ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମିଳୁନି ଆବାସ ଗୃହ,ଭଙ୍ଗା କାଠ ଘରେ ବିତୁଛି ଜୀବନ

 ଫିରିଙ୍ଗିଆ, ୧୨l ୫   ସରକାରଙ୍କ ତରଫରୁ ଗରିବ ଓ ଜନ ସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଯୋଗାଇ ଦେଉଥିବା ବେଳେ ପ୍ରଶାସନିକ ଅଧିକାରୀ ଙ୍କ ଅବହେଳାରୁ ସରକାରଙ୍କ ବିଭିନ୍ନ ଯୋଜନା ଠିକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ l ଯାହାଦ୍ୱାରା  ବିଭିନ୍ନ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ନ ପହଞ୍ଚି ପାରି ଅସହାୟ ଗରିବ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏମିତି ଏକ ଭଙ୍ଗା କାଠ ଘରେ ଅସହାୟ ଅବସ୍ଥାରେ ଜୀବନ ବିତାଉଥିବାର ଅସହାୟ ପରିବାରର ଦୃଶ୍ୟ ଦେଖିବାକୁ ମିଳିଛି  ଫିରିଙ୍ଗିଆ ବ୍ଲକ ସାଡୀଙ୍ଗିଆ ପଞ୍ଚାୟତ ୬ ନମ୍ବର ୱାର୍ଡ ସୁନାରଦେଇ ଗାଁରେ l 

 ଏହି ଗାଁରେ କାହିଁ କେଉଁ କାଳରୁ  ବୁନା ମଲିକଙ୍କ ବାପ ଅଜା ଗୋଟିଏ କାଠ ପଟାରେ ତିଆରି ଘରେ ରହି ଆସୁଥିଲେ l ତେବେ ଦୀର୍ଘ ବର୍ଷ ପରେ ଗତ ୧୫ ବର୍ଷରୁ  ଉର୍ଦ୍ଧ୍ବ ହେବ ଘରଟି ଭାଙ୍ଗି ଯାଇଥିବା ବେଳେ ବର୍ଷା ଦିନରେ ଘର ଭିତରେ ପାଣି ଜମା ହୋଇ ରହି ଘରେ ରହିବା କଷ୍ଟ ସାଧ୍ୟ ହୋଇ ପଡିଛି l ଖରାଦିନରେ ଯେଣେ ତେଣେ ପ୍ରକାରେ ଚଳୁ ଥିବା ବେଳେ ଶୀତ ଦିନ ଏବଂ ବର୍ଷା ଦିନରେ ବହୁ ସମସ୍ୟାରେ ପରିବାର ଲୋକେ ଚଳୁ ଛନ୍ତି l ଘର ନଥିବାରୁ ବୁନା ମଲିକଙ୍କ ବାପା ଅନ୍ୟତ୍ର ରହୁଥିବା ବେଳେ ଏହି ଭଙ୍ଗା ଘରେ ବୁନା ମଲିକ ଏବଂ ତାଙ୍କ ସ୍ତ୍ରୀ ସୁଷମା କହଁର ରହୁଛନ୍ତି l ବୁନା ମଲିକ ଙ୍କ ଆଇ ଙ୍କ ନାମରେ ଏକ ରେସନ କାର୍ଡ ଥିଲା ଯେଉଁଥିରେ ବୁନା ମଲିକଙ୍କ ନାମ ସଂଯୋଗ ହୋଇଥିଲା ବର୍ତ୍ତମାନ ବୁନାର ଆଇଙ୍କ ମୃତ୍ୟୁ ପରେ ରେସନ କାର୍ଡରୁ ମଧ୍ୟ ନାମ କଟିଯାଇଥିବା ବେଳେ ଆବାସ ଗୃହ ଦୂରର କଥା ଚାଉଳ ମଧ୍ୟ ମିଳିପାରୁନାହିଁ l ପ୍ରଶାସନ ତରଫରୁ ମିଳୁଥିବା ସୁବିଧା ଯେମିତି ଏଇ ୨ ଜଣଙ୍କ ପାଇଁ ଅଭିଶାପ ପାଲଟିଛି l ବାରମ୍ବାର ଆବାସ ଗୃହ ଏବଂ ଚାଉଳ କାର୍ଡ ପାଇଁ ପଞ୍ଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ସଫଳ ହୋଇପାରିନଥିବା କହିଛନ୍ତି ବୁନା ମଲିକ ଏବଂ ତାଙ୍କ ସ୍ତ୍ରୀ ସୁଷମା କହଁର l ତୁରନ୍ତ ଅସହାୟ ପରିବାରକୁ ଆବାସ ଗୃହ ଏବଂ ରାସନ କାର୍ଡ ଯୋଗାଇଦେଲେ ଉପକୃତ ହୋଇ ପାରିବେ ବୋଲି କହିଥିବା ବେଳେ ସୁନାର ଦେଇ ଗ୍ରାମ ବାସୀ ମଧ୍ୟ ତୁରନ୍ତ ଘର ଏବଂ ରାସନ କାର୍ଡ ଯୋଗାଇ ଦେବାକୁ ଦାବୀ କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.