ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ସଲମାନ ଖାନ ଏହା ତ ଟ୍ରେଲର , ଏହା ପରେ କେବଳ ଗୁଳି ...’ ଲରେନ୍ସ ବିଶ୍ନୋଇର ଭାଇ ଫାୟାରିଂ ନେଇ ନିଜକୁ କଲା ଦାୟୀ

ମୁମ୍ୱାଇ : ସଲମାନ ଖାନଙ୍କ ଘର ଉପରକୁ ହୋଇଥିବା ଫାୟାରିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ପୁଲିସର ଟିମ୍‌ ଯାଞ୍ଚରେ ଲାଗି ପଡ଼ିଛି। ଏହି ମଧ୍ୟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କ ଭାଇ ଅନମୋଲ ବିଶ୍ନୋଇ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟର ଲେଖି ଫାୟାରିଂର ଦାୟିତ୍ୱ ନେଇଛି। ସଲମାନ ଖାନଙ୍କୁ ଧମକ ଦେଇ ଅନମୋଲ କହିଛି -ଏହା ତ କେବଳ ଟ୍ରେଲର । ଆଗାମୀ ଥର ଘର ବାହାରେ ଗୁଳି ଫୁଟିବନି ...। 

ସଲମାନ ଖାନଙ୍କ ବିଲ୍ଡିଂ ଉପରେ ହୋଇଥିବା ଫାୟାରିଂ ପରେ ଅଭିନେତାଙ୍କ ପ୍ରତିକ୍ରିୟା , ପିତା ସଲିମ୍‌ ଖାନ କରୁଛନ୍ତି ଘର ବଦଳାଇବାର ପ୍ଲାନିଂ

ଅନମୋଲ ଫେସବୁକ୍‌ରେ ପୋଷ୍ଟ କରି ଲେଖିଛି , ଓମ୍‌ ଜୟ ଶ୍ରୀରାମ , ଜୟ ଗୁରୁଜୀ ଜମ୍ୱେଶ୍ୱର , ଜୟ ଗୁରୁ ଦୟାନନ୍ଦ ସରସ୍ୱତୀ,ଜୟ ଭାରତ। ଆମେ ଶାନ୍ତି ଚାହୁଁ। ଅତ୍ୟାଚାର ବିରୋଧରେ ନିଷ୍ପତ୍ତି ଯଦି ଯୁଦ୍ଧ ହୁଏ ତ ଯୁଦ୍ଧ ହିଁ ଠିକ୍‌। ସଲମାନ ଖାନ ଆମେ ତୁମକୁ କେବଳ ଟ୍ରେଲର ଦେଖାଇବାକୁ କରିଛୁ, ଏଥିରୁ ତମେ ବୁଝିଯିବ , ଆମ ଶକ୍ତିକୁ ଆଉ ପରୀକ୍ଷା କରନାହିଁ। ଏହା ଶେଷ ଚେତାବନୀ । ଏହାପରେ ଗୁଳି କେବଳ ଘର ଉପରକୁ ଚାଲିବନି। 

ପୋଷ୍ଟରେ ଆହୁରି ଲେଖିଛି ,ଯେଉଁ ଦାଉଦ୍‌ ଇବ୍ରାହିମ୍‌ ଓ ଛୋଟା ସକିଲକୁ ତୁମେ ଭଗବାନ ଭାବି ରଖିଛ , ତାଙ୍କ ନାଁରେ ଆମେ ଦୁଇଟି କୁକୁର ପାଳିଛୁ। ଆଉ ଅଧିକ କହିବାର ମୋର ଅଭ୍ୟାସ ନୁହେଁ । ଜୟ ଶ୍ରୀରାମ , ଜୟ ଭାରତ। ଶେଷରେ ଲେଖିଛି , (ଲରେନ୍ସ ବିଶ୍ନୋଇ ଗ୍ରୁପ୍‌) ଗୋଲ୍ଡି ବରାଡ , ରୋହିତ ଗୋଦାରା , କାଲା ଜଠେଡି, ଅନମୋଲ ଭାରତରେ ୱାଣ୍ଟେଡ୍‌। ରିପୋର୍ଟ ମୁତାବିକ ସେ ଆମେରିକାରେ ଲୁଚିଛନ୍ତି। 

ଉଲ୍ଲେଖନୀୟ ଯେ, ରବିବାର ସକାଳେ ବାନ୍ଦ୍ରା ସ୍ଥିତ ସଲମାନ ଖାନଙ୍କ ଘର ବାହାରେ ଦୁଇ ଜଣ ଅଜଣା ବାଇକ୍‌ ଆରୋହୀ ୪ ରାଉଣ୍ଡ ଗୁଳି ଚଳାଇ ଥିଲେ। ସକାଳ ପାଖାପାଖି ୪.୫୧ଟାରେ ଘଟଣାଟି ଘଟିଛି। ଏଥିରେ କେହି ଆହତ ହୋଇ ନାହାନ୍ତି । ଅଭିନେତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.