ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାନୀୟ ଜଳର ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର, ଗୋଟିଏ ନଳକୂପ ଉପରେ ନିର୍ଭର ୩୬ ପରିବାର

ଫିରିଙ୍ଗିଆ, ୪।୦୨: ପାନୀୟ ଜଳର ଅସୁବିଧା ଓ ସମସ୍ୟାକୁ ନେଇ ଜିଲ୍ଲାପାଳ ଏବଂ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର । କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକ୍ କାଶିନିପଦର ଗ୍ରାମ ପଞ୍ଚାୟତର ୧ନଂ ୱାର୍ଡ ଶାଶିପଦର ଗାଁରେ ବସବାସ କରୁଥିବା ବାସିନ୍ଦା ଶାଶିପଦର ସେଚ୍ଛାସେବୀ ସଙ୍ଗଠନର ସଭାପତି ତଥା ସମାଜ ସେବୀ ସୁନାଶିର ଦିଗାଲ, ସହଯୋଗୀ ଓ ବିରୁପାକ୍ଷ କହଁର ଏନେଇ ଜିଲ୍ଲାପାଳ ଏବଂ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିବା ସୂଚନା । କାଶିନିପଦର ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ମଧ୍ୟ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । 

ସୂଚନା ଅନୁଯାୟୀ, ଶାଶିପଦର ଗ୍ରାମ ଶିମ୍ବିଳିସାହିଠାରେ ୩୬ ପରିବାର ବସବାସ କରି ଆସୁଛନ୍ତି । ଉକ୍ତ ସାହିରେ ବିଶୁଦ୍ଧ ପାନୀୟ ଜଳର ବ୍ୟବହୃତ ପାଇଁ ଗୋଟିଏ ମାତ୍ର ନଳକୂପ ଥିବାରୁ  ସାହିରେ ୧୦୦ରୁ ଉର୍ଦ୍ଧ ଜନସଂଖ୍ୟାଙ୍କୁ ଖୁବ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଗୋଟିଏ ନଳକୂପର ବ୍ୟବହାର ସମ୍ଭବପର ହେଇପାରୁନାହିଁ । ତେଣୁ ସାହିର ଜନସାଧାରଣ ବାଧ୍ୟ ହୋଇ ପ୍ରାୟ ୧ କିଲୋମିଟର ଦୂରରେ ଥିବା ବିଲକୁ ଚୂଆଁ ଉପରେ ନିର୍ଭର କରିଆସୁଛନ୍ତି । 

ଫଳରେ ଉକ୍ତ ସାହିର ଜନସାଧାରଣଙ୍କୁ ଗ୍ରୀଷ୍ମ ଋତୁରେ ଓ ବର୍ଷା ଋତୁରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଜଣାପଡ଼ିଛି । ଗ୍ରାମରେ କିଛି ସାହିକୁ ବସୁଧା ପାନୀୟଜଳ ପ୍ରକଳ୍ପ ଯୋଜନାରେ ସାମିଲ କରିଥିବା ବେଳେ ଶିମ୍ବିଳିସାହି, ତେନ୍ତୁଳି ସାହି, ଗୁରୁ ସାହିକୁ ବସୁଧା ଯୋଜନାରୁ ବଞ୍ଚିତ କରାଯାଇଥିବା ଅଭାଯୋଗ ହୋଇଛି । ଶିମ୍ବିଳିସାହିର ବାସିନ୍ଦା ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରୁଥିବା ବେଳେ ବର୍ତ୍ତମାନ କାର୍ଯ୍ୟରତ ନଳକୂପରେ ସୌରଚାଳିତ ସୋଲାର୍ ଟ୍ୟାଙ୍କର ସୁବ୍ୟବସ୍ଥା କରିବା ସମେତ ସାହିର ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ସାହିରେ ଆଉ ଗୋଟିଏ ନୂତନ ନଳକୂପ ଖନନ କରିବାକୁ ସମାଜସେବୀ ଦାବି କରିଛନ୍ତି ।

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.