ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲେଫ୍ଟନାଣ୍ଟ ଜେନେରାଲ୍‌ ଉପେନ୍ଦ୍ର ଦ୍ବିବେଦୀ ହେବେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ସ୍ଥଳ ସେନାକୁ ମିଳିବେ ନୂଆ ମୁଖ୍ୟ । ମଙ୍ଗଳବାର କେନ୍ଦ୍ର ସରକାର ସ୍ଥଳ ସେନାର ନୂଆ ମୁଖ୍ୟଙ୍କ ନାମ ଘୋଷଣା କରିଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍‌ ଉପେନ୍ଦ୍ର ଦ୍ବିବେଦୀ ଦାୟିତ୍ବ ନେବେ । ଏବେ ସେ ଚିଫ ଅଫ ଆର୍ମି ଷ୍ଟାଫ୍‌ ଭାବରେ କାର୍ଯ୍ୟ କରୁଛନ୍ତି । ସେନା ମୁଖ୍ୟ ଭାବରେ ତାଙ୍କର କାର୍ଯ୍ୟକାଳ ୩୦ ଜୁନ୍‌ ୨୦୨୪ରୁ ଆରମ୍ଭ ହେବ । ତେବେ ସେ ଜେନେରାଲ ମନୋଜ ପାଣ୍ଡେଙ୍କ ସ୍ଥାନ ନେବେ ।

ସୂଚନା ଅନୁସାରେ, ଉପେନ୍ଦ୍ର ଦ୍ବିବେଦୀ ନିଜର ୪୦ ବର୍ଷର କ୍ୟାରିୟରରେ ବିଶିଷ୍ଟ ସେବା ପ୍ରଦାନ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ବିଭିନ୍ନ କମାଣ୍ଡ, ଷ୍ଟାଫ୍, ଅନୁଦେଶାତ୍ମକ ଏବଂ ବିଦେଶୀ ନିଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ରେଜିମେଣ୍ଟ ୧୮ (ଜାମ୍ମୁକାଶ୍ମୀର ରାଇଫଲ୍ସ) ବ୍ରିଗେଡ୍‌ (୨୬ ସେକ୍ଟର ଆସାମ ରାଇଫଲ୍ସ), ଡିଆଇଜି, ଆସାମ ରାଇଫଲ୍ସ ଏବଂ ୯ କୋରର ଦାୟିତ୍ବ ସମ୍ଭାଳିଛନ୍ତି । 

ଉପେନ୍ଦ୍ର ଦ୍ବିବେଦୀ ରେଓ୍ବାର ସୈନିକ ସ୍କୁଲରେ ପଢ଼ିଛନ୍ତି । ଏହା ପରେ ସେ ନ୍ୟାସନାଲ୍‌ ଡିଫେନ୍ସ କଲେଜ ଏବଂ ୟୁଏସ ଆର୍ମି ଓ୍ବାର କଲେଜରୁ ଡିଗ୍ରି ହାସଲ କରିଛନ୍ତି । ସେ ଡିଏସଏସସି ଓ୍ବେଲିଂଟନ ଏବଂ ଆର୍ମି ଓ୍ବାର କଲେଜ, ମହୂରେ ପଢ଼ିଛନ୍ତି । ଏହା ବ୍ୟତୀତ ଆମେରିକାର ପ୍ରତିଷ୍ଠିତ ଏନଡିସି ସମକକ୍ଷ ପାଠ୍ୟକ୍ରମରେ ‘ବିଷିଶ୍ଟ ଫେଲୋ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍‌ ଉପେନ୍ଦ୍ର ଦ୍ବିବେଦୀ ।  ସେପଟେ ପ୍ରତିରକ୍ଷା ଅଧ୍ୟକ୍ଷନ କ୍ଷେତ୍ରରେ ଉପେନ୍ଦ୍ର ଦ୍ବିବେଦୀ ଏମଫିଲ୍‌, ସାମରିକ ଅଧ୍ୟୟନ ଏବଂ ସୈନ୍ୟ ବିଜ୍ଞାନରେ ଦୁଇଟି ମାଷ୍ଟର ଡିଗ୍ରି ହାସଲ କରିଛନ୍ତି । 

  • Indian army
  • Indian Army
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.