ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆହ୍ଲାବାଦରେ ୪୦ ବର୍ଷ ପରେ ଜିତିଲା କଂଗ୍ରେସ

ନୂଆଦିଲ୍ଲୀ,୫/୬: ଦୀର୍ଘ ୪୦ ବର୍ଷ ପ‌ରେ ଉତ୍ତରପ୍ରଦେଶର ଆହ୍ଲାବାଦ ଆସନରେ ଜିତିଛି କଂଗ୍ରେସ।  କଂଗ୍ରେସ ପ୍ରାର୍ଥୀ ଉଜ୍ଜ୍ବଳ ରମଣ ସିଂହ ଆହ୍ଲାବାଦ ଆସନରେ ୫୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ତେବେ ଶେଷ ଥର ପାଇଁ ସଙ୍ଗମ ସହର ୧୯୮୪ ଲୋକସଭା ନିର୍ବାଚନରେ ଜଣେ କଂଗ୍ରେସ ସାଂସଦଙ୍କୁ ନିର୍ବାଚିତ କରିଥିଲା। ୧୯୮୪ରେ ଅମିତାଭ ବଚ୍ଚନ ଏହି ଆସନରୁ ଜିତିଥିଲେ। ଏବେ ବିଜେପିର ନିରଜ ତ୍ରିପାଠୀଙ୍କୁ କଂଗ୍ରେସର ଉଜ୍ଜ୍ବଳ ରମଣ ହରାଇ ଦେଇଛନ୍ତି। 

ତେବେ ଆହ୍ଲାବାଦରେ ଉତ୍ତରପ୍ରଦେଶର ୨ ପ୍ରମୁଖ ରାଜନେତାଙ୍କ ପୁଅଙ୍କ ମଧ୍ୟରେ ଲଢ଼େଇ ‌ହୋଇଥିଲା। ଉଜ୍ଜ୍ବଳ ରମଣ ସିଂହଙ୍କ ବାପା ରେବତୀ ରମଣ ସିଂହ ୨୦୦୪ ଏବଂ ୨୦୦୯ରେ ଆହ୍ଲାବାଦ ଆସନରେ ଜିତି ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ। ଅନ୍ୟପକ୍ଷେ ନିରଜ ତ୍ରିପାଠୀଙ୍କ ବାପା କେଶରୀ ନାଥ ତ୍ରିପାଠୀ ଆହ୍ଲାବାଦ ଦକ୍ଷିଣରୁ ୫ଥର ବିଧାୟକ ହୋଇଛନ୍ତି। ସେ ରାଜ୍ୟ ବିଧା‌ନସଭାର ପୂର୍ବତନ ବାଚସ୍ପତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.