ମାଲକାନଗିରି- ମାଲକାନଗିରି ମହାବିଦ୍ୟାଳୟର ଶହୀଦ ଲକ୍ଷ୍ମଣ ନାୟକ ଛାତ୍ରାବାସ ପ୍ରାଙ୍ଗଣରେ, ଅଗଷ୍ଟ ୯ରେ 'କ୍ରାନ୍ତି ଦିବସ' ଓ 'ବିଶ୍ୱ ମୂଳ ନିବାସୀ ଦିବସ' ପାଳିତ ହୋଇ ଯାଇଛି। ଏହି ଦିବସ ଅବସରରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ନେତୃତ୍ୱରେ ଏହି ଦିବସର ମୁଖ୍ୟ ଅତିଥି ବରିଷ୍ଠ ପ୍ରଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ 'କ୍ରାନ୍ତି ଦିବସ'ର ସଫଳତା ଓ 'ମୂଳ ନିବାସୀ ଦିବସ'ର ଭୂମିକା ସମ୍ପର୍କରେ ସମ୍ପୂର୍ଣ୍ଣ ଆଲୋଚନା କରିଥିଲେ।
ମୁଖ୍ୟବକ୍ତା ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି, ଭାରତ ସ୍ୱାଧୀନତା ସଂଗ୍ରାମରେ ଲକ୍ଷ୍ମଣ ନାୟକଙ୍କ ଅତୁଳନୀୟ ଭୂମିକାର ସ୍ୱାଦ ଆଜି ଆମେ ପାଉଛନ୍ତି ବୋଲି କହିଥିଲେ। ଏହି ସଭାକୁ ସୁଶାନ୍ତ କୁମାର ମାଝୀ, ଛାତ୍ରାବାସ ପରିଚାଳକ ସ୍ୱାଗତ ଭାଷଣ ଦେବା ସହିତ ମଞ୍ଚ ପରିଚାଳନା କରିଥିଲେ।
ଗୌତମ ନାୟକଙ୍କ ସମେତ ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଅନ୍ତେବାସୀଙ୍କ ସହିତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳୀ ଅର୍ପଣ କରିବା ସହ ସ୍ଲୋଗାନ ଦେଇଥିଲେ। ସଭା ଶେଷରେ ପ୍ରେମରେଖା ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ।