  ରନ୍‌ କରିଥିଲା। ଆଜିର ମ୍ୟାଚ୍‌ରେ ସୁନୀଲ ନାରାୟଣ ବିସ୍ଫୋରକ ବ୍ୟାଟିଂ କରିବା ସହ ୫୬ ବଲରୁ ୧୩ ଚୌକା ଏବଂ ୬ ଛକା ବଳରେ୧୦୯ ରନ୍‌ କରିଥିଲେ । ଫିଲିପ ସଲ୍ଟ (୧୦), ଅଙ୍ଗକ୍ରିସ ରଘୁବଂଶୀ (୩୦), ଶ୍ରେୟସ ଆୟର (୧୧), ଆଣ୍ଡ୍ରେ ରସେଲ (୧୩), ଭେଙ୍କଟେଶ ଆୟର (୮) ଏବଂ ରିଙ୍କୁ ସିଂଙ୍କ ଅପରାଜିତ ୨୦ ରନ୍‌ ଓ ରମନଦୀନ ସିଂହ(୧)ଙ୍କ ବଳରେ ଦଳ ୨୨୩ ରନ୍‌ର ବିଶାଳ ସ୍କୋର କରିଥିଲା । ହେଲେ   ରାଜସ୍ଥାନ ୨୨୪ ରନ୍‌ ଟାର୍ଗେଟ ହାସଲ କରିବାରେ ସଫଳ ହୋଇଛି  । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.