ନିର୍ବାଚନ ଖବର
  • ମାଲକାନଗିରି: ନିମ୍ନମାନର କାମ ଯୋଗୁ ବର୍ଷାରେ ପୁଣି ଭୁସୁଡ଼ିଲା ବିମାନବନ୍ଦର ପାଚେରୀ
  • ||
  • ବଡଚଣା: ବସ୍-ଟ୍ରକ ମଧ୍ୟରେ ଧକ୍କା , ଦୁଇ ମୃତ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ।
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଅଷ୍ଟ୍ରେଲିଆକୁ ଭେଟିବେ ଇଂଲଣ୍ଡ , ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ନୂଆ ଉତ୍ସାହ
  • ||
  • ୧୭ରେ ଖୋଲିବ ସ୍କୁଲ୍, ସପ୍ତାହେ ପୂର୍ବରୁ ପ୍ରସ୍ତୁତ ହେବେ କର୍ତ୍ତୃପକ୍ଷ
  • ||
  • ୧୦ ସକାଳେ ବସିବ ବିଜେପି ବିଧାୟକ ଦଳ ବୈଠକ , ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର
  • ||
  • ନୂଆଦିଲ୍ଲୀ : ଶପଥ ପରେ ଇଟାଲୀ ଗସ୍ତ କରିବେ ମୋଦି, ବାଇଡେନ୍‌ଙ୍କୁ ଭେଟିବେ ଓ ଜି-୭ ବୈଠକରେ ଯୋଗଦେବେ
  • ||
  • ରାଜ୍ୟରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ବାଛିବାକୁ ବସିବ ବିଜେପି ସଂସଦୀୟ ବୋର୍ଡ ମିଟିଂ
  • ||
  • ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ନାହିଁ, ୧୦ ସୁଦ୍ଧା ଆସିପାରେ ମୌସୁମୀ
  • ||

ସରିଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍: ୯୬ ଆସନରେ ୬୩% ଭୋଟିଂ, ଇଭିଏମ୍‌ରେ ସିଲ୍‌ ୬ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ

ନୂଆଦିଲ୍ଲୀ,୧୪/୦୫: ସରିଲା ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬ ଆସନରେ ମତଦାନ ହୋଇଥିଲା । ୬ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ମୋଟ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ମତଦାନ ହାର ୬୩.୦୧ ପ୍ରତିଶତ ରହିଛି । ପଶ୍ଚିମବଙ୍ଗରେ ସର୍ବାଧିକ ୭୬.୨ ଏବଂ ଜମ୍ମୁ-କାଶ୍ମୀରରେ ସବୁଠୁ କମ୍‌ ୩୬.୮୮ ପ୍ରତିଶତ ମତଦାନ ହୋଇଛି ।

ମତଦାନ ସମୟରେ ପଶ୍ଚିମବଙ୍ଗ, ବିହାର ଓ ମହାରାଷ୍ଟ୍ରରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗର ବୋଲପୁରରେ ଜଣେ ଟିଏମ୍‌ସି କର୍ମୀଙ୍କୁ ହତ୍ୟା କରାଯାଇଥିଲା ବେଳେ ଦୁର୍ଗାପୁରରେ ବିଜେପି ଓ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ବିହାରର ମୁଙ୍ଗେରରେ ଜଣେ ପୋଲିଂ ଅଧିକାରୀଙ୍କ ହୃଦ୍‌ଘାତରେ ଜୀବନ ଯାଇଛି । ମୁଙ୍ଗେରର ଏକ ବୁଥରେ  ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ପୁଲିସ ଲାଠି ମାଡ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ସେହିଭଳି ମହାରାଷ୍ଟ୍ରର ବିଡ୍‌ରେ ଏକ ନ୍ୟୁଜ ଚ୍ୟାନେଲର ଜଣେ ସାମ୍ବାଦିକଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରେ ସ୍ଥାନୀୟ ବିଧାୟକ ଆନାବାଥୁନି ଶିବକୁମାର ଏକ ବୁଥରେ ଜଣେ ଭୋଟରଙ୍କୁ ଚାପୁଡା ମାରିଛନ୍ତି । ଭୋଟର ଜଣକ ମଧ୍ୟ ପାଲଟା ମାଡ ମାରିଥିଲେ । ପରେ ବିଧାୟକଙ୍କ ସମର୍ଥକ ସମ୍ପୃକ୍ତ ଭୋଟରଙ୍କୁ ମାଡ଼ ମାରିଥିବା ଜଣାପଡିଛି । ବିଧାୟକ ଧାଡ଼ିରେ ନ ଆସିବାରୁ ଯୁବକ ଜଣକ ଆପତ୍ତି ଉଠାଇଥିଲେ । ଏଥିରେ ସେ କ୍ଷୁବ୍ଧ ହୋଇପଡିଥିଲେ ।

ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ ଓ ତେଲଙ୍ଗାନାର ସମସ୍ତ ୧୭ ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି । ଏହା ବ୍ୟତୀତ ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୮ ଲେଖାଏ, ବିହାରର ୫, ଓଡ଼ିଶା ଓ ଝାଡଖଣ୍ଡର ୪ ଲେଖାଏ ଏବଂ ଜମ୍ମୁ-କାଶ୍ମୀରର ଗୋଟିଏ ଆସନ (ଶ୍ରୀନଗର)ରେ ମତଦାନ ହୋଇଛି । ଏଥିସହ ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ ଓ ଓଡ଼ିଶାର ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯାଇଛି । ଇଭିଏମ୍‌ରେ ସିଲ୍‌ ହୋଇଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ଅଜୟ ମିଶ୍ର ଟୋନି, ନିତ୍ୟାନନ୍ଦ ରାୟ, ଜି.କିଷନ ରେଡ୍ଡୀ, ରାୟ ସାହେବ ଦାନ୍‌ବେ ଏବଂ ଅର୍ଜୁନ ମୁଣ୍ଡା । ଏଥିସହ ଅଖିଳେଶ ଯାଦବ, ଓମାର ଅବଦୁଲ୍ଲା, ଅଧିର ରଞ୍ଜନ ଚୌଧୁରୀ, ମହୁଆ ମୋଇତ୍ର, ଶତ୍ରୁଘ୍ନ ସିହ୍ନା, ଅସଦୁଦ୍ଦିନ ଓୱେସି ଏବଂ ୱାଇଏସ୍‌ ଶର୍ମିଳା ମଧ୍ୟ ଭାଗ୍ୟ ପରୀକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.