ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ବାପା-ପୁଅ ହତ୍ୟା ମାମଲା : ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୨୧।୩(ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପି.ଜଗନ୍ନାଥପୁର ଗ୍ରାମରେ ୨୦୧୩ରେ ଗୋଲା ସ୍ୱାଇଁ ଓ ତାଙ୍କ ପୁଅ ରାଜୀବ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ଗଞ୍ଜାମ ଏଡ଼ିଜେ-୧ ଡ. ଇନ୍ଦୁ ଶର୍ମା ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ।। ହତ୍ୟାରେ ସଂପୃକ୍ତ ଧନୁ ସ୍ବାଇଁ (୮୩) ଓ ତାଙ୍କର ଚାରି ପୁଅ ସରୋଜ ଓରଫ ବାୟା ସ୍ୱାଇଁ(୫୫), ଅମୀୟ ୱାଇଁ (୫୨), କାର୍ତ୍ତିକ ସ୍ଵାଇଁ (୪୬), ଭଗବାନ ସ୍ୱାଇଁ (୪୦)ଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥସହ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୧୧ହଜାର ଲେଖାଏଁ ଜରିମାନା ଦେବାକୁ ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧ୍ବକ ୧୮ମାସ ଜେଲ୍ ଜେଲ୍ ଦଣ୍ଡାଦେଶ ହୋଇଥିବା ଅତିରିକ୍ତ ପିପି ସୌଭାଗ୍ୟ ମିଶ୍ର ସୂଚନା ଦେଇଛନ୍ତି । ସରୋଜ, ଅମିନ ଓ କାର୍ତ୍ତିକ ଗିରଫ ପରଠୁ ବ୍ରହ୍ମପୁର ଜେଲ୍‌ରେ ଥ‌ିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ହାଇକୋର୍ଟରୁ ଆଗୁଆ ଜାମିନ୍ ଆଣିଥିଲେ । ଆଜି ରାୟ ଶୁଣାଣି ବେଳେ ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ।

 ଧନୁସ୍ବାଇଁ ଓ ଗୋଲା ସ୍ଵାଇଁ ଦୁଇ ପଡୋଶୀ। ଉଭୟ ପରିବାର ଭିତରେ ଗଣ୍ଡଗୋଳ ଲାଗି ରହିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ମାନେ ଗୋଲା ଓ ତାଙ୍କ ପୁଅ ରାଜୀବକୁ ହତ୍ୟା କରିଥିଲେ । ୨୦୧୩ ଡିସେମ୍ବର ୨୮ ତାରିଖ ସକାଳ ୯ଟା ୩୦ରେ ଗୋଲା ସ୍ବାଇଁ ଓ ତାଙ୍କ ସ୍ତ୍ରୀ ମାୟା ସ୍ୱାଇଁ, ପୁଅ ରାଜୀବ ୱାଇଁ ଗାଁ ପୋଖରିକୁ ଗାଧୋଇବାକୁ ଯାଉଥିଲେ । ଅଭିଯୁକ୍ତମାନେ ଖଣ୍ଡାକାତି ନେଇ ଆକ୍ରମଣ କରିବାକୁ ପୋଖରୀକୁ ଯାଇଥିଲେ । ଗୋଲା ସ୍ୱାଇଁ ଓ ରାଜୀବ ସ୍ବାଇଁଙ୍କୁ ହାଣୁଥ‌ିବା ବେଳେ ମହିଳା ତୋଠରେ ଗାଧୋଉଥ‌ିବା ମାୟା ସ୍ଵାଇଁ ଆସି ପ୍ରତିବାଦ କରିଥିଲେ। ତାଙ୍କୁ ମଧ୍ୟ ଅଭିଯୁକ୍ତମାନେ ହାଣିଦେଇଥିଲେ । ଗୋଲା ଓ ରାଜୀବଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମାୟାଙ୍କ ଗୋଟିଏ ହାତ କାଟିଦେଇଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମାୟା ସ୍ବାଇଁ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗୋଲା ସ୍ୱାଇଁଙ୍କ ପୁଅ ପଞ୍ଚୁ ଏ ସମ୍ପର୍କରେ ପାଟପୁର ଥାନାରେ ଏତଲା ଦେଇଥିଲେ । ପୁଲିସ ତଦନ୍ତ କରିବା ସହ ୨୦୧୩ ଡିସେମ୍ବର ୩୧ରେ ସରୋଜ, ଅମିନ ଓ କାର୍ତ୍ତିକଙ୍କୁ କୋର୍ଟ ଚାଲାଣ କରିଥିଲା । ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିଲେ ଏବଂ ହାଇକୋର୍ଟରୁ ଆଗୁଆ ଜାମିନ୍ ଆଣିଥିଲେ । ତତ୍କାଳୀନ ଥାନା ଆଇଆଇସି ଜ୍ଞାନ ରଞ୍ଜନ ମିଶ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ବିଚାରଣା ବେଳେ ଏହି ମାମଲାରେ ୧୯ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଚାର୍ଜସିଟ୍‌ ଉପସ୍ଥାପିତ ତଥ୍ୟ ଏବଂ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଏହି ଦଣ୍ଡ ଶୁଣାଇଥିବା ଅତିରିକ୍ତ ପିପି ମିଶ୍ର ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.